ପଞ୍ଚାୟତ ନିର୍ବାଚନ ସପକ୍ଷରେ ବିଜେଡି

ଭୁବନେଶ୍ୱର, ୬।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ କରୋନା ୩ୟ ଲହର ଭୟ ଘାରିବା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବିଭିନ୍ନ ପ୍ରକାର ସ୍କିମ୍‌ ରାଜ୍ୟବାସୀଙ୍କ ଲାଗି ଘୋଷଣା କରି ପ୍ରସ୍ତୁତି ଚଳାଇଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। କହିବାକୁ ଗଲେ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ତେବେ ଓମିକ୍ରନ୍‌କୁ ନେଇ ସବୁଆଡ଼େ ଚିନ୍ତା ବଢ଼ିଚାଲିଥିବା ବେଳେ ଆଗକୁ ନିର୍ବାଚନ ସାମୟିକ ଭାବେ ଘୁଞ୍ଚାଯିବ ନା କଟକଣା ମଧ୍ୟରେ ଭୋଟ କରାଯିବ ତାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ବିରୋଧୀ ଏବେ ନିର୍ବାଚନ ସପକ୍ଷରେ ଥିଲା ଭଳି ମନେ ହେଉନାହିଁ। କଂଗ୍ରେସ ନିର୍ବାଚନ ବନ୍ଦ ରଖିବାକୁ ପ୍ରସ୍ତାବ ଦେଇଥିବା ବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ଛାଡ଼ିଛି ଭାଜପା। ସେହିପରି ଲୋକଙ୍କ ସ୍ବାସ୍ଥ୍ୟ ଆଗ, ହେଲେ ଭୋଟ ମଧ୍ୟ ଠିକ୍‌ ସମୟରେ ହେବା ଦରକାର ବୋଲି ବିଜେଡି ଯୁକ୍ତି ବାଢ଼ିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ଜିଲାକୁ ନିର୍ବାଚନ ସମ୍ପର୍କିତ ଫର୍ମ, କାଳି ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି। ୧୦ ତାରିଖରେ ମଧ୍ୟ ସର୍ବଦଳୀୟ ବୈଠକ ପାଇଁ ଡାକରା ସରିଛି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଫେବୃୟାରୀ ବେଳକୁ ଓମିକ୍ରନ୍‌ ସଂକ୍ରମଣ ପିକ୍‌କୁ ଯିବ। ତେଣୁ ଡର ଲାଗୁଛି। ଅତ୍ୟଧିକ ହେଲେ ନିର୍ବାଚନ ହେବା ଠିକ୍‌ ନୁହେଁ। ଲୋକମାନେ ଲାଇନରେ ପାଖାପାଖି ଠିଆ ହେବେ, ସବୁ ପ୍ରକାର ସମାବେଶ କରିବେ। ତେଣୁ ତାକୁ ଦୃଷ୍ଟି ଦେବା ଜରୁରୀ ବୋଲି ସେ କହିଛନ୍ତି। ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଲୋକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ନିର୍ବାଚନ କମିଶନ କିମ୍ବା ରାଜ୍ୟ ସରକାର ଯାହା ବି ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବେ। ବର୍ତ୍ତମାନ ନିର୍ବାଚନ ହେଲେ ବି ଭାଜପା ଲଢ଼ିବ। ସ୍ବାସ୍ଥ୍ୟଗତ କାରଣରୁ ବନ୍ଦ କରାଗଲେ ସ୍ବାଗତ କରିବେ ବୋଲି ପୃଥ୍ବୀରାଜ କହିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଲୋକଙ୍କ ଜୀବନ, ଜୀବିକା ଗୁରୁତ୍ୱପୂର୍ଣ୍ଣ। ତେବେ ଆମେମାନେ ଦୃଢ଼ବିଶ୍ୱାସ ରଖିଛୁ ଏ ଲହରକୁ ମଧ୍ୟ ଓଡ଼ିଶା ପରାସ୍ତ କରିବ। ନିର୍ବାଚନ ଯେବେ ହେବ ସେଥିଲାଗି ପ୍ରସ୍ତୁତ ହେବୁ। ଆମେ ଚାହୁଁଛୁ ନିର୍ବାଚନ ତୁରନ୍ତ ହେଉ। ନିର୍ବାଚନ ହେବ ନା ବନ୍ଦ ହେବ ସେନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri