Posted inଜାତୀୟ

୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର: ମୁହାଁମୁହିଁ ହେଲେ ଚିଦାମ୍ବରମ-ଜ୍ୟୋତିରାଦିତ୍ୟ…

ମୁମ୍ବାଇ,୩୧।୭ : କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶାସନ ସମୟରେ ନିର୍ମିତ ତଥା ପରିଚାଳିତ ବିମାନବନ୍ଦର ସଂଖ୍ୟା ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିଥିବାର ଅଭିଯୋଗ କରିଛନ୍ତି। ବାସ୍ତବରେ କଂଗ୍ରେସ ନେତା ପି ଚିଦାମ୍ବରମ ଏକ ଟୁଇଟ କରି ଅଭିଯୋଗ କରିଥିlଲେ, ଗତ ୭ ବର୍ଷରେ ସେମାନେ ୭୪ ବିମାନବନ୍ଦର ନିର୍ମାଣ କରିଛନ୍ତି ବୋଲି ସରକାରଙ୍କ ଦାବି ମନଗଢ଼ା ଏବଂ ମିଥ୍ୟା ଅଟେ। ୨୦୧୪ ମେ ୧୧ ଠାରୁ କେବଳ ୧୧ ଟି ନୂତନ ବିମାନବନ୍ଦର ନିର୍ମାଣ କରାଯାଇଛି ଏବଂ କାର୍ଯ୍ୟକ୍ଷମ ଅଛି। ୭୪ ବିମାନବନ୍ଦର ମଧ୍ୟରେ ୯ ଟି ହେଲିକପ୍ଟର ଷ୍ଟେଶନ ଏବଂ ଦୁଇଟି ୱାଟରଡ୍ରୋମ ଅନ୍ତର୍ଭୁକ୍ତ ରହିଛି।

ଚିଦାମ୍ବରମ କହିଥିଲେ ଉଦଘାଟନ ପରେ ଖୁବ ଶୀଘ୍ର ୱାଟରଡ୍ରୋମ ବନ୍ଦ ହୋଇଯାଇଥିଲା। ୭୪ ବିମାନବନ୍ଦର ମଧ୍ୟରୁ ୧୫ଟି ଆଉ ବ୍ୟବହାରରେ ନାହିଁ, କାରଣ ବିମାନ ନାହିଁ। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ୪୭୯ ଟି ନୂଆ ରୁଟ ଆରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୨୫ ଟି କାର୍ଯ୍ୟକ୍ଷମ ହେଉ ନାହିଁ। ଏହା ସହିତ କଂଗ୍ରେସ ନେତା ବିମାନବନ୍ଦର ବିଷୟରେ ଏହି ସୂଚନା ପ୍ରଦାନ କରିଥିବାରୁ ଏକ ବାମପନ୍ଥୀ ଖବରକାଗଜକୁ ଧନ୍ୟବାଦ ଜଣାଇବା ସହ ଦାବି କରିଥିଲେ ସରକାରଙ୍କ ପ୍ରତ୍ୟେକ ଯୋଜନା ଆଂଶିକ ସତ୍ୟ ଏବଂ ଅଧିକାଂଶ ମିଥ୍ୟା ବୋଲି କୁହାଯାଇପାରିବ। ଅହଂକାର ଏବଂ ଏକଛତ୍ରବାଦ ହେଉଛି ବର୍ତ୍ତମାନର ସରକାରଙ୍କ ପରିଚୟ।

ଏହାର ଜବାବରେ ଜ୍ୟୋତିରାଦିତ୍ୟ କହିଛନ୍ତି, ପିଏମ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ସରକାର ନେତୃତ୍ୱରେ ୭୪ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି। ୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର।
ଉଡାଣ ଯୋଜନା ଅଧୀନରେ ୧.୨୩ କୋଟିରୁ ଅଧିକ ଲୋକ ଏବଂ ୨.୨୩ ଲକ୍ଷ ବିମାନ ଉଡ଼ାଣ କରିଛନ୍ତି। ଯାହାର ସମ୍ଭାବନା ୟୁପିଏ ଶାସନ ସମୟରେ ଶୂନ ଥିଲା। ଏହା ଏକ ସତ୍ୟ ଯାହା ସମ୍ବେଦନଶୀଳ ଟୁଇଟର ପୋଷ୍ଟ ଦ୍ୱାରା ଲିଭାଯାଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?