ଅବ୍ୟବସ୍ଥାରେ ବିଜେବି ସଙ୍ଗୀତ ବିଭାଗ

ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା): ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ନାନା ସମସ୍ୟାକୁ ନେଇ ଛାତ୍ର ଅସନ୍ତୋଷ ଲାଗିରହୁଛି। ତେବେ ଯୁକ୍ତ୩ ସଙ୍ଗୀତ ବିଭାଗରେ ଅବ୍ୟବସ୍ଥା ସବୁଠୁ ବଳିଯାଇଛି। ପ୍ରଥମବର୍ଷରେ ନାମଲେଖା ଠାରୁ ଏ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇପାରିନାହିଁ। ମାତ୍ର ୮ ଆସନ ବିଶିଷ୍ଟ ଏହି ବିଭାଗରେ ପିଲାଙ୍କ ସଙ୍ଗୀତ ଶିକ୍ଷା ପାଇଁ ଆନୁଷଙ୍ଗିକ ବନ୍ଦୋବସ୍ତ ନାହିଁ। ବାଦ୍ୟଯନ୍ତ୍ରର ଅଭାବ ରହିଛି। ତବଲା ହେଉ କି ତାନପୁରା, କୌଣସି ବି ବାଦ୍ୟଯନ୍ତ୍ର ବ୍ୟବହାର ଯୋଗ୍ୟ ହୋଇରହିନାହିଁ। ପୁଣି ତାହାକୁ ବଜାଇବାକୁ କେହି ନାହାନ୍ତି। ଇଲେକ୍ଟ୍ରୋନିକ୍ସ ସାଉଣ୍ଡ୍‌ବକ୍ସରେ ହିଁ କାମ ଚଳୁଛି। ଅନ୍ୟପଟେ ସଙ୍ଗୀତ ବିଭାଗରେ ଅଧ୍ୟାପକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଦୀର୍ଘବର୍ଷ ପରେ ଏଠାରେ ଜଣେ ସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷାଦାନ ପାଇଁ ଓଡ଼ିଶୀ ଭୋକାଲ ଡିଗ୍ରୀଧାରୀ ଅଧ୍ୟାପକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗର ବର୍ତ୍ତମାନ ତଥା ପୁରାତନ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ବିଭାଗ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁସାରେ, ଓଡ଼ିଶୀ ଭୋକାଲରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁକାନ୍ତ କୁମାର ବଳଙ୍କୁ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ କନିଷ୍ଠ ଅଧ୍ୟାପକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ଅଧ୍ୟାପକ ବଳଙ୍କୁ ବିଜେବି କଲେଜକୁ ବଦଳି କରାଯାଇଛି। ମାତ୍ର ବିଜେବି କଲେଜ ସଙ୍ଗୀତ ବିଭାଗରେ କେବଳ ହିନ୍ଦୁସ୍ତାନୀ ଭୋକାଲ ବିଷୟ ରହିଛି। ହିନ୍ଦୁସ୍ତାନୀ ଭୋକାଲରେ ଡିଗ୍ରୀ ନ ଥିବା ଜଣେ ଅଧ୍ୟାପକ ପିଲାଙ୍କୁ କିପରି ଶିକ୍ଷା ଦେବେ ତାହାକୁ ନେଇ ଛାତ୍ରୀଛାତ୍ର ପ୍ରଶ୍ନ କରିଛନ୍ତି। ତେଣୁ ବିଦ୍ୟାଳୟରେ ଓଡ଼ିଶୀ ଭୋକାଲ ପାଠ୍ୟକ୍ରମ ସ୍ବତନ୍ତ୍ର ଭାବେ ଖୋଲାଯାଉ କିମ୍ବା ଅଧ୍ୟାପକ ବଳଙ୍କୁ ଅନ୍ୟତ୍ର ବଦଳି କରାଯାଉ। ମାତ୍ର ହିନ୍ଦୁସ୍ତାନୀ ଭୋକାଲ ପାଠ୍ୟକ୍ରମରେ ନାମ ଲେଖାଇଥିବା ପିଲାଙ୍କୁ ଓଡ଼ିଶୀ ଶିକ୍ଷା ପ୍ରଦାନ କରା ନ ଯାଉ। ସେହିପରି ଏହି ବିଭାଗରେ ସିଟ୍‌ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଥିବା ପୁରାତନ ଛାତ୍ରୀଛାତ୍ର ମତ ରଖିଛନ୍ତି।
