ସ୍କୁଲ ପିଲାଙ୍କୁ ଉନ୍ନତ ଶିକ୍ଷାରୁ ବଞ୍ଚିତ କରିବାକୁ ଭାଜପାର ଷଡ଼ଯନ୍ତ୍ର: ବିଜେଡି

ଭୁବନେଶ୍ୱର,୨୨ା୭(ଅନିଲ ଦାସ): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଆହତ ହେବା ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେବେ ୫-ଟି ସ୍କୁଲରେ ନିମ୍ନମାନର କାମ ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଓଡ଼ିଶା ଭାଜପା ଯେଉଁ ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। କୌଣସି ୫-ଟି ରୂପାନ୍ତରଣ କାର୍ଯ୍ୟରେ ସ୍କୁଲ ଅଫିସ ଗୃହର ନିର୍ମାଣ ବା ମରାମତି ହୁଏ ନାହିଁ, ଯାହା ଏଠାରେ ବି ହୋଇନାହିଁ ବୋଲି ବିଜୁ ଜନତା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶୁକ୍ରବାର ଶଙ୍ଖଭବନଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, ଆମ ରାଜ୍ୟର ପିଲାମାନେ ଉନ୍ନତ ମାନର ସ୍କୁଲରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣରେ ଭଲ ଶିକ୍ଷା ପାଆନ୍ତୁ ତାହା ଓଡ଼ିଶା ଭାଜପା ଚାହୁଁନାହିଁ। ସେମାନଙ୍କୁ ୫-ଟି ଭୂତ ଘାରିଛି। ସେମାନେ ୫-ଟି ସ୍କୁଲ ରୂପାନ୍ତରଣକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରି ସ୍କୁଲ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି।
କେବଳ ମିଛର ସାହାରା ନେଇ ରାଜନୀତି କରିବାକୁ ଭାଜପା ନେତାଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗୁରୁବାର ଅସ୍ତରଙ୍ଗର ସେହି ସ୍କୁଲକୁ ଯାଇଥିଲା। କିଛିଦିନ ପୂର୍ବରୁ ବାହାନଗାଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟି ଯେତେବେଳେ ପ୍ରାୟ ୩୦୦ ଲୋକଙ୍କ ଜୀବନ ଚାଲିଗଲା ଏବଂ ଶହ ଶହ ଲୋକ ଆହତ ହେଲେ, ସେତେବେଳେ ଦୁର୍ଘଟଣାସ୍ଥଳକୁ ଓଡ଼ିଶା ଭାଜପାର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ କାହିଁକି ଯାଇ ନ ଥିଲା। ନିକଟରେ ପୁଣିଥରେ ବାଲେଶ୍ବର ନୀଳଗିରି ନିକଟରେ ଏକ ମେମୁ ଟ୍ରେନ୍‌ ମେନ୍‌ ଲାଇନ ଛାଡ଼ି ଲୁପ୍‌ ଲାଇନ ଚାଲିଯାଇଥିଲା। ତେବେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବାହାନଗା ଭଳି ବଡ଼ ଦୁର୍ଘଟଣା ଟଳିଗଲା। ଏଭଳି ଦୁର୍ଘଟଣା ବେଳେ ରାଜ୍ୟ ଭାଜପାର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ତଥ୍ୟ ସଂଗ୍ରହ କରିବାକୁ କାହିଁକି ଯାଉନାହିଁ। ୩ ଦିନ ତଳେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ନିକଟରେ ଗୋଟିଏ ବ୍ରିଜ୍‌ ତଳକୁ ଦବିଗଲା। ଭାଜପାର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସେଠାକୁ କାହିଁକି ଯାଇନାହିଁ। ଏନ୍‌ଏଚ୍‌ଏଆଇ କେନ୍ଦ୍ର ସରକାରଙ୍କ ଅଧୀନ ବୋଲି ଓଡ଼ିଶା ଭାଜପାର ଟିମ୍‌ କ’ଣ ସେଠାକୁ ଗଲା ନାହିଁ ? ଏହିଭଳି ଫ୍ୟାକ୍ଟ ଫାଇଣ୍ଡିଂ ନାମରେ ସେମାନେ କେବଳ ରାଜନୀତି କରୁଛନ୍ତି। ଓଡ଼ିଶାବାସୀ ଏଭଳି ଦଳ ଆଉ ଚରିତ୍ରର ନେତାଙ୍କୁ ଭଲ ଭାବରେ ଚିହ୍ନିଛନ୍ତି। ସେମାନଙ୍କ କେବେ ବି ସଫଳ ହେବ ନାହିଁ ବୋଲି ତୁମ୍ବନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri