Posted inଜାତୀୟ

ଜମ୍ମୁ କଶ୍ମୀର ନିର୍ବାଚନକୁ ବିଳମ୍ବ କରାଉଛି ଭାଜପା: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୯।୧: ତ୍ରିପୁରା, ମେଘାଳୟ ଓ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ବୁଧବାର ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ମାତ୍ର ଜମ୍ମୁ କଶ୍ମୀରରେ ୨୦୧୮ରୁ ନିର୍ବାଚିତ ସରକାର ନଥିବା ବେଳେ ଏଠାରେ ନିର୍ବାଚନ କରାଇବା ଲାଗି ଭାରତର ନିର୍ବାଚନ କମିଶନ ନୁହେଁ ଭାଜପା ବିଳମ୍ବ କରାଉଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା।

ସେ କହିଛନ୍ତି, ୨୦୧୮ ମସିହାରେ ମିଳିତ ସରକାରରୁ ଭାଜପା ଓହରିଯିବା ପରେ ଜମ୍ମୁ କଶ୍ମୀର ବିଧାନସଭା ଭଙ୍ଗ ଲାଗି ତତ୍‌କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏଠାରେ ଆଉ ନିର୍ବାଚିତ ସରକାର ନାହାନ୍ତି। ଅଗଷ୍ଟ ୫,୨୦୧୯ରେ ଧାରା ୩୭୦ ଉଚ୍ଛେଦ ବେଳେ ଭାଜପା ପକ୍ଷରୁ ସର୍ବସମକ୍ଷରେ କୁହାଯାଇଥିଲା ଜମ୍ମୁ କଶ୍ମୀରରେ ଆତଙ୍କବାଦ ଶେଷ ହୋଇଛି ଏବଂ ରାଜ୍ୟର ପରିସ୍ଥିତି ସାଧାରଣ ଅବସ୍ଥାକୁ ଆସଲାଣି। ତେବେ ବର୍ତ୍ତମାନ ଅବସ୍ଥା ସୁଧୁରିଥିବାବେଳେ ଏଠାରେ ନିର୍ବାଚନ କରାଇବାରେ କାହିଁକି ବିଳମ୍ବ କରାଯାଉଛି ବୋଲି ଓମାର ପ୍ରଶ୍ନ କରିଛନ୍ତି। ଭାଜପା ଏଠାରେ ନିର୍ବାଚନକୁ ନେଇ ଭୟ କରୁଛି, କେବଳ ସୁରକ୍ଷା ପ୍ରସଙ୍ଗର ଦ୍ୱାହି ଦେଉଛି ବୋଲି ଓମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦାୟିତ୍ୱ ନେବେ ଖାର୍ଗେ

ନୂଆଦିଲ୍ଲୀ,୨୬।୧୦ (ପି.ଟି.): ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଉତ୍ସବ ଲାଗି ଏଆଇସିସି ମୁଖ୍ୟାଳୟରେ...

ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା

ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ...

ନେପାଳର ନୂଆ ରାଷ୍ଟ୍ରଦୂତ ହେଲେ ନବୀନ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୮।୫: ନବୀନ ଶ୍ରୀବାସ୍ତବଙ୍କୁ ଭାରତ ପକ୍ଷରୁ ନେପାଳର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ନବୀନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ...

ଲଞ୍ଚପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର…

ଶ୍ରୀନଗର,୮।୭: ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଭାରତରେ ପ୍ରବେଶ କରି...

ପ୍ରଥମ ଥର ପାଇଁ କାମାକ୍ଷାରେ ହେବନି ଆମ୍ବୁବାଚି ମେଳା

ଗୁଆହାଟୀ, ୧୩।୬: ଭାରତରେ କରୋନା ମହାମାରୀ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇପଡ଼ିଛି। ଏପରିସ୍ଥଳେ ବହୁ...

୮ ଦିନ ପୋଲିସ ରିମାଣ୍ଡରେ ରହିବେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କରାଯାଇ କୋର୍ଟରେ ସୋମବାର...

ଗିଲଗିଟ୍‌-ବଲ୍ଟିସ୍ତାନ ଉପରେ ପାକିସ୍ତାନ କୋର୍ଟର ବିବାଦୀୟ ରାୟ: ଭାରତ କଲା ବିରୋଧ

ନୂଆଦିଲ୍ଲୀ,୪।୫: ଗିଲଗିଟ୍‌ ଏବଂ ବଲ୍ଟିସ୍ତାନ ଉପରେ ପାକିସ୍ତାନ କୋର୍ଟର ବିବାଦୀୟ ରାୟ ପରେ ଭାରତ ପକ୍ଷରୁ ଏହାର ବିରୋଧ କରାଯାଇଛି। ପାକିସ୍ତାନ ସୁପ୍ରିମ୍‌କୋର୍ଟ ଗିଲଗିଟ୍‌ ଏବଂ...

ସେଣ୍ଟ୍ରାଲ ଭିଷ୍ଟା ପ୍ଲଟ୍‌ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୪।୧୧: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସରକାରୀ ବାସଗୃହ ଲାଗି ବ୍ୟବହୃତ ପ୍ଲଟ(ଜମି) ପରିବର୍ତ୍ତନକୁ ଚ୍ୟାଲେଞ୍ଜ...

Advertisement
Archives

Model This Week