ନିକଟରେ ବିଭାଗର ଛାତ୍ରୀଛାତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଇତିଶ୍ରୀ ପାଢ଼ୀଙ୍କୁ ଭେଟି ଅଭିଯୋଗପତ୍ର ଦେବା ସହ ବିଭାଗର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବେ ବୋଲି ପାଢ଼ୀ କହିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ଅଧ୍ୟକ୍ଷା କ’ଣ ପଦକ୍ଷେପ ନେଲେ ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ କୌଣସି ତଥ୍ୟ ପ୍ରଦାନ କରାଯାଉନାହିଁ ବୋଲି ଜଣେ ଛାତ୍ର କହିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ଡ. ପାଢ଼ୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଏନେଇ ସଙ୍ଗୀତ ବିଭାଗର ନବନିଯୁକ୍ତ ଅଧ୍ୟାପକ ତଥା ବିଭାଗ ମୁଖ୍ୟ ସୁକାନ୍ତ ବଳ କହିଛନ୍ତି, ତାଙ୍କ ନିଯୁକ୍ତିକୁ ଖୁବ୍‌ କମ୍‌ ସମୟ ହୋଇଛି। ଦୀର୍ଘବର୍ଷ ଧରି ବିଭାଗରେ କେଉଁ ସବୁ ସମସ୍ୟା ରହିଛି ସେସବୁ ସେ ପିଲାଙ୍କଠାରୁ ଜାଣିବାକୁ ଚାହଁୁଛନ୍ତି। ଉନ୍ନତମାନର ଶିକ୍ଷାଦାନ ପାଇଁ ସେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଅନ୍ୟପଟେ ବିଭାଗୀୟ ପାଠ୍ୟକ୍ରମ ଓ ତାଙ୍କ ଡିଗ୍ରୀରେ ଭିନ୍ନତା ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ବିଜେବି କଲେଜରେ ଭାରତୀୟ ସଙ୍ଗୀତ ପଢ଼ାଯାଉଛି। କର୍ନାଟକୀ ଭାଷାରେ ପଢ଼ାଗଲେ ଆମେ ଦକ୍ଷିଣ ଭାରତୀୟ କହିବା, ହିନ୍ଦୀରେ ପଢ଼ାଗଲେ ଭାରତୀୟ ଏବଂ ଓଡ଼ିଆରେ ପଢ଼ାଗଲେ ଓଡ଼ିଶୀ ଭୋକାଲ କହିବା। ସମସ୍ତ ପାଠ୍ୟକ୍ରମରେ ଅନେକ ସାମଞ୍ଜସ୍ୟ ରହିଛି। ସେହି ଅନ୍ତର ବିଷୟରେ ପିଲାମାନେ ଜାଣିପାରିଲେ ସଙ୍ଗୀତ ଶିକ୍ଷା ପୂର୍ଣ୍ଣ ହେବ। ବର୍ତ୍ତମାନ ଅତିଥି ଅଧ୍ୟାପକ ନିଯୁକ୍ତି କରାଯାଉଛି। ତେଣୁ ପାଠପଢ଼ା ଆରମ୍ଭ ହୋଇପାରିନାହିଁ। ଜୁଲାଇ ପହିଲାରୁ ସବୁକିଛି ଧାରାରେ ଚାଲିବ। ଯେତେବେଳେ ଯେଉଁ ସମସ୍ୟା ଆସିବ ତାହାର ତୁରନ୍ତ ସମାଧାନ କରାଯିବ ବୋଲି ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?