ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବିରୋଧ: ଏମିତି କହିଲେସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ 

ବାଚସ୍ପତି ଡକାଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବିରୋଧ। ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗ ଦେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ଦଳ।
ଜଣେ କେନ୍ଦ୍ର ମନ୍ତ୍ରୀ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ଓ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ଉଦ୍‌ଯାପନ କରିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଦଳ ଅଭିଯୋଗ କରିଛି, ଏହା ବିଧାନସଭାର ପରମ୍ପରାକୁ କ୍ଷୂର୍ଣ୍ଣ କରିଛି। ଏହି କାର୍ଯ୍ୟକ୍ରମ ବାଚସ୍ପତି କରନ୍ତି। ଗୃହର ନେତା ଭାବରେ ଏହାକୁ ଉଦ୍‌ଘାଟନ କରନ୍ତି ମୁଖ୍ୟମନ୍ତ୍ରୀ। ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଥାଇ ଭିନ୍ନ ବ୍ୟକ୍ତି ଉଦଘାଟନ କରିବା ବିଧାନସଭା ପରମ୍ପରାରେ ଗୁରୁତର ବ୍ୟତିକ୍ରମ ବୋଲି ବିଜେଡି କହିଛି।
ଅନ୍ୟପଟେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ରହିବେ। ଅତିଥି ଭାବରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଡାକିଛୁ। ବିଧାନସଭା ନୀତି ନିୟମଭିତରେ କାର୍ଯ୍ୟକ୍ରମ ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

କନ୍ୟାର ବୟସ ହୋଇନଥିବା ଶୁଣି ବେଦିରୁ ଉଠିଗଲେ ପୁରୋହିତ, ରୋକିଲେ ବାଲ୍ୟବିବାହ

ପାରଳାଖେମୁଣ୍ଡି,୫।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକରେ ନିକଟରେ ଏକ ବାଲ୍ୟବିବାହକୁ ଜିଲା ପ୍ରଶାସନ ରୋକିଥିବା ବେଳେ ସୋମବାର ଆଉ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିଛି।…

ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ! ଆମେରିକାରେ କମୁଛି ଟ୍ରମ୍ପଙ୍କ ଲୋକପ୍ରିୟତା, ସର୍ଭେରେ କରାଗଲା ବଡ଼ ଦାବି

ଓ୍ବାଶିଂଟନ,୫।୫: ଯୁକ୍ତରାଷ୍ଟ୍ରରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମଗ୍ରିକ ଅନୁମୋଦନ ମୂଲ୍ୟାଙ୍କନ ୩୭ ପ୍ରତିଶତକୁ ହ୍ରାସ ପାଇଛି, ଏବଂ ୬୬ ପ୍ରତିଶତ ଆମେରିକୀୟ ନାଗରିକ ତାଙ୍କ ଅର୍ଥନୈତିକ ନୀତି…

ଅସ୍ତ୍ରବିରତି ଉଲ୍ଲଂଘନ କରି ୟୁଏଇ ଉପରେ ଆକ୍ରମଣ କଲା ଇରାନ; ୩ ଭାରତୀୟ ଆହତ

ତେହରାନ,୫।୫: ୱାଶିଂଟନ ଏବଂ ତେହରାନ ମଧ୍ୟରେ ସଂଘର୍ଷର ଅନ୍ତ ନେଇ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଯୁଦ୍ଧବିରତି ଉଲ୍ଲଂଘନ…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

ଅଟୋରିକ୍ସା ଡ୍ରାଇଭର ନିର୍ବାଚନ ଜିତିଲେ: ବାହୁବଳୀଙ୍କୁ ନେତାଙ୍କୁ ଚଟେଇଲେ ଧୂଳି

ଚେନ୍ନାଇ,୫ା୫:ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର ୨…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri