ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା ସେଥିରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମପି ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ୧୩୨ ଜଣ କଂଗ୍ରେସ ଓ ଭାଜପା ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ।
ପୁଣି ଗୁରୁବାର ଭୁବନେଶ୍ୱରର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ଓ ଭାଜପା ଦଳର କନ୍ଧମାଳର ନେତୃବୃନ୍ଦ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି। ସେଥିମଧ୍ୟରେ କଂଗ୍ରେସ ଦଳର ଏମପି ପ୍ରାର୍ଥୀ ପାଇଁ ଆଶାୟୀ ଥିବା ତଥା ରାଜ୍ୟସ୍ତରୀୟ ବରିଷ୍ଠ ନେତ୍ରୀ ବିଳାସିନି ନାୟକ ବିଜେଡି ମିଶିଛନ୍ତି। କଂଗ୍ରେସରେ ଦୀର୍ଘ ବର୍ଷ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ଦଳ ତାଙ୍କୁ କୌଣସି ଗୁରୁତ୍ୱ ଦେଇ ନ ଥିବା ଓ ଏମପି ପ୍ରାର୍ଥୀ ପାଇଁ ଟିକେଟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ସାମିଲ ହୋଇ ଆଗକୁ ବିଜେଡିକୁ ଜିତାଇବା ପାଇଁ ସେ ନିଃସ୍ବାର୍ଥପର ଭାବେ ପରିଶ୍ରମ କରିବେ ବୋଲି କହିଛନ୍ତି। ବିଳାସିନି ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ରହିଥିବା ବେଳେ ଦଳକୁ ସଂଗଠିତ କରିବା ପାଇଁ ବୌଦ୍ଧ ଓ କନ୍ଧମାଳରେ ଅନେକ କାର୍ଯ୍ୟ କରିଥିଲେ ଓ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କହିଛନ୍ତି। ଅଞ୍ଚଳରେ ସେ ନାରୀ ମହାସଙ୍ଘ ଗଠନ କରି ନିଶାନିବାରଣ ପାଇଁ ଅନେକ ଆନ୍ଦୋଳନ କରି ଚର୍ଚ୍ଚାରେ ରହିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ, କଂଗ୍ରେସ ନାରୀମାନଙ୍କୁ ସମ୍ମାନ ଦେବା କଥା କହିବା ସହ ରାହୁଲ ଗାନ୍ଧୀ ନାରୀଙ୍କ ପାଇଁ ଦଳରେ ୩୩ ପ୍ରତିଶତ ସଂରକ୍ଷିତ କଥା କହୁଥିବା ବେଳେ ତାହା ପାଳନ କରାଯାଉନଥିବା ବିଳାସିନି କହିଛନ୍ତି।
ସେହିପରି ଦୀର୍ଘ ୩୫ ବର୍ଷ ଧରି କଂଗ୍ରେସ ପାଇଁ କାର୍ଯ୍ୟ କରିଥିବା ବେଳେ ୨ ଥର ସମିତିସଭ୍ୟ ଓ ଏକାଧିକ ଥର ବିଧାୟକ ପ୍ରତିନିଧି ଓ ଦଳର ବିଭିନ୍ନ ଦାୟିତ୍ୱରେ ରହି ଶେଷରେ ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ନ ଦେବାରୁ କାଳି ମଲିକ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ସେ ଭୁବନେଶ୍ୱରରରୁ ଦାରିଙ୍ଗବାଡି ଫେରିବା ପରେ ଆହୁରି କଂଗ୍ରେସ କର୍ମୀ ଦଳ ଛାଡି ତାଙ୍କ ସହ ସାମିଲ ହେବେ ବୋଲି କହିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପ୍ରତି ରହିଥିବା ବିକାଶ ଧାରା ଓ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ଅଞ୍ଚଳ ପ୍ରତି ବିକାଶଞ୍‌କୁ ଆଗକୁ ନେଉଥିବାରୁ ଆମେ ମଧ୍ୟ ତାଙ୍କ ସହ ସାମିଲ ହୋଇ ତାଙ୍କ ହାତମୁଠାକୁ ଟାଣ କରୁଛୁ ବୋଲି କହିଛନ୍ତି। ଦାରିଙ୍ଗବାଡି ଅଞ୍ଚଳର ରଞ୍ଜିତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ,ବୁଲୁ ନାୟକ, ଲୁସିମା ପ୍ରଧାନ,ସଙ୍ଗୀତା ପ୍ରଧାନ ଙ୍କ ସମେତ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଶଙ୍ଖ ଭବନରେ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିବା ବେଳେ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ରଙ୍କ ସମେତ କନ୍ଧମାଳ ଏମପି ଅଚ୍ୟୁତ ସାମନ୍ତ, ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri