ଭାଜପା କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଛେଣ୍ଡିପଦା,୧୬ା୪(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦୁର୍ଗାପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପ୍ରଧାନସାହି ତ୍ରିନାଥ ମଣ୍ଡପରେ ଶୋଇଥିବା ଭାଜପା କର୍ମୀ ସାଗର ପ୍ରଧାନ (୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ବିଜେଡିର ୪ କର୍ମୀଙ୍କ ସମ୍ପୃକ୍ତି ସହ ୨ଜଣ ବରିଷ୍ଠ କର୍ମୀଙ୍କ ପ୍ରରୋଚନାରେ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ମୃତ ସାଗରଙ୍କ ସ୍ତ୍ରୀ ରେଣୁବାଳା ପ୍ରଧାନ, ଭାଇ ସୁଶାନ୍ତ ପ୍ରଧାନ ଓ ପୁଅ ସୁଜିତ ପ୍ରଧାନ ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର ସହ ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ଗୋବିନ୍ଦ ପ୍ରଧାନଙ୍କୁ ବକଳା ଜଙ୍ଗଲରୁ ଗିରଫ କରିଛି।
ପୋଲିସ କହିଛି, ଗତ ପଞ୍ଚାୟତ ନିର୍ବାଚନରେ ଭାଜପା କର୍ମୀ ସାଗରଙ୍କ ସମେତ କେତେଜଣ ଯୁବକ ଅଭିଯୁକ୍ତ ଗୋବିନ୍ଦଙ୍କୁ ମାର୍‌ପିଟ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଗୋବିନ୍ଦ ସୁଯୋଗ ଅପେକ୍ଷାରେ ଥିଲେ। ଗୁରୁବାର ଦଣ୍ଡ ନୃତ୍ୟ ଦେଖି ରାତି ପ୍ରାୟ ୩ଟାରେ ଗୋବିନ୍ଦ ଘରକୁ ଫେରିବାବେଳେ ସାଗର ତ୍ରିନାଥ ମଣ୍ଡପରେ ଶୋଇଥିବା ଦେଖିବାକୁ ପାଇଥିଲେ। ମଣ୍ଡପରେ ଆଉ କେହି ନ ଥିବାରୁ ଗୋବିନ୍ଦ ଘରୁ ଏକ ଟାଙ୍ଗିଆ ଆଣି ସାଗରଙ୍କ ବେକକୁ ଚୋଟ ପକାଇ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ଥାନା ଅଧିକାରୀ ସରୋଜକାନ୍ତ ସାମଲ, ଏସ୍‌ଆଇ ଗଙ୍ଗାଧର ମେହେରା ଓ ଆଦିତ୍ୟ ପଟ୍ଟନାୟକ ସାଇଣ୍ଟିଫିକ୍‌ ଟିମ୍‌ ସହ ସକାଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଥାନାରେ ନଂ ୧୨୬/୨୨ରେ ମାମଲା ରୁଜୁ କରାଯାଇ ଫେରାର ଥିବା ଅଭିଯୁକ୍ତଙ୍କୁ ଜଙ୍ଗଲରୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ରୋଷେଇ ଘରେ ଲୁଚାଇ ରଖିଥିବା ଟାଙ୍ଗିଆକୁ ଜବତ କରାଯାଇଥିବା ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭଙ୍ଗା ହେଲା ୨ ଲଜ୍‌, ଘରୋଇ କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଚୌହଦିରେ ଉଚ୍ଛେଦ ଜାରି ରହିଛି। ପ୍ରଥମେ ମଠ ଏହାପରେ ଘରୋଇ କୋଠା ଉଚ୍ଛେଦ ପରେ ବୁଧବାର ୨ଟି ଲଜ୍‌ ଏବଂ ଗୋଟିଏ...

ଭୁବନେଶ୍ୱର ରେଳ ଷ୍ଟେଶନରେ ବିସ୍ଫୋରକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ବିସ୍ଫୋରକ ମିଳିଛି। ଷ୍ଟେଶନରେ ଅଟକି ରହିଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏହି ବିସ୍ଫୋରକକୁ ଜବତ କରିଛି।...

ଟିକା ପ୍ରସ୍ତୁତ ନ ହେବା ଯାଏ ମାନନ୍ତୁ କଟକଣା

ଭୁବନେଶ୍ୱର,୧୮।୭(ବ୍ୟୁରୋ): କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। କରୋନା ଟିକା...

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର...

୫ଟି ସ୍ଥାନରେ ବାଜିଛି ଗୁଳି, ଦୁଇଦିନ ହେଲା ଖାଉନି ହାତୀ

ନରସିଂହପୁର,୨୯।୭(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଶୁକ୍ରବାର ଗୁରୁତର ହୋଇପଡିଛି। ଦୁଇଦିନ ହେଲା ହାତୀ ଖାଦ୍ୟ ଗ୍ରହଣ କରୁନାହିଁ।...

ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରୀଛାତ୍ର

ସମ୍ବଲପୁର(ବ୍ୟୁରୋ)/ରାଉରକେଲା ଅଫିସ/ ଝାରସୁଗୁଡ଼ା ଅଫିସ/ଟିଟିଲାଗଡ଼, ୨୪ା୨(ଡି.ଏନ.ଏ.): ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା। ଏହିକ୍ରମରେ...

ପୁଣି ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଶନିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ୧୫ ତାରିଖ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳରେ ପହଞ୍ଚତ୍ବ।...

ସୁପରଭାଇଜରଙ୍କ ମୃତ୍ୟୁକୁ ନେଇ କଣିହାଁ ଏନ୍‌ଟିପିସିରେ ଉତ୍ତେଜନା, ନିଯୁକ୍ତି ସହ କ୍ଷତିପୂରଣ ଦାବି

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପୋଖରୀରେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହର କିଛି ଅଂଶ ସହ ଚପଲ ପଡ଼ିଥିବା ଦେଖିବାକୁ...

Advertisement
Archives

Model This Week