ବିନାଶର ସୁଯୋଗ

‘ଗଡ୍‌ସ ଓନ୍‌ କଣ୍ଟ୍ରି’ ବା ‘ଈଶ୍ୱରଙ୍କ ନିଜ ଦେଶ’ ଭାବେ ପରିଚିତ କେରଳ ପରିବେଶର ପ୍ରତିକୂଳ ପ୍ରଭାବକୁ ସାମ୍ନା କରିଚାଲିଛି। ୨୦୧୮ ଓ ୨୦୧୯ର ବର୍ଷା ଓ ବନ୍ୟା ବିତ୍ପାତକୁ ଭୁଲି ନ ଥିବାବେଳେ ପୁଣି ଏବେ ସେଭଳି ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୩୮ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକେ ନିଖୋଜ ଅଛନ୍ତି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଲ୍ଲେଖନୀୟ, ୨୦୧୮ର ବର୍ଷା ଓ ବନ୍ୟା ୧୦୦ ବର୍ଷ ମଧ୍ୟରେ ଥିଲା ସବୁଠୁ ଭୟଙ୍କର ।
ତେବେ ୩ ବର୍ଷ ମଧ୍ୟରେ କେରଳରେ ତିନୋଟି ବିନାଶକାରୀ ବର୍ଷା ଓ ବନ୍ୟା ଅତି କମ୍‌ରେ ୬୦୦ ଲୋକଙ୍କ ପ୍ରାଣ ନେବା ସହ ଅନେକ ଅଞ୍ଚଳକୁ ମାଟିରେ ମିଶାଇ ଦେଇଛି। ଏଭଳି ବିଭୀଷିକା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। କେବଳ କେରଳ ନୁହେଁ ଚଳିତ ମାସରେ ବର୍ଷା ଯୋଗୁ କର୍ନାଟକ, ଓଡ଼ିଶା, ତେଲଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି। ଆଉ ଏକ ଘଟଣାକ୍ରମରେ ଅକ୍ଟୋବର ୧୮ରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁ ୨୮ ଜଣଙ୍କ ମୃତ୍ୟୁ ଘଟିଛିି ଓ ଏହା ବୃଦ୍ଧି ପାଇବ ବୋଲି ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି।
ଏସବୁରୁ ବୁଝାପଡ଼ୁଛି ଯେ, ମୌସୁମୀର ଗତିରେ ଅସ୍ବାଭାବିକ ପରିବର୍ତ୍ତନ ଏକ ଆହ୍ବାନ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ଅସନ୍ତୁଳନ ଏହାକୁ ଆହୁରି ତୀବ୍ର କରିଦେଇଛି। ହିମାଳୟର ପାର୍ବତ୍ୟାଞ୍ଚଳରେ ରାସ୍ତା ନିର୍ମାଣଠାରୁ ଆରମ୍ଭକରି ଜଳବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟ ଏବଂ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଯେଭଳି ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି, ସେଭଳି ସ୍ଥିତି ପଶ୍ଚିମଘାଟ ପର୍ବତମାଳାରେ ଘଟୁଛି। ହିମାଳୟର ପ୍ରଭାବ ସ୍ପଷ୍ଟତଃ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ଅନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳୁଥିତ୍ବାବେଳେ ପଶ୍ଚିମଘାଟର ପ୍ରଭାବ କେରଳ ସମେତ କର୍ନାଟକ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରେ ଦେଖାଯାଇଛି। ହେଲେ କେରଳ ସବୁଠୁ ଅଧିକ କ୍ଷତି ସହୁଛି। ଏହି ରାଜ୍ୟରେ ପଶ୍ଚିମଘାଟ ପର୍ବତମାଳାର ବହୁ ଅଂଶ ରହିଛି। ୟୁନେସ୍କୋ ମତରେ ପଶ୍ଚିମଘାଟ ପର୍ବତମାଳା ହିମାଳୟଠାରୁ ବି ପୁରୁଣା। ପରିବେଶ ସନ୍ତୁଳନ ରକ୍ଷା ତଥା ମୌସୁମୀ ନିୟନ୍ତ୍ରଣରେ ଏହାର ଭୂମିକା ଯଥେଷ୍ଟ ଅଧିକ। କିନ୍ତୁ ସେଠାରେ ବର୍ତ୍ତମାନ ବିକାଶଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମାଇନିଂ, ବ୍ୟାପକ ଜଙ୍ଗଲ କ୍ଷୟ ଏବଂ ନିର୍ମାଣ କାର୍ଯ୍ୟ ଦ୍ୱାରା ପରିବେଶରେ ବିରାଟ ପରିବର୍ତ୍ତନ ଆସିଛି। କେରଳରେ ମୌସୁମୀ ବର୍ଷାଜନିତ ବିପର୍ଯ୍ୟୟ ବୃଦ୍ଧି ପାଇବାର ଏହା ଏକ ପ୍ରମୁଖ କାରଣ। ପଶ୍ଚିମଘାଟ ପର୍ବତାଞ୍ଚଳର ପରିବେଶ ସୁରକ୍ଷା ନ ହେଲେ ବିପଦ ଆସିବ ବୋଲି ମାଧବ ଗାଡ୍‌ଗିଲ କମିଟି ସତର୍କ କରି ଦେଇଥିଲା। ପଶ୍ଚିମଘାଟର ୬୦% ପରିବେଶଗତ ସୁରକ୍ଷା ଉପରେ ଗୁରୁତ୍ୱ ମଧ୍ୟ ଦେଇଥିଲା। ୨୦୧୧ରୁ ସରକାରଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ଗମ୍ଭୀରତାର ସହ ନିଆଯାଇ ନାହିଁ। ବରଂ ପରେ କସ୍ତୁରୀରଙ୍ଗନ କମିଟି ପଶ୍ଚିମଘାଟର ୩୦% ପରିବେଶଗତ ସୁରକ୍ଷା ଉପରେ ଜୋର୍‌ ଦେଇଥିଲା। କହିବାକୁ ଗଲେ, ଏହି ବିପର୍ଯ୍ୟୟକୁ ମନୁଷ୍ୟକୃତ ବୋଲି ଧରିନେବାକୁ ହେବ। ଗୋଟିଏ ପଟେ ଆମେ ପଶ୍ଚିମଘାଟ ପର୍ବତମାଳାରେ ଅର୍ଥନୈତିକ କାର୍ଯ୍ୟକଳାପରୁ ଯେତିକି ଲାଭ ପାଉଛେ ତାହାଠାରୁ ଯଥେଷ୍ଟ କ୍ଷତି ସହୁଛେ।
ଏଠାରେ ମନେପଡ଼େ ଗ୍ରେଟା ଥନବର୍ଗ ଦେଇଥିବା ଭାଷଣ, ଯେଉଁଥିରେ ସେ ସ୍ପଷ୍ଟ କହିଥିଲେ ସବୁ ଦେଶର ନେତା କେବଳ ପରିବେଶ ସମ୍ପର୍କରେ ଭାଷଣ ଦେଉଛନ୍ତି, କାର୍ଯ୍ୟରେ କେହି ଆଗଭର ହେଉନାହାନ୍ତି। ଭାରତବର୍ଷରେ ଉତ୍ତରାଖଣ୍ଡରୁ କେରଳ ପର୍ଯ୍ୟନ୍ତ ପରିବେଶର କୋପ ସ୍ପଷ୍ଟ ଦେଖାଯାଉଥିବାବେଳେ ସରକାରୀ ସ୍ତରରେ କୌଣସି ଉଦ୍ୟମ ହେଉଥିତ୍ବା ପରିଲକ୍ଷିତ ହେଉନାହିଁ। ଏହା ଯଦି ଚାଲୁ ରହେ ତେବେ ଏହି ପିଢ଼ି ଖୁବ୍‌ ନିକଟ ଭବିଷ୍ୟତରେ ନିଜର ବିନାଶ ଦେଖିବାର ସୁଯୋଗ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?