ଭାଜପା ସହ ମେଣ୍ଟ ନେଇ ବିଜେଡି ନେତା ଅସନ୍ତୁଷ୍ଟ: ଅଜୟ କୁମାର

ଭୁବନେଶ୍ୱର,୨୬।୨(ସୁନିତ୍‌ ମିଶ୍ର):ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଭାଜପା ମଧ୍ୟରେ ମେଣ୍ଟ ହୋଇଛି, ଯେଉଁଥିିପାଇଁ ବିଜେଡି ନେତାଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଜୟ କହିଛନ୍ତି, ଶାସକ ଦଳରେ ଅନେକେ ଅସନ୍ତୁଷ୍ଟ ଅଛନ୍ତି। ଭାଜପା ସହ ଅଘୋଷିତ ମେଣ୍ଟକୁ ନେଇ ବିଜେଡି ନେତାମାନେ ବହୁତ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ଦଳରେ ବହୁ ଅନ୍ତଃକନ୍ଦଳ ମଧ୍ୟ ରହିଛି। ଆମ ସହ ଯୋଗାଯୋଗରେ ଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏହା ଲାଗୁଛି ଭାଜପା ଏଠି ବିଜେଡିକୁ ଚଳାଉଛି। ରାଜ୍ୟରେ ବିଜେଡି ଓ ଭାଜପା ସମାନ। ଓଡ଼ିଶାକୁ ବଞ୍ଚାଇବାକୁ ଚାହୁଁଥିବା ବିଜେଡି ଓ ଭାଜପା ନେତା ଆମ ସହ ଆସନ୍ତୁ, ଆମେ ସେମାନଙ୍କୁ ଉଚିତ ସମ୍ମାନ ଦେବୁ ବୋଲି ସେ କହିଛନ୍ତି। ଅଜୟ ଆହୁରି କହିଛନ୍ତି, ଓଡ଼ିଶାର ପ୍ରାର୍ଥୀ ଚୟନ ପାଇଁ ‘ପ୍ରଗମନ’ ଆପ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକ ବିଧାନସଭା ପାଇଁ ଆବେଦନ କରିଥିଲେ, ସେମାନଙ୍କ ନାଁ ପିଇସି ବୈଠକରେ ଆଲୋଚନା କରାଯାଇଛି। ଏହାସହ ଯେଉଁମାନେ ଲୋକ ସଭା ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ନାଁ ମଧ୍ୟ ପିଇସିରେ ଆଲୋଚନା ହୋଇଛି। ଆଗାମୀ ୨୭ରେ ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ ବସିବ। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନରେ ଯେଉଁମାନେ ପରଫର୍ମାନ୍ସ ଦୃଷ୍ଟିରୁ ଆଗରେ ଥିବେ, ସେମାନଙ୍କ ନାଁ ସ୍କ୍ରିନିଂ କମିଟିରେ ସ୍ଥାନ ପାଇବ। ଶେଷରେ ପ୍ରଗମନ ଓ ସର୍ଭେ ଟିମ୍‌ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଓଡ଼ିଶାରେ ଟିକେଟ ବଣ୍ଟାଯିବ। ଯେଉଁମାନେ ପ୍ରଗମନରେ ନିଜର ତୃଣମୂଳସ୍ତରର ଦକ୍ଷତାକୁ ପ୍ରତିପାଦିତ କରିପାରିବେ, ସେମାନଙ୍କୁ ଟିକେଟ ପାଇଁ ପ୍ରାଥମିକତା ଦିଆଯିବ। କଂଗ୍ରେସ ନିଜର ପ୍ରାୟ ସବୁ ପ୍ରାର୍ଥୀଙ୍କ ନାଁ ଶର୍ଟ ଲିଷ୍ଟ କରିସାରିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ସବୁ ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri