Posted inଜାତୀୟ

ଭାଜପା ପ୍ରାର୍ଥୀଙ୍କୁ ଗୁଳି

କୋଲକତା,୧୯।୪: ପଶ୍ଚିମବଙ୍ଗର ମାଲଦାଠାରେ ଭାଜପା ପ୍ରାର୍ଥୀଙ୍କୁ ଗୁଳି କରାଯାଇଛି। ମାଲଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଗୋପାଳ ଚନ୍ଦ୍ର ସାହା ରବିବାର ରାତି ୯ଟାରେ ପ୍ରଚାରରୁ ଫେରୁଥିଲେ। ଏହି ସମୟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଘଟଣାରେ ଗୋପାଳ ଚନ୍ଦ୍ର ସାହା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗଳାରେ ଗୁଳି ବାଜିଛି। ତାଙ୍କୁ ମାଲଦା ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।
ରବିବାର ରାତିରେ ଗୋପାଳ ଚନ୍ଦ୍ର ସାହା ନିର୍ବାଚନ ପ୍ରଚାର ଶେଷ କରିବା ପରେ ତାଙ୍କ କାର୍ଯ୍ୟାଳୟକୁ ଫେରୁଥିଲେ। ଏହି ସମୟ ମଧ୍ୟରେ ଅଜ୍ଞାତ ବ୍ୟକ୍ତିମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଘଟଣା ପରେ ମାଲଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଉତ୍ତେଜନା ଦେଖାଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଏପ୍ରିଲ ୨୯ରେ ମାଲଦାଠାରେ ଏକ ର୍ନିବାଚନ ହୋଇଛ।ଘଟଣା ପରେ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇଲେ ସ୍ବାମୀ

ଭୋପାଳ,୩୦ା୯: ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୨ ମୃତ ଅନେକ ଆହତ

ବାରାବାଙ୍କି,୭ ।୧୦: ବାରାବାଙ୍କି ଥାନା ଅଞ୍ଚଳର କିଷାନ ପଥରେ ବାବୁରିୟା ଗାଁ ନିକଟରେ ଗୁରୁବାର ସକାଳ ପ୍ରାୟ ୪ଟା ୪୫ରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା...

ୟୁନିଫର୍ମ ପିନ୍ଧି ଧାନ ରୋଇବା ଶିଖିଲେ ବିଦ୍ୟାର୍ଥୀ

ଗୁଆହାଟି,୧୧।୭: ୟୁନିଫର୍ମ ପିନ୍ଧି କେତେଜଣ ବିଦ୍ୟାର୍ଥୀ ଧାନ ରୋଇବାର ଏକ ଫଟୋ ଏବେ ସାରା ଦେଶରେ କୌତୁହଳ ସୃଷ୍ଟି କରିଛି। ଏହା ଆସାମ ତୁଦଳଗୁଡି ଜିଲାର...

ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି

ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର...

କଂଗ୍ରେସକୁ ହାଇକୋର୍ଟଙ୍କ ନୋଟିସ: କହିଲେ ମତଦାତାଙ୍କୁ ଦିଆଯାଉନିି କି ଲାଞ୍ଚ!

ଆହ୍ଲାବାଦ,୨୦।୪: ଲୋକ ସଭା ନିର୍ବାଚନରେ କଂଗ୍ରେସର ଘୋଷଣା ପତ୍ରରେ ଗରୀବଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦେବାନେଇ ଘୋଷଣା ଉପରେ ନୋଟିସ୍‌ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟ...

ବଳାତ୍କାର ପରେ ନାବାଳିକାଙ୍କୁ ଜାଳିଦେଲେ: ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ପୀଡ଼ିତା

ହାଇଦ୍ରାବାଦ,୨୯ା୨: ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲାରେ ଜଣେ ନାବାଳିକା(୧୭)ଙ୍କୁ ବଳାତ୍କାର କରାଯିବା ପରେ ନିଆଁରେ ପୋଡ଼ି ଦିଆଯାଇଛି। ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଓ୍ବାରାଙ୍ଗଲ ସରକାରୀ ହସ୍ପିଟାଲରେ...

ମିଥ୍ୟା ବଳାତ୍କାର ଅଭିଯୋଗ: ଯୁବକଙ୍କୁ ୧୫ ଲକ୍ଷ କ୍ଷତିପୂରଣ ଦେବେ ଯୁବତୀ

ଚେନ୍ନାଇ,୨୧।୧୧: ଜଣେ ଯୁବକଙ୍କ ବିରୋଧରେ ମିଥ୍ୟା ବଳାତ୍କାର ଅଭିଯୋଗ ଆଣିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିବା ଯୁବତୀଙ୍କୁ ଚେନ୍ନାଇର ଏକ କୋର୍ଟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ...

ବର ସହ ନିକାହ କରିବାକୁ ମନା କରିବା ପରେ ଥାନାରେ ଧରିଲେ ପ୍ରେମିକଙ୍କ ହାତ

ଲକ୍ଷ୍ନୌ,୨୩।୩: ପରିବାରର ଲୋକଙ୍କ ଚାପରେ ବିବାହ କରୁଥିବା ଜଣେ ମୁସଲିମ ଯୁବତୀ ଅନ୍ତିମ ମିନିଟ୍‌ରେ ପୋଲିସକୁ ଡକାଇ ନିକାହ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ। ତା’ ପରେ...

Advertisement
Archives

Model This Week