Posted inଜାତୀୟ

ରାଜନୈତିକ ଦଳର ଜନ୍ମ ନିର୍ବାଚନ ଆୟୋଗଙ୍କ ରେଜିଷ୍ଟ୍ରେଶନରୁ ହୋଇଥାଏ: ECI

ନୂଆଦିଲ୍ଲୀ,୧୭।୮: ଭୋଟ ଚୋରି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନ ରବିବାର ଖବରତାଦା ସମ୍ପିଳନୀରେ ମାଧ୍ୟମରେ କଡ଼ା ଜବାବ ରଖିଛନ୍ତି। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର କହଛନ୍ତି, ନିବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନ ଥାନ୍ତି ବରଂ ସମସ୍ତେ ସମକକ୍ଷ ଥାଆନ୍ତି । ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ ବୋଲି କହିଛନ୍ତି। ଏପରିକି ବିହାର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି।

ବିହାରର ୭ କୋଟିରୁ ଊଦ୍ଧର୍‌ବ ମତଦାତା କେବେ ପ୍ରଶ୍ନ କରି ନାହାନ୍ତି। ଭୋଟ ଚୋରି ଭଳି ଅପଶଦ୍ଦ ବ୍ୟବହାର କରି ଜନସାଧାରଣଙ୍କୁ ଭ୍ରମିତ କରାଯାଉଛି। ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ। ମିଥ୍ୟା ଆରୋପରେ କେବେ ନିର୍ବାଚନ ଆୟୋଗ ଡରିଯିବେ ନାହିଁ। ବିହାରରେ SIR ଚାଲିଛି, ୧.୬ ଲକ୍ଷ ବୁଥସ୍ତରୀୟ ଏଜେଣ୍ଟ ଡ୍ରାଫ୍ଟ ତାଲିକା କରିଛନ୍ତି। ସମସ୍ତ ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟ ଯାଞ୍ଚ କରି ଦସ୍ତଖତ କରିଛନ୍ତି। ଭୋଟରମାନେ ମୋଟ ୨୮,୩୭୦ ଦାବି ଏବଂ ଆପତ୍ତି ଦାଖଲ କରିଛନ୍ତି। ଏହାକୁ ସୁଧାରିବା ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏଁ ତାରିଖ ନିର୍ଦ୍ଧାରିତ ହୋଇଛି । ଏବେ ବି ୧୫ ଦିନ ବାକି ଅଛି, ନିବାଚନ କମିସନ ସମସ୍ତ ରାଜନୈତିକ ଦଳ, ଆଞ୍ଚଳିକ ରାଜନୈତକ ଦଳ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଏଜେଣ୍ଟମାନେ ଯଦି କୌଣସି ତ୍ରୁଟି ଦେଖନ୍ତି ତେବେ ଫର୍ମ ଦ୍ବାରା ନିର୍ବାଚନ କମିସନକୁ ଜଣାଇପାରିବେ ବୋଲି ସେ କହିଛନ୍ତି ।

କୌଣସି ଅଭିଯୋଗ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି । ହେଲେ ରାଜନୈତିକ ଦଳମାନେ ଭୋଟ ଚୋରି ଭଳି ଶବ୍ଦ ବ୍ୟବହାର କରିବା ପୂରାପୂରି ଭୁଲ। ଏଭଳି ଘଟଣାରେ କୋର୍ଟରେ ମାମଲା ଦାଖଲ କରିବା ଉଚିତ ବୋଲି ସେ କହିଛନ୍ତି। ଭୋଟରଙ୍କ ଫଟୋ, ନାମ ଏବଂ ପରିଚୟ ସାର୍ବଜନୀନ ଭାବେ ଦେଖାଉଛନ୍ତି, ତାହା ଭୁଲ ବୋଲି କହିଛନ୍ତି ନିର୍ବାଚନ କମିଶନର।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତର ସମସ୍ତ ନାଗରିକ ମତଦାତା ହେବା ଏବଂ ମତଦାନ କରିବା ବି ଜରୁରୀ । ସବୁ ରାଜନୈତିକ ଦଳର ଜନ୍ମ ନିବାଚନ ଆୟୋଗଙ୍କ ରେଜିଷ୍ଟ୍ରେଶନରୁ ହିଁ ହୋଇଥାଏ । ତା’ହେଲେ ସେ ସବୁ ରାଜନୈତିକ ଦଳ ଭିତରେ ଭେଦଭାବ କେମିତି କରିପାରିବେ। ନିବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନ ଥାନ୍ତି ବରଂ ସମସ୍ତେ ସମକକ୍ଷ ଥାଆନ୍ତି । ସେ ଯେ କୌଣସି ଦଳର ହୁଅନ୍ତୁ ପଛେ ନିର୍ବାଚନ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ କେବେ ହଟିନି। ଗତ ୨୦ ବର୍ଷ ହେବ ଦେଶର ସବୁ ରାଜନୈତିକ ଦଳଗୁଡିକ ମତଦାତା ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଦାବି କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିବାଚନ ଆୟୋଗ ବିହାରରୁ ଏସ୍‌ଆଇଆରର କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଏହି ଏସଆଇଆର ପ୍ରକ୍ରିୟାରେ ସମସ୍ତ ମତଦାତା, ବୁଥ ଲେଭଲ ଅଫିସର ଓ ପଞ୍ଜିକୃତ ହୋଇଥିବା ରାଜନୈତିକ ଦଳ ଦ୍ବାରା ନାମିତ ୧.୬ ଲକ୍ଷ ବିଏଲଏ ମିଳିତ ଭାବେ ଏକ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିଛନ୍ତି । ଏପରିକି ତ୍ରୁଟି ସୁଧାରିବାକୁ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟ ମାନେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇ ଦସ୍ତଖତ ମଧ୍ୟ କରିଛନ୍ତି । ପୂର୍ବରୁ ସ୍ବୟଂ ମତଦାତାମାନେ ୨୮,୩୭୦ ଅଭିଯୋଗ କରିଛନ୍ତି । ଏହାକୁ ସୁଧାରିବା ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏ ତାରିଖ ନିର୍ଦ୍ଧାରିତ ହୋଇଛି । ଏବେ ବି ୧୫ ଦିନ ବାକି ଅଛି, ନିର୍ବାଚନ କମିସନ ସମସ୍ତ ରାଜନୈତିକ ଦଳ, ଆଞ୍ଚଳିକ ରାଜନୈତକ ଦଳ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଏଜେଣ୍ଟ ଯଦି କୌଣସି ତ୍ରୁଟି ଦେଖନ୍ତି ତେବେ ଫର୍ମ ଦ୍ବାରା ର୍ନିବାଚନ କମିସନକୁ ଜଣାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?