ଭାଜପା ବିରୋଧରେ ଲୋକଙ୍କୁ ବିଭ୍ରାନ୍ତ କରୁଛି ବିଜେଡି

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ବିଗତ ଦିନରେ ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ବିଜେଡି ମୁଖ୍ୟ ରାଜନୈତିକ ସଙ୍ଗଠନ ଥିଲା। ଏହାର ରାଜନୈତିକ ବ୍ୟାପାର କମିଟି, ରାଜ୍ୟ କାର୍ଯ୍ୟନିର୍ବାହୀ ଓ ପାର୍ଲାମେଣ୍ଟାରି ବୋର୍ଡ ହିଁ ଦଳର ପ୍ରାଥୀ କିଏ ହେବ ସ୍ଥିର କରେ। ବିଜେଡିର ପୁରୁଣା ନେତାଙ୍କୁ ପଚାରିଲେ ପାର୍ଲାମେଣ୍ଟାରି ବୋର୍ଡର କିଏ ସଦସ୍ୟ ଅଛନ୍ତି ତାହା ତାଙ୍କୁ ଜଣାନାହିଁ। ତାଙ୍କର ବୈଠକ ହେଲା କି ନାହିଁ, ସେଥିରେ କ’ଣ ନିଷ୍ପତ୍ତି ହେଲା ତାହା ମଧ୍ୟ ବିଜେଡି ନେତାମାନେ ଅନଭିଜ୍ଞ। ଏପରିକି ପାର୍ଲାମେଣ୍ଟାରି ବୋର୍ଡ ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ବି ଜାଣନ୍ତି ନାହିଁ। ଏହାଛଡା ଓଡ଼ିଶାର କ୍ୟାବିନେଟ୍‌ ବସୁଛି କି ନାହିଁ, ପୂର୍ବରୁ ମନ୍ତ୍ରୀମାନଙ୍କ ପାଖରେ ଚିଠା ପହଞ୍ଚୁଛି କି ନାହିଁ, ସେମାନେ ଯୋଗ ଦେଉଛନ୍ତି କି ନାହିଁ ତାହା ବି ବିଜେଡି ନେତାଙ୍କୁ ଜଣାନାହିଁ। ବିଜେଡିର ଆଭିମୁଖ୍ୟ ଓ ଭାବାବେଗ, ଆବଶ୍ୟକତା ବାସ୍ତବରେ କେଉଁଠି ବନ୍ଧାପଡ଼ିଛି ତାହା ସାରା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଭାଜପା ସରକାରକୁ ଆସିଲେ ବିଏସ୍‌କଓ୍ବୋଇ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବନ୍ଦ କରିଦେବ ବୋଲି ବିଜେଡି ବିଭ୍ରାନ୍ତ କରୁଥିବା ଭାଜପା ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଜ୍ଜନ କହିଛନ୍ତି, ବିଜେଡିରେ ମାତ୍ର ୨ଟି ଲୋକ ଦେଖାଯାଉଛନ୍ତି। ପ୍ରଶାସନର ଉପରଠୁ ତଳ ପର୍ଯ୍ୟନ୍ତ ପିସି ଓ ଭ୍ରଷ୍ଟାଚାର ଚାଲିଛି। ଓଡ଼ିଶାରେ ମାଫିଆ ରାଜ୍‌ ଚାଲିଛି। ଏହାକୁ ବାହାରୁ ଆସୁଥିବା ଲୋକମାନେ ବି ଅନୁଭବ କରିପାରୁଛନ୍ତି। ଏନେଇ ବିଜେଡି କବଳରୁ ଓଡ଼ିଶାକୁ ମୁକୁଳାଇବାକୁ ଓଡ଼ିଶାର ଜନସାଧାରଣ ଓ ଭୋଟରଙ୍କୁ ଭାଜପା ନିବେଦନ କରିଛି। ଓଡ଼ିଶା ମୁକୁଳିଲେ ବିକଶିତ ଓଡ଼ିଶା ଗଠନ ସମ୍ଭବ ହେବ। ଏହା ହିଁ ମୋଦି ଗ୍ୟାରେଣ୍ଟି। ଯେଉଁଠି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଓଡ଼ିଶାର ବିକାଶ ଅଟକିଯାଉଛି ତାକୁ ଗତିଶୀଳ କରିବା ମୋଦି ଗ୍ୟାରେଣ୍ଟି। ବିଜେଡି ସରକାର ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ବିଭ୍ରାନ୍ତ କରୁଛି। ବିଜେଡି ନେତାମାନେ ଅପପ୍ରଚାର କରୁଛନ୍ତି ଯେ ଭାଜପା ସରକାରକୁ ଆସିଲେ ବିଏସ୍‌କଓ୍ବୋଇ ବନ୍ଦ ହୋଇଯିବ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବନ୍ଦ ହୋଇଯିବ। ମାତ୍ର ଏସବୁ ଭ୍ରାନ୍ତ ଧାରଣାରୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କୁ ଭାଜପା ନିବେଦନ କରୁଛି ବୋଲି ସଜ୍ଜନ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri