ଶୋଭାଯାତ୍ରାରେ ଭାଜପାର ନିର୍ବାଚନୀ ପ୍ରଚାର ଆରମ୍ଭ

ଖଇରା,୯।୪(ଉତ୍କଳବନ୍ଧୁ ପଣ୍ଡା): ସିମୁଳିଆ ନିର୍ବାଚନମଣ୍ଡଳୀ ଅଧୀନ ଖଇରା ବ୍ଲକରେ ମଙ୍ଗଳବାର ଭାଜପାର ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଓ ଭଦ୍ରକ ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର ଆରମ୍ଭ କରିଛନ୍ତି।

ଏକ ବାଇକ୍‌ ଶୋଭାଯାତ୍ରା ମାଧ୍ୟମରେ ୫ଶହରୁ ଊର୍ଦ୍ଧ୍ୱ କର୍ମୀ ବିକଶିତ ଭାରତର ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରଥମେ ଉଭୟ ପ୍ରାର୍ଥୀଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ କୁମାର ମହାକୁଡ, ତୁଡିଗଡିଆ ମଣ୍ଡଳ ସଭାପତି ମହେଶ୍ୱର ନାଥ, ଖଇରା ମଣ୍ଡଳ ସଭାପତି ରାଜେଶ କୁମାର ରାଉତ, ସାଧାରଣ ସମ୍ପାଦକ ନୀଳାମ୍ବର ପଣ୍ଡା ପ୍ରମୁଖ ଏକ ଖୋଲା ଜିପରେ ରକ୍ତତୀର୍ଥ ତୁଡିଗଡିଆରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ।

କର୍ମୀମାନେ ଭାଜପାକୁ ଜିତାଇ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ସ୍ଲୋଗାନ ଦେଇଥିଲେ। ତୁଡିଗଡିଆରୁ ବାହାରିଥିବା ଏହି ଶୋଭାଯାତ୍ରା ବର୍ତ୍ତନା ପହଞ୍ଚିବା ପୂର୍ବରୁ ଗଣ୍ଡିବେଡ, ଖଇରା, କୁପାରୀ ଓ ବର୍ତ୍ତନା ବଜାରରେ ପ୍ରବଳ ଖରାକୁ ଭ୍ରୁକ୍ଷେପ ନ କରି ପ୍ରିୟ ନେତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏଥିସହ ଖଇରା ଦୁର୍ଗାମଣ୍ଡପ ନିକଟରେ କିଛି ସମୟ ରହି ବଜରଙ୍ଗବାଲୀଙ୍କ ଆଶିଷ ଭିକ୍ଷା କରିଥିଲେ। ଯୁବନେତା ନୀଳମାଧବ ପଣ୍ଡା, କୁପାରୀ ସମିତିସଭ୍ୟ ଅକ୍ଷୟ କୁମାର ଜେନା, ଖଇରାର ପୂର୍ବତନ ସମିତିସଭ୍ୟ ବିଷ୍ଣୁପଦ ସାହୁ, ତୁଡିଗଡିଆ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନୃସିଂହ ସିଂ ଓ ଉପସଭାପତି ବୈକୁଣ୍ଠ ସାମଲ, କୁପାରୀ ମଣ୍ଡଳ ସଭାପତି ପତିତପାବନ କର, ଜିଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଶିବଶଙ୍କର ଖିଲାର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ କରୁଣାକର ମହାନ୍ତି, ମାୟାଧର କୁଅଁର ପ୍ରମୁଖ ନେତୃବୃନ୍ଦ ନିଜର ବହୁ କର୍ମୀଙ୍କ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ମତାମତ ନେବାରେ ଓଡିଶାବାସୀ ମୋଦି ଗ୍ୟାରେଣ୍ଟି ସହ ଯୋଡି ହୋଇସାରିଛନ୍ତି। ଏଣୁ ଏଥର ରାଜ୍ୟରେ ବିଜେଡି ସରକାରର ପତନ ନିଶ୍ଚିତ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri