ଝଲସିବ ବିରଜା ମନ୍ଦିର ପରିସର

ଯାଜପୁର ଅଫିସ,୨୯ା୪: ପୁରୀ ଜଗନ୍ନାଥ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭଳି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ବାହ୍ୟ ପରିସର ଝଲସିବ। ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ ସାରିଛି। ଏହା ସହ ବେସରକାରୀ ଜମି କିଣିବାକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି କ୍ରମରେ ପ୍ରାୟ ୬ ଏକର ବେସରକାରୀ ଜମି ଅଧିଗ୍ରହଣ କରିବାକୁ ୩୮ କୋଟି ୧୪ ଲକ୍ଷ ୯୮ ହଜାର ୩୪୩ ଟଙ୍କା ମଞ୍ଜୁର ହୋଇଛି। ଏଥିପାଇଁ ପୂର୍ବରୁ ଗତ ୨୮ା୭ା୨୦୨୧ରେ ୩୫ କୋଟି ୫୫ ଲକ୍ଷ ୫୧ ହଜାର ୮୨୫ ଟଙ୍କା ପ୍ରଶାସନିକ ମଞ୍ଜୁରୀ ଲାଭ କରିଥିଲା। ତେବେ ପ୍ରଜାଙ୍କ ଦାବି ମୁତାବକ ଏହି ଟଙ୍କା ଯଥେଷ୍ଟ ନ ହେବାରୁ ୨୬ା୪ା୨୦୨୨ରେ ନିର୍ମାଣ ବିଭାଗର ସ୍ବତନ୍ତ୍ର ସଚିବ ଏଚ୍‌.କେ. ପାଢ଼ୀ ଅଧିକ ୨ କୋଟି ୫୯ ଲକ୍ଷ ୪୬ ହଜାର ୫୧୮ ଟଙ୍କା ମଞ୍ଜୁର ହୋଇଥିବା ଚିଫ୍‌ ଇଞ୍ଜିନିୟରଙ୍କୁ ପତ୍ର ଲେଖିଛନ୍ତି। ଏହା ସହ ଜମି ଅଧିଗ୍ରହଣ ସମୟରେ ଆବଶ୍ୟକ ନୀତିନିୟମକୁ ଦୃଷ୍ଟି ଦେବାକୁ ସେ ସତର୍କ କରିଛନ୍ତି।
ମନ୍ଦିର ବାହ୍ୟ ପରିସର ସଙ୍କୁଚିତ ରହିଛି। ଏହି ପରିପ୍ରେକ୍ଷୀରେ ସରକାର ମନ୍ଦିରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଣୁ ମନ୍ଦିର ବାହାରେ ରହିଥିବା ପ୍ରାୟ ୫୦ ଜଣ ଦୋକାନୀଙ୍କୁ ଉଚ୍ଛେଦ କରି ସେମାନଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିଯୋଗୁ ଯାଜପୁର ତହସିଲ ଅନ୍ତର୍ଗତ କୃଷ୍ଣପ୍ରସାଦ ନଗର ୟୁନିଟ୍‌-୫ରେ ଏ୦.୩୪୦ ଡେସିମିଲ, ବିରଜାକ୍ଷେତ୍ର ୟୁନିଟ-୧୪ରେ ଏ ୧.୪୧୨ ଡେସିମିଲ, ନାଭିଗୟା ୟୁନିଟ-୧୫ରେ ଏ ୦.୨୮୭ ଡେସିମିଲ, କୃଷ୍ଣପ୍ରସାଦ ନଗର ୟୁନିଟ-୫ରେ ଏ ୪.୧୩୯ ଡେସିମିଲ ଏବଂ ୟୁନିଟ-୯ରେ ଏ ୦.୧୬ ଡେସିମିଲ ଜମି ଅଧିଗ୍ରହଣ କରାଯାଉଛି। ତେବେ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ସମସ୍ତ ଦାବି ପୂରଣ କରାଯାଇଥିବାରୁ କୌଣସି ଅସନ୍ତୋଷ ନ ଥିବା ଜଣାପଡିଛି। ତେବେ କେତେଜଣ ସେବାୟତଙ୍କ ଦ୍ୱାରା ଦଖଲ ଜମିର କ୍ଷତିପୂରଣ ମିଳି ନ ଥିବାରୁ ସେମାନଙ୍କୁ ମନ୍ଦିର ନିକଟରେ ବେସରକାରୀ ଭାବେ ଆବଶ୍ୟକ ପରିମାଣର ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ମା’ ବିରଜାଙ୍କ ମନ୍ଦିର ପରିସର ଆହୁରି ସୁନ୍ଦର ହେବ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବିରଜା କ୍ଷେତ୍ରର ମା’ ବିରଜା ମନ୍ଦିର ସର୍ବଜନବିଦିତ। ବରାହମାଧବ ବା ବରାହ ବିଷ୍ଣୁଙ୍କ ଉପସ୍ଥିତି ଯୋଗୁ ଯାଜପୁରକୁ ବରାହକ୍ଷେତ୍ର ବୋଲି କୁହାଯାଏ। ଅତୀତରେ ଯାଜପୁର ଓ ବିରଜା ମଣ୍ଡଳ ପୂର୍ବ ଆଣବ ରାଜ୍ୟର ଅଂଶବିଶେଷ ଥିଲା। ରାଜା ଅଣୁଙ୍କର ବଂଶଧର ଅସୁରରାଜ ବଳି ବୈତରଣୀ ତୀରସ୍ଥ ତାଙ୍କ ରାଜଧାନୀରୁ ସମଗ୍ର କଳିଙ୍ଗ ଦେଶକୁ ଶାସନ କରୁଥିଲେ। ଯାଜପୁର ସହରର ନିକଟବର୍ତ୍ତୀ ବୈତରଣୀର ଉତ୍ତର ତୀରରେ ଅବସ୍ଥିତ ବଳିଘାଇ ଗ୍ରାମରେ ବଳିଠାକୁର ନାମକ ଦେବତାଙ୍କୁ ଲୋକମାନେ ପୂଜା ଉପାସନା କରୁଥିଲେ। ଏହାବାଦ୍‌ ମହାଭାରତ ପୁରାଣରେ ଯାଜପୁରର ସ୍ଥାନ ରହିଛି। ପାଣ୍ଡବମାନଙ୍କ ତୀର୍ଥଯାତ୍ରା କାଳରେ ସେମାନେ ବୈତରଣୀ ତଟସ୍ଥ ବିରଜଃ-ତୀର୍ଥକୁ ଆସିଥିଲେ। ଏହି ବିରଜଃ ତୀର୍ଥ ହେଉଛି ଆଧୁନିକ ଯାଜପୁର। ଏହି ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି ଯେ, ଭାଇମାନଙ୍କୁ ସଙ୍ଗରେ ଧରି ରାଜା ଯୁଧିଷ୍ଠିର ସମୁଦ୍ର ତୀର ଦେଇ କଳିଙ୍ଗ ଜାତି ବାସ କରୁଥିବା ଅଞ୍ଚଳ ପ୍ରତି ଅଗ୍ରସର ହୋଇଥିଲେ। ଏହି ଅଞ୍ଚଳରେ ବୈତରଣୀ ନଦୀ ପ୍ରବାହିତ ହେଉଥିଲା। ସେହି ପବିତ୍ର ବୈତରଣୀ ନଦୀତୀରରେ ଧର୍ମ ଦେବତା ଯଜ