ବିଜେଡିର କାଉଣ୍ଟଡାଉନ୍‌ ଆରମ୍ଭ: ମୋଦି

ବଲାଙ୍ଗୀର, ୧୨ା୫(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଜୁନ୍‌ ୪ ହେଉଛି ବିଜେଡିର ଏକ୍ସପାଏରୀ ଡେଟ୍‌। ଜୁନ୍‌ ୧୦ରେ ଓଡ଼ିଶା ମାଟିରେ ଜନ୍ମ ହୋଇଥିବା, ଓଡ଼ିଆ ସଂସ୍କୃତି ଓ ଅସ୍ମିତା ବୁଝୁଥିବା ବ୍ୟକ୍ତି ଭାଜପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଜୁନ୍‌୧୦ରେ ଭୁବନେଶ୍ୱରଠାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାବେଶରେ ଯୋଗଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ସେ ନିମନ୍ତ୍ରଣ ଦେବାକୁ ଆସିଛନ୍ତି ବୋଲି ବଲାଙ୍ଗୀର ସହର ଉପକଣ୍ଠ ପଥରଚେପାସ୍ଥିତ ପଡ଼ିଆରେ ଶନିବାର ଆୟୋଜିତ ଭାଜପା ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ସମାବେଶରେ ଲୋକଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ଆକ୍ରମଣ କରିଥିଲେ। ଓଡ଼ିଶାର ଭୋଟର ସ୍ବାଭିମାନୀ, ଏଣୁ ଓଡିଶାରେ ଏଥର ଡବଲ ଇଞ୍ଜିନର ସରକାର ଗଠନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ଭାଜପା ସରକାର କଲେ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ହେବ। ରାଜ୍ୟର ମହିଳାମାନଙ୍କୁ ଲକ୍ଷପତି ଦିଦି କରାଯିବ। ଓଡ଼ିଶାରେ ସୁଭଦ୍ରା ଯୋଜନାରେ ମହିଳାମାନେ ଲାଭବାନ୍‌ ହେବେ।
ଆଗାମୀ ନିର୍ବାଚନ ଓଡ଼ିଶା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ଲୋକଙ୍କୁ ପ୍ରଥମେ ମତଦାନ ପରେ ଜଲ୍‌ପାନ୍‌ ନାରା ଦେଇ ଗୁରୁତ୍ୱ ବୁଝାଇଥିଲେ। ଏହି ଅବସରରେ ଭାଜପା ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିବା ପରେ କିଭଳି ସାରା ବିଶ୍ୱରେ ଭାରତ ଏବଂ ଓଡ଼ିଶାର ଗୌରବ ବଢ଼ିଛି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ବଲାଙ୍ଗୀର ସଭାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାପୁରୁଷ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସ୍ମରଣ କଲାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାମ ଉଚ୍ଚାରଣ କରିବା ସହ ଜିଲାର ବିଶିଷ୍ଟ ସାହିତି୍ୟକ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଥା ଉଲ୍ଲେଖ କରିଥିଲେ। ବଲାଙ୍ଗୀରର ବିଜୟ ସଂକଳ୍ପ ସମାବେଶରେ ଦିନ ପ୍ରାୟ ୧୨ଟା ୨୦ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟର ଯୋଗେ ଫୁଲବାଣୀରୁ ବଲାଙ୍ଗୀର ଆସି ପହଞ୍ଚତ୍ଥିଲେ। ବରିଷ୍ଠ ଭାଜପା ନେତା ତଥା ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକବର୍ଦ୍ଧନ ସିଂଦେଓ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ବକ୍ତବ୍ୟ ରଖିବାକୁ ଅନୁରୋଧ କରିଥିଲେ। ଏହି ସଭାରେ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ, ପାଟଣାଗଡ ବିଧାୟକ ପ୍ରାର୍ଥୀ କନକବର୍ଦ୍ଧନ ସିଂଦେଓ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ନବୀନ ଜୈନ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ, ସୋନପୁର ବିଧାୟକ ପ୍ରାର୍ଥ ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା, ଜିଲା ଭାଜପା ସଭାପତି ଶିବାଜୀ ମହାନ୍ତି, ସାଂସଦଙ୍କ ଝିଅ ନିଭ୍ରିତି କୁମାରୀ ସିଂଦେଓ ମେୱାର ଓ ଅନ୍ୟମାନେ ମଞ୍ଚାସୀନ ଥିଲେ। ବଲାଙ୍ଗୀର ସଭା ପରେ ପ୍ରଧାନମନ୍ତ୍ରୀ ବରଗଡ ନିର୍ବାଚନୀ ସଭାକୁ ଯୋଗଦେବାକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri