୨୦ ବର୍ଷ ହେଲା ଚାପିରହିଛି ଆର୍‌ଡିସି ତଦନ୍ତ ରିପୋର୍ଟ

ଯାଜପୁର,୨୯ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବଂ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ବିରଜା ହାଟ ପୁରୁଣା ସ୍ଥାନରେ ବସିବା ପାଇଁ ଜିଲା ପ୍ରଶାସନର ଅନୁମତି ବିରୋଧରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ରାସ୍ତାରୋକୋ ହିଂସାକାଣ୍ଡର ରୂପ ନେଇଥିଲା। ଏନେଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବପ୍ରସାଦ ଦାସ(ଲଲ)ଙ୍କ ସମେତ ୧୯ ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଏଭଳି ସ୍ଥିତିରେ ୨୦ ବର୍ଷ ତଳର ପୁରୁଣା ବିରଜା ମୂର୍ତ୍ତି ବଦଳ ଅଭିଯୋଗ ଘଟଣା ଜିଲାବାସୀଙ୍କ ମନେପଡିଛି। ସେତେବେଳେ ଭାଜପା ଓ ବିଜେଡିର ମେଣ୍ଟ ସରକାର ଚାଲିଥିଲା। ଏହି ଘଟଣାକୁ ନେଇ ବାଦ ବିବାଦ ଚରମ ସୀମାରେ ପହଞ୍ଚତ୍ଥିଲା ଶେଷରେ ତତ୍କାଳୀନ ସରକାର ଆର୍‌ଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଆରଡିସି ତଦନ୍ତ ହୋଇଥିଲେ ମଧ୍ୟ ସେହି ରିପୋର୍ଟ ପ୍ରକାଶ କରାଯାଇ ନ ଥିଲା ସେହି ଦିନଠାରୁ ଚାପି ହୋଇ ରହିଥିବା ଆରଡିସି ତଦନ୍ତ ରିପୋର୍ଟ କେବେ ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

୨୦୦୪ ସେପ୍ଟେମ୍ବର ୩ ତାରିଖ ମା’ ବିରଜାଙ୍କ ରତ୍ନ ସିଂହାସନରେ ସୃଷ୍ଟି ହୋଇଥିବା ଫାଟକୁ ମରାମତି କରିବା ପାଇଁ ଏକ ଅସ୍ଥାୟୀ ସିଂହାସନ ନିର୍ମାଣ କରାଯାଇଥିଲା। ସେଦିନ ଏହି ଅସ୍ଥାୟୀ ସିଂହାସନରେ ମା’ଙ୍କ ପ୍ରକୃତ ବିଗ୍ରହ ବସାଯିବା ପରିବର୍ତ୍ତେ ଅନ୍ୟ ଏକ ମୂର୍ତ୍ତିକୁ ସେଠାରେ ସ୍ଥାପନା କରାଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ୨୦୦୪ ଅକ୍ଟୋବର ୧୪ରେ ମା’ ବିରଜାଙ୍କ ମୂର୍ତ୍ତି ବଦଳ ଅଭିଯୋଗ ନେଇ ପ୍ରଥମ ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହି ଘଟଣା ଯାଜପୁର ଜିଲାବାସୀ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏହାକୁ ନେଇ ତତ୍କାଳୀନ ଯାଜପୁର ଜିଲାପାଳ ସୁରେନ୍ଦ୍ର କୁମାର ଏକ ଶାନ୍ତି କମିଟି ଗଠନ କରିଥିଲେ। ଏହି କମିଟିରେ ଥିବା ସଦସ୍ୟମାନେ ମା’ଙ୍କ ମନ୍ଦିରକୁ ଯାଇ ଖୋଳତାଡ଼ କରିଥିଲେ। ଖୋଳତାଡ଼ ସମୟରେ ଏକ ଅଖା ଭିତରେ ମା’ ବିରଜାଙ୍କ ପ୍ରକୃତ ବିଗ୍ରହ (ମୂର୍ତ୍ତି)କୁ ମନ୍ଦିର ପରିସରରେ ଥିବା ଏକ ସୁଡ଼ଙ୍ଗରୁ ଉଦ୍ଧାର କରାଯାଇଥିଲା।ଏହି ଘଟଣା ଆଖି ପିଛୁଳାକେ ପ୍ରଚାର ହୋଇଯିବା ପରେ ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ ଓ ପୋଡ଼ାଜଳା କରିଥିଲେ। ଏପରି କି ଲୋକେ ଏକ ପୋଲିସ ଭ୍ୟାନକୁ ପୋଡ଼ି ଦେଇଥିଲେ।

ପୋଲିସ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଲାଠିଚାର୍ଜ ସାଙ୍ଗକୁ ଫାଙ୍କା ଗୁଳିଚାଳନା କରିଥିଲା। ସେଦିନ ରାତିରେ ପୋଲିସ ପ୍ରତିଶୋଧ ପରାୟଣ ହୋଇ ବହୁ ନିରୀହ ପରିବାର ଉପରେ ନାହିଁ ନ ଥିବା ଅତ୍ୟାଚାର କରିବା ସହ ମହାବୀର ଜିମ୍ନାସିୟମକୁ ଭଙ୍ଗାରୁଜା କରି ୨୬ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରିବର୍ତ୍ତେ ମାସ ମାସ ଧରି ରାସ୍ତା ଅବରୋଧ, ଧର୍ମଘଟ, ପୋଡାଜଳା ଆଦି ଚାଲୁ ରହିଥିଲା। ମୁଖ୍ୟତଃ ଏହି ମୂର୍ତ୍ତି ବଦଳ ଘଟଣାରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଅଞ୍ଚଳବାସୀ ବିଜେଡି-ଭାଜପା ମେଣ୍ଟ ସରକାରଙ୍କୁ ଘେରିଥିଲେ। ଫଳରେ ଘଟଣାକୁ ଚାପିଦେବା ପାଇଁ ସମସ୍ତ ଉଦ୍ୟମ ହୋଇଥିଲା। ହେଲେ ଯାଜପୁରବାସୀ ଦୋଷୀକୁ ଦଣ୍ଡ ମିଳୁ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ତଦନ୍ତ ପାଇଁ ଆରଡିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ଛଡ଼ା ମା’ ବିରଜାଙ୍କ ପ୍ରକୃତ ବିଗ୍ରହକୁ ୨୮।୧୧।୨୦୦୪ରେ ପୁନଃସ୍ଥାପନା କରାଯାଇଥିଲା। ଗୁରୁବାର ମୂର୍ତ୍ତି ପୁନଃସ୍ଥାପନାକୁ ୨୦ ବର୍ଷ ପୂରିଛି। ହେଲେ ଆରଡିସି ତଦନ୍ତ ରିପୋର୍ଟ ଅଦ୍ୟାବଧି ପ୍ରକାଶ ପାଇପାରିନାହିଁ। ଏପରି କି ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଏ ସମ୍ପର୍କିତ ତଥ୍ୟ ଏବେ ବି ଲୋକଙ୍କୁ ମିଳିନାହିଁ। ରାଜ୍ୟରେ ନୂଆ ସରକାର କ୍ଷମତାସୀନ ହୋଇଥିବାରୁ ତୁରନ୍ତ ଆର୍‌ଡିସି ରିପୋର୍ଟ ପ୍ରକାଶ କରିବାକୁ ଦାବି ହୋଇଛି। ଏଥିରେ ବହୁ ରାଜନୈତିକ ନେତାଙ୍କ ଗୁମର ଫିଟିବ ବୋଲି ଲୋକେ ଆଲୋଚନା କରୁଛନ୍ତି।

ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟଙ୍କୁ ପଚାରିବାରେ ସେ କହିଛନ୍ତି, ବିରଜା ମୂର୍ତ୍ତି ବଦଳ ଅଭିଯୋଗ ଘଟଣା ଉପରେ ଲୋକଙ୍କ ମଧ୍ୟରେ ଯେପରି ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବିରଜା ହାଟ ସ୍ଥାନାନ୍ତର ଘଟଣାରେ ସେପରି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ତେଣୁ ସେ ସମ୍ପର୍କରେ ମତ ରଖିବା ଏବେ ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?