ଆଦିବାସୀଙ୍କୁ ନେଇ ଭାଜପା-ବିଜେଡି ରାଜନୀତି

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହ ସେମାନେ ହିଂସା ଓ ଦ୍ୱେଷର ଶିକାର ହେଉଛନ୍ତି। ୨୦୨୦ରେ ଓଡ଼ିଶାରେ ଅନୁସୂଚିତ ଜନଜାତି ବିରୋଧୀ ୧୧୪ ବଳାତ୍କାର ସମେତ ୬୨୪ ଅପରାଧ ମାମଲା ରୁଜୁହୋଇଥିଲା। ଦାବି ଜଣାଇଲେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଲୋକଙ୍କୁ ଧମକ ଦିଆଯାଉଛି। ଏମାନଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାରୁ ନ୍ୟାୟ ନ ମିଳିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଆଗକୁ ଆଦିବାସୀଙ୍କ ସମସ୍ୟା ନେଇ ସେମାନଙ୍କ ସମାଜ ପାଖକୁ ଯିବ ବୋଲି ଭାଜପା ସୂଚନା ଦେଇଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ଦଳିତ ବିରୋଧୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ। ଅଧିକାଂଶ ମାମଲାରେ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରାଯାଉନାହିଁ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଓ ପ୍ରଶାସନ ତପତ୍ରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥଲେ। ସେହିପରି ରାଜ୍ୟ ସରକାରଙ୍କ ପ୍ରରୋଚନାରେ ସରକାରୀ ବାବୁମାନେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସରକାରୀ ବୈଠକରେ ଉପସ୍ଥିତ ନ ରହିବା ସହ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। ପରବର୍ତ୍ତୀ ସମୟରେ କଳାବ୍ୟାଜ୍‌ ପିନ୍ଧି କେନ୍ଦ୍ରମନ୍ତ୍ରୀଙ୍କୁ ଅପମାନିତ କରାଯାଇଥିଲା। ଓଡ଼ିଶା ହେଉଛି ଦେଶର ସର୍ବାଧିକ ଜନଜାତି ବାସ କରୁଥିବା ରାଜ୍ୟ। ହେଲେ ବହୁ ଆଦିବାସୀ ଅଞ୍ଚଳକୁ ବିକାଶ ଛୁଇଁପାରିନାହିଁ। ଜନଜାତିଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ଅର୍ଥ ପ୍ରଦାନ କରୁଥିବା ବେଳେ ଆଦିବାସୀଙ୍କ କଲ୍ୟାଣ ଏହା ପାଇଁ ବ୍ୟବହାର ହୋଇପାରୁନାହିଁ ବୋଲି ସମୀର କହିଛନ୍ତି।
ସମୀର ଉଠାଇଥିବା ପ୍ରସଙ୍ଗକୁ ବିଜେଡି ଟାର୍ଗେଟ କରି ପାଲଟା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି କହିଛନ୍ତି, ଭାଜପା ସଭାପତି କେବଳ ଓଡ଼ିଶାର ନିରୀହ ଆଦିବାସୀଙ୍କ ଉପରେ ରାଜନୀତି କରିବାକୁ ଆଗ୍ରହୀ, ହେଲେ ସେମାନଙ୍କ କଲ୍ୟାଣ ପ୍ରତି ତାଙ୍କର ଆଗ୍ରହ ନାହିଁ। ରାଜ୍ୟ ଭାଜପା ପାଇଁ ଏହା କେବଳ ଏକ ରାଜନୈତିକ କାର୍ଡ। ଆଦିବାସୀ କଲ୍ୟାଣ ବିଷୟରେ କହିବାକୁ ଭାଜପାର ନୈତିକ ଅଧିକାର ନାହିଁ। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ସେମାନଙ୍କ ଦଳର ସରକାର ଆଦିବାସୀ ଛାତ୍ରବୃତ୍ତି ବନ୍ଦ କରିଦେଇଛନ୍ତି। ଆଦିବାସୀ ବିକାଶ ଏବଂ ଆଦିବାସୀ କଲ୍ୟାଣ ପାଇଁ ଦିଆଯାଉଥିବା ଅର୍ଥକୁ ତାଙ୍କ ଦଳ ପରିଚାଳିତ ସରକାର ହ୍ରାସ କରିଛନ୍ତି। ରାଜ୍ୟ ଭାଜପାର ଏମ୍‌ପିମାନେ ଦିଲ୍ଲୀରେ ଆଦିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ବନ୍ଦ କରିଦେଇଛନ୍ତି। ଆଦିବାସୀଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାର ବହୁ କିଛି କରିଛନ୍ତି। ଆଦିବାସୀ ପ୍ରସଙ୍ଗକୁ ନେଇ ରାଜନୀତି କରିବା ପରିବର୍ତ୍ତେ ଓଡ଼ିଶା ଭାଜପା ଦିଲ୍ଲୀ ଦରବାରରେ ପଡ଼ି ରହିଥିବା ଦାବି ଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ଉଚିତ ବୋଲି ପ୍ରିୟବ୍ରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗହଣା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ୱ ଚୋରି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରାଜଧାନୀରେ ରାତି ଅସୁରକ୍ଷିତ ହୋଇପଡ଼ିଲାଣି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ରାତିରେ ଯାଉଥିବା ଲୋକଙ୍କୁ ଲୁଟିବା ସହ ବିଭିନ୍ନ ସ୍ଥାନରେ ଚୋରି କରୁଛନ୍ତି। ଏହି...

ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟ ସୂଚନା କମିଶନର ଭାବେ ଶୁକ୍ରବାର ଶପଥ ନେଇଛନ୍ତି ବାଳକୃଷ୍ଣ ମହାପାତ୍ର। ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି...

ଓଡ଼ିଶା ଫେରିଲେ ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥ: ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଜଳ ସଂରକ୍ଷଣ ‘ଓ୍ବାଟର୍‌ ଟେକ୍ନୋଲୋଜି’ର ମୁଖ୍ୟ ବିଷୟ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷିଆର କାଜାନ୍‌ ସହରରେ ଅନୁଷ୍ଠିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ସି.ଭି. ରମଣ କଲେଜର ଛାତ୍ର ଅଶ୍ୱତ୍ଥ...

ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ୱର,୨।୬(ବ୍ୟୁରୋ): ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ପ୍ରଥମ...

ସ୍ବଚ୍ଛ ସର୍ବେକ୍ଷଣ ନାଁରେ ଅର୍ଥଶ୍ରାଦ୍ଧ

ଖୋର୍ଦ୍ଧା ଅଫିସ,୬ା୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ...

ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍‌ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍‌ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍‌ ଡ୍ୟାନ୍ସରଙ୍କୁ...

୮୯୫ ହେକ୍ଟରରେ ହେବ ବନୀକରଣ

ଅନୁଗୋଳ ଅଫିସ, ୨୪।୬ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଅନୁଗୋଳ ବନଖଣ୍ଡରେ ଚାରା ରୋପଣ ପାଇଁ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ବନଖଣ୍ଡ ପକ୍ଷରୁ ଏଥିପାଇଁ ପାଖାପାଖି ସାଢ଼େ...

୧୫ ବର୍ଷ ପୁରୁଣା ଯାନକୁ ମିଳିବ ୪ ମାସିଆ ପର୍‌ମିଟ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ୨୦୨୩ ଏପ୍ରିଲ ପହିଲାରୁ ୧୫ ବର୍ଷ ପୂରଣ କରିଥିବା ବ୍ୟବସାୟିକ ବଡ଼ ଯାନବାହନକୁ ଆଉ ନବୀକରଣ ପାଇଁ ଅନୁମତି ମିଳିବ ନାହିଁ। ସେହି ଯାନଗୁଡ଼ିକୁ...

Advertisement
Archives

Model This Week