ବିଜେଡି ସରକାର ସବୁଜ ପତ୍ରିକାଧାରୀଙ୍କୁ ପ୍ରତାରଣା କରିଛନ୍ତି : ଭାଜପା

ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଦେଶରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଦେଶବାସୀଙ୍କ ସହଯୋଗରେ ୧୯୮୩ରେ ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ତତ୍କାଳୀନ ସରକାର ସବୁଜ ପତ୍ରିକା ଆରମ୍ଭ କରିଥିଲେ । ବିଭିନ୍ନ ସାମାଜିକ ପ୍ରତିବନ୍ଧକ ଓ ପରିବାର ଲୋକଙ୍କ ଆକଟକୁ ଭ୍ରୂକ୍ଷେପ ନ କରି ମା’ ଓ ଭଉଣୀମାନେ ମାତୃତ୍ୱକୁ ବଳିଦେବାକୁ ସ୍ଥିର କରି ଗର୍ଭ ନିରୋଧ ଅସ୍ତ୍ରୋପଚାର କରିଥିଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ଏବଂ ଅସ୍ତ୍ରୋପଚାର ହେଉଥିବା ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସବୁଜ ପତ୍ରିକାଧାରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ଯୋଜନା ସୁରୁଖୁରୁରେ ଚାଲିଥିବା ବେଳେ ରାଜ୍ୟ ସରକାର ୨୦୧୨ରେ ଏହାକୁ ହଠାତ୍‌ ବନ୍ଦ କରିଦେବା ସହିତ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ମଧ୍ୟ ବନ୍ଦ କରିଦେଲେ । ବନ୍ଦ କରାଯାଇଥିବା ଏହି ଯୋଜନାକୁ ପୁନଃ କାର୍ଯ୍ୟକାରୀ କରାଯିବା ଦାବିରେ ସବୁଜ ପତ୍ରିକାଧାରୀ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି ।
ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର ରାଜ୍ୟ ସଭାପତି ପ୍ରଭାକର ମହାପାତ୍ରଙ୍କ ନେତୃତ୍ୱରେ ସଂଘର ସମସ୍ତ ଜିଲା ସଭାନେତ୍ରୀ, ସମ୍ପାଦକ ଓ କୋଷାଧ୍ୟକ୍ଷମାନଙ୍କ ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟ ଠାରେ ସଭାପତିଙ୍କୁ ଭେଟି ତାଙ୍କ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସବୁଜ ପତ୍ରିକାଧାରୀ ପରିବାରଙ୍କୁ ରାଜ୍ୟ ସରକାର କିମ୍ବା ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମିତ ଗୃହଗୁଡ଼ିକ ମଧ୍ୟରୁ ଶତକଡା ୫ ପ୍ରତିଶତ ଗୃହ ଯୋଗାଇ ଦିଆଯିବ, ଘରଡିହ ନ ଥିବା ପରିବାରକୁ ୪ ଡିସିମିଲ ପରିବର୍ତ୍ତେ ୮ ଡିସିମିଲ ଭୂମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ, ନିମ୍ନ ଆୟ ବା ମଧ୍ୟମ ଆୟ ଗୋଷ୍ଠୀର ଲୋକଙ୍କୁ ଦିଆଯାଉଥିବା ଗୃହ ନିର୍ମାଣ ଋଣରୁ ଶତକଡା ୫ ପ୍ରତିଶତ ସବୁଜ ପତ୍ରିକାଧାରୀ ପରିବାର ପାଇଁ ସଂରକ୍ଷଣ ରହିବ, ମେଡିକାଲ, ଇଞ୍ଜିନିୟରିଂ, ପଲିଟେକ୍‌ନିକ ଓ ଆଇଟିଆଇ ପ୍ରଭୃତି ଶିକ୍ଷାନୁଷ୍ଠାନଗୁଡ଼ିକରେ ଶତକଡା ୫ ପ୍ରତିଶତ ସ୍ଥାନ ସବୁଜ ପତ୍ରିକାଧାରୀ ପରିବାରର ପିଲାଙ୍କ ପାଇଁ ସଂରକ୍ଷଣ ରହିବ, ଏହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ କିମ୍ବା ସ୍ବାମୀ ରାଜ୍ୟ ସରକାରଙ୍କ କର୍ମଚାରୀ ହୋଇଥିଲେ ତାଙ୍କ ଦରମାର ୨ଟି ଇନ୍‌କ୍ରିମେଣ୍ଟର ସମତୁଲ ପ୍ରୋତ୍ସାହନ ଭତ୍ତା ମିଳିବ, ସବୁଜ ପତ୍ରିକାଧାରୀମାନଙ୍କ ପାଇଁ ୧୦ ହଜାର ଏକ ବାର୍ଷିକ ଲଟେରିର ସୁଯୋଗ ଅସ୍ତ୍ରୋପଚାର ହେବାଠାରୁ ୫ବର୍ଷ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ, କିନ୍ତୁ ଏହି ଲଟେରିରେ ପତ୍ରିକାଧାରୀ ଥରେ ବିଜୟୀ ହେଲେ ପରବର୍ତ୍ତୀ ଲଟେରି ପାଇଁ ତାଙ୍କ ନାମ ରହିବ ନାହିଁ ଏଭଳି ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ସରକାର କରିଥିଲେ। ମାତ୍ର ସେସବୁରୁ ସବୁଜ ପତ୍ରିକାଧାରୀମାନଙ୍କୁ ବଞ୍ଚିତ କରାଯାଇଛି। ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏଠି ସବୁଜ ପତ୍ରିକାଧାରୀ ନ୍ୟାୟ ପାଇଁ ଆନ୍ଦୋଳନ କରୁଥିଲେ ବି ନବୀନବାବୁ କୌଣସି ପଦକ୍ଷେପ ନ ନେବା ମହିଳାଙ୍କ ପ୍ରତି ଅବହେଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ବିଜେଡି ସରକାର ସବୁଜ ପତ୍ରିକାଧାରୀ ମା’ମାନଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ମନମୋହନ କହିଛନ୍ତି । ଏହି ଅବସରରେ ରାଜ୍ୟ ଭାଜପା ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?