ଆସନ୍ତା ୩ରେ ଜିଲାପାଳ ଅଫିସ ଘେରାଉ କରିବ ବିଜେଡି: କାର୍ଯ୍ୟକାରିଣୀ ବୈଠକରେ…

ଭବାନୀପାଟଣା, ୨୭।୧ (ଉତ୍ତମ କୁମାର ଦାଶ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମଙ୍ଗଳବାର ଭବାନୀପାଟଣା ବ୍ଲକ ମେଦିନୀପୁର ସ୍ଥିତ ଏକ ଫାର୍ମ ହାଉସ ଠାରେ କଳାହାଣ୍ଡି ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଧାୟକ ତଥା ଜିଲା ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୫୧ଜଣ ଜିଲା କାର୍ଯ୍ୟକାରିଣୀ ସଦସ୍ୟ, ବରିଷ୍ଠ ନେତୃମଣ୍ଡଳୀ ଏବଂ ଛାମୁଆ ସଂଗଠନର ସଭାପତି ମାନେ ଯୋଗଦେଇ ବିଭିନ୍ନ ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ଆଗତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ବାର୍ତ୍ତାରେ ଲୋକେ ଏବେବି ବିଜେଡିକୁ ଭଲ ପାଉଛନ୍ତି ଏବଂ ଏହା ଆମର ଶକ୍ତି ବୋଲି କହିଥିଲେ। ଏହା ସହିତ ଯିଏ ଶୃଙ୍ଖଳା ଭାଙ୍ଗିବ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଧାସଳଖ କହିଛନ୍ତି । ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି କରିବା ପାଇଁ କର୍ମୀ ମାନଙ୍କୁ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ବୈଠକରେ ଡବଲ ଇଞ୍ଜିନ ସରକାରରେ କୃଷକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ପ୍ରତିବାଦରେ ଆଗାମୀ ଫେବୃୟାରୀ ୩ ତାରିଖ ଦିନ କଳାହାଣ୍ଡି ବିଜେଡି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଟାଟା ପାୱାର ସ୍ମାର୍ଟ ମିଟର ଜରିଆରେ ଲୋକଙ୍କଠୁ ଅଧିକ ଟଙ୍କା ଆଦାୟ କରି ଲୁଣ୍ଠନ କରିବା , ସାଧାରଣ ଲୋକଙ୍କୁ ପ୍ରଦୁଷିଣ ସାର୍ଟିଫିକେଟ ନାମରେ ହଇରାଣ କରିବା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିନ୍ଦା କରାଯାଇଛି। ସ୍ଥାନୀୟ ନିଯୁକ୍ତି ସାଙ୍ଗକୁ ଜିଲାର ସ୍ବାସ୍ଥ୍ୟ ବ୍ୟବସ୍ଥା ନ ସୁଧିରିଲେ ବିଜେଡିର ଛାମୁଆ ସଂଗଠନ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ମହୋଷଧି ବାଗ , ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ, ଜିଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର,ଜିଲା ଉପ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ, ପ୍ରଦୀପ ମୁଣ୍ଡ, ଧର୍ମେନ୍ଦ୍ର ନାଏକ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ନଗରପାଳ ବିଷ୍ଣୁ ପ୍ରଧାନ, ମୁନା ମହାନ୍ତି, ବଦ୍ରିନାରାୟଣ ପଟ୍ଟନାୟକ, ମହିଳା ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଯୁବନେତା ଅବିନାଶ ଠାକୁର, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ମହିଳା ନେତ୍ରୀ ସବିତା ପ୍ରଧାନ, ପୂର୍ବତନ ନଗରପାଳ ସଂଯୁକ୍ତା ବେହେରା, ଧବଳେଶ୍ଵର ମହାପାତ୍ର,ଆଶୁତୋଷ ପୁରୋହିତ, ସଚ୍ଚିଦାନନ୍ଦ ମହାକୁଡ଼, କ୍ଷିରସିନ୍ଧୁ ନାଏକ, ସେନାପତି ନାଏକ, ତ୍ରିଲୋଚନ ପାଣିଗ୍ରାହୀ, ମାଣିକ୍ୟ ନାଏକ, ମହେଶ ସାହୁ, ଶିବା ସାହୁ, ପରମାନନ୍ଦ ମାଝୀ, ଉତ୍ପଳ ଦାସ, ପିତବାସ ବେହେରା, ମାନସ ସିନ୍ଦୂର, ମିଟୁ ପାତ୍ର, ଭୋଳାନାଥ ନାଗ, ତଥା ସମସ୍ତ ଜିଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri