ଏକାଠି ହେଲେ ଭାଜପା-ବିଜେଡି ଲୋକ ପ୍ରତିନିଧି: ୧୯ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ୧୯ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଭଞ୍ଜନଗର ଯାତ୍ରା ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତ କାର୍ଯ୍ୟକ୍ରମ ହେଉଛି । ତେଣୁ ସବୁ ଦଳର ଲୋକ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମଦ୍ଧ୍‌କୁ ନିମନ୍ତ୍ରଣ କରାଯାଉଛି। ଏହିଭଳି ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଜପା ଏବଂ ବିଜେଡିର ପଞ୍ଚାୟତ ଏବଂ ମ୍ୟୁନିସିପାଲଟିର ଲୋକ ପ୍ରତିନିଧି ମାନଙ୍କୁ ମଞ୍ଚରେ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା। ଯାହାକି ଭଞ୍ଜନଗର ଯାତ୍ରାରେ ଏହା ଏକ ଭଲ ପରମ୍ପରା। ଏଥିସହ ଆଗାମୀ ଦିନରେ ଅନ୍ୟାନ୍ୟ ପ୍ରତିନିଧି, ଅଫିସର ଏବଂ ନେତାଙ୍କୁ ମଞ୍ଚରେ ଦେଖିବାକୁ ମିଳିବ।

ଗୁରୁବାର ଦେବୀଙ୍କ ବିଶ୍ରାମ ଦିସ ଥିଲା। ଏଥିସହ ଆଜି ସଂକ୍ରାନ୍ତି ଯୋଗୁ ମଧ୍ୟ ଦେବୀ ବିଶ୍ରାମ ନେବେ। ଏଥିସହ ଆଜି ଅସ୍ଥାୟୀ ମଣ୍ଡପରେ ଶାନ୍ତିହୋମ ଯଜ୍ଞ ଅନୁଷ୍ଠିତ ହେବ। ଗୁରୁବାର ସନ୍ଧ୍ୟାରେ କବି ସମ୍ରାଟ ରଙ୍ଗମଞ୍ଚରେ ଭୁବନେଶ୍ୱରରୁ ଆସିଥିବା ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ମାନସୀ ପାତ୍ର ପ୍ରମୁଖ ଜଣାଶୁଣା କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭଞ୍ଜନଗର ମ୍ୟୁନିସିପାଲଟି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏମପି ପ୍ରତିନିଧି ସନ୍ତୋଷ ତିଆଡି, ପୂର୍ବତନ ଗଞ୍ଜାମ ଜିଲା ବିଜେଡି ଉପସଭାପତି ତଥା ଦୋମୁହାଣି ସରପଞ୍ଚ ପ୍ରତିନିଧି ରାଜ କିଶୋର ସାହୁ, ଜିଲୁଣ୍ଡି ସରପଞ୍ଚ ରଞ୍ଜିତ ଆରୁଖ, ଲାଲସିଂ ସରପଞ୍ଚ ଶିବରାମ ସାହୁ, ନିରଞ୍ଜନ ସେଠୀ, ଗୁଣ୍ଡିରିବାଡି ସରପଞ୍ଚ ଚିରଞ୍ଜିବୀ ପ୍ରଧାନ, ମୁଦୁଲୀପଲ୍ଲୀ କାହ୍ନୁ ଚରଣ ପ୍ରଧାନ କାହ୍ନୁ ଚରଣ ପ୍ରଧାନ, କୁଲାଡ ସରପଞ୍ଚ ଏସ ସଂଯୁକ୍ତା ରାଜୁ, ଦଦରାଲୁଣ୍ଡା ସରପଞ୍ଚ ନିରଞ୍ଜନ ସେଠୀ,ଭଞ୍ଜନଗର ମ୍ୟୁନିସିପାଲଟି କାଉନସିଲର
ଶାନ୍ତିଲତା ଜେନା,ପ୍ରଭାସିନୀ ପାଣିଗ୍ରାହୀ, ବାଲାଜୀ ସାହୁ, ରବି ବେହେରା, ଅନିତା ସେଠୀ, ପ୍ରଶାନ୍ତ ରାଓ, ଉପେନ୍ଦ୍ର କୁମାର ପ୍ରଧାନ, ସଂଯୁକ୍ତା କୁମାରୀ ବେହେରା, ଉପେନ୍ଦ୍ର କୁମାର ପ୍ରଧାନ, ସଚିତ ରାଓ, ଜୟନ୍ତୀ ନାୟକ, ଲକ୍ଷ୍ମୀ ନାୟକ, ସସ୍ମିତା ଜେନା, ଉତ୍ତମ କୁମାର ଦଳବେହରା,
ଶିବରାମ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଯାତ୍ରା କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ଏବଂ ଶାନ୍ତି ଶୃଙ୍ଖଳାର ସହ ସରିବ ସେଥିପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଉପଜିଲାପାଳ ଉମା ଶଙ୍କର ବେହେରା, ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସଭାପତି ରାଜେନ୍ଦ୍ର ବିଷୋୟୀ, କାର୍ଯ୍ୟକାରୀ ସଭାପତି ବିଷ୍ଠୁ ପ୍ରସାଦ ପ୍ରଧାନ ପ୍ରମୁଖ ଚେଷ୍ଟା ଚଳାଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?