ବିଜେଡି ନେତାଙ୍କ ମାଲିକାନାରେ ଥିବା ବଣିକ କୋଚିଂ ସେଣ୍ଟର, ଯଯାତି ହୋଟେଲରେ ଆଇଟି ଚଢ଼ାଉ

ଭୁବନେଶ୍ୱର,୨।୪(ସତ୍ୟଜିତ୍‌ ରାଉତ):ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ମାଲିକାନାରେ ଥିବା ବଣିକ୍‌ କୋଚିଂ ସେଣ୍ଟର, ବ୍ୟବସାୟିକ ପ୍ରତିଷ୍ଠାନ ଓ ତାଙ୍କ ବାସଭବନରେ ଆୟକର ବିଭାଗ ପକ୍ଷରୁ ସୋମବାର ଚଢ଼ାଉ ହୋଇଛି। ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବଣିକ ଶାଖା, ସୁବ୍ରତଙ୍କ ନୟାପଲ୍ଲୀସ୍ଥିତ ବାସଭବନ, ଯାଜପୁର ରୋଡସ୍ଥିତ ହୋଟେଲ ‘ଯଯାତି କୋର୍ଟୟାର୍ଡ’ ରହିଛି। ସେହିପରି ଯଯାତି ହୋଟେଲର ପରିଚାଳନା ମୁଖ୍ୟ ଦିବ୍ୟରଞ୍ଜନ ନାୟକଙ୍କ ଯାଜପୁର ସଦର ଥାନା ଅନ୍ତର୍ଗତ ମଲ୍ଲିକାପୁରସ୍ଥିତ ଘରେ ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ଯାଞ୍ଚ ଜାରି ରଖିଛନ୍ତି। ଆୟକର ଫାଙ୍କି ଅଭିଯୋଗରେ ଆୟକର ବିଭାଗର ୪ଟି ଟିମ୍‌ ଏସବୁ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କିଛି ଜବତ କରିଥିବା ସୂଚନା ମିଳିଛି। ଏଥିସହ ସୁବ୍ରତଙ୍କ କୋଚିଂ ସେଣ୍ଟର, ବ୍ୟବସାୟିକ ପ୍ରତିଷ୍ଠାନ ଓ କୋଚିଂ ସେଣ୍ଟର ସହ ଜଡ଼ିତ କେତେଜଣ ବରିଷ୍ଠ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ବଣିକ କୋଚିଂ ସେଣ୍ଟରରେ ଚଢ଼ାଉ ସହ ଯାଞ୍ଚ ପାଇଁ କୌଣସି ଛାତ୍ରୀଛାତ୍ରଙ୍କୁ ଭିତରକୁ ଛଡ଼ାଯାଇ ନ ଥିଲା। ତେବେ ଏ ସଂକ୍ରାନ୍ତରେ ସୁବ୍ରତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଜିଏସ୍‌ଟି ଫାଙ୍କି ଅଭିଯୋଗରେ ଗତବର୍ଷ ଅର୍ଥାତ୍‌ ୨୦୨୩ ମାର୍ଚ୍ଚ ୨୮ରେ ମଧ୍ୟ ବଣିକ କୋଚିଂ ସେଣ୍ଟରରେ ଜିଏସ୍‌ଟି ରେଡ୍‌ ହୋଇଥିଲା। ଏହି ସମୟରେ ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଜିଏସ୍‌ଟି ଇଣ୍ଟେଲିଜେନ୍ସ ପକ୍ଷରୁ ୧୮ ଘଣ୍ଟା ଧରି ଚଢ଼ାଉ ହୋଇଥିଲା। ତେବେ ବର୍ଷକ ପରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜାରି ରହିଛି।
ସୂଚନାଯୋଗ୍ୟ, ବଣିକ୍‌ ପକ୍ଷରୁ ବ୍ୟାଙ୍କିଙ୍ଗ୍‌, ରେଲୱେ, ବି.ଏଡ୍‌. ଓ ଏସ୍‌ଏସ୍‌ସି ଆଦି କୋଚିଂ ଦିଆଯାଇଥାଏ। ରାଜ୍ୟର ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ପଶ୍ଚିମବଙ୍ଗର କୋଲ୍‌କାତାରେ କୋଚିଂ ସେଣ୍ଟରର ଶାଖା ରହିଛି। ଖବର ଲେଖାହେବା ପର୍ଯ୍ୟନ୍ତ ୧୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଯାଞ୍ଚ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri