ଭାଜପାକୁ ଦୋଷ ଦେଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର, ୧୧/୨(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଓଡ଼ିଆ ଏମ୍‌ପିମାନେ ଭେଟିବା ପରେ ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍‌ଏମ୍‌ଏ)ର ପ୍ରସ୍ତାବିତ ଚିଠା ଉପନିୟମ (ବାଇ-ଲ)କୁ ପ୍ରତ୍ୟାହାର କରାଯାଇଛି। ହେଲେ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ନିମନ୍ତେ ଏହା ପ୍ରତ୍ୟାହାର କରାଯାଇନାହିଁ। ଏଭଳି ନିଷ୍ପତ୍ତି ପରେ ରାଜ୍ୟରେ ବର୍ତ୍ତମାନ ବାଇ-ଲକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଅନ୍ୟପଟେ ଏକାମ୍ର କ୍ଷେତ୍ରର ସେବାୟତମାନଙ୍କ ପକ୍ଷରୁ ବିରୋଧ ଦେଖିବାକୁ ମିଳିଛି। ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି, ଲିଙ୍ଗରାଜଙ୍କ ପାଇଁ ୧୨ ମାସରେ ୧୩ ପ୍ରକାର ଯାତ୍ରା ଖଞ୍ଜାଯାଇଛି। ଏହିସବୁ ଯାତ୍ରାରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ମନ୍ଦିରକୁ ଯାତ୍ରା କରିଥାଆନ୍ତି। ସେଥିଲାଗି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଭଳି ବହୁ ମନ୍ଦିରରେ ସେବାୟତମାନଙ୍କୁ ଥଇଥାନ କରାଯାଇଛି। ଅନ୍ୟପଟେ ସେବାପୂଜା ସୁରୁଖୁରୁରେ କରାଯିବା ଲାଗି ସେବକମାନଙ୍କ ସାହି ମନ୍ଦିର ନିକଟରେ ଗଢ଼ିଉଠିଛି। ତେଣୁ ଏହାଦ୍ୱାରା ସେବାୟତ ପରିବାର ବିଶେଷଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଇଛି। କେନ୍ଦ୍ର ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ କେନ୍ଦ୍ରମନ୍ତ୍ରୀ ଏବଂ ଏମ୍‌ପିମାନଙ୍କୁ ଏକାମ୍ର କ୍ଷେତ୍ରରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନି ଦିଆଯାଇଛି।
ଏହି ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଟୁଇଟ୍‌ ଯୋଗେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଟାର୍ଗେଟ କରିଛନ୍ତି। ପଣ୍ଡା ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ବନ୍ଦ କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି ଏବଂ ଏମ୍‌ପି ଷ଼ଡଙ୍ଗୀଙ୍କ ନୀରବତା ତାଙ୍କ ମୁଖା ଖୋଲିଦେଇଛି। ଯେଉଁମାନେ ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ବାଧା ଆଣିବା ପାଇଁ ଉଦ୍ୟମ କରୁଛନ୍ତି ରାଜଧାନୀବାସୀ ସେମାନଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ। ଅନ୍ୟପଟେ ଅପରାଜିତା କହିଛନ୍ତି, ପ୍ରଧାନମନ୍ତ୍ରୀ ବିକାଶ ଦିଗରେ ରାଜନୀତି କରନ୍ତି। କୌଣସି ପରିସ୍ଥିତିରେ ଆମେ ବିକାଶକୁ ବିରୋଧ କରିନାହୁଁ। ଏକାମ୍ର କ୍ଷେତ୍ରର ବିକାଶ ଆମେ ସମସ୍ତେ ଚାହୁଁ। ନୀତି ନିୟମକୁ ନେଇ ସବୁବେଳେ କାମ ହେବା ଜରୁରୀ। ଶାସକ ଦଳର ଅପରିପକ୍ୱତା କହିଲେ ଏହା ଅତ୍ୱିକ୍ତି ହେବନାହିଁ। ୧୫ ତାରିଖ ପରେ ଫେରିଲେ ଅନୁସନ୍ଧାନ କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବାଇ-ଲ ଏକ୍ରାମ କ୍ଷେତ୍ରରୁ ନ ହଟାଇବା ନିଷ୍ପତି ଦୁର୍ଭାଗ୍ୟଜନକ। ଏହା ଏକାମ୍ର କ୍ଷେତ୍ରକୁ ଏକ ଶକ୍ତ ଧକ୍କା। କେନ୍ଦ୍ର ସରକାରଙ୍କର ଏପରି ନିଷ୍ପତ୍ତିକୁ କେବଳ ଏକାମ୍ରବାସୀ ନୁହେଁ, ସାରା ରାଜ୍ୟବାସୀ ବିରୋଧ କରୁଛନ୍ତି। ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ପ୍ରଭୃତିରେ ଏହି କଟକଣାଯୁକ୍ତ ବାଇ-ଲ ବଳବତ୍ତର ରହିବା ଦ୍ୱାରା ଏଠିକାର ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଏକାମ୍ର କ୍ଷେତ୍ରର ବିକାଶମୂଳକ କାର୍ଯ୍ୟ କଟକଣା ମାଧ୍ୟମରେ ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି। ଏହାକୁ ଶୀଘ୍ର ନିଷ୍ପତି ପ୍ରତ୍ୟାହାର ନ କଲେ ଜନଆନ୍ଦୋଳନ ହେବ ବୋଲି ସୁରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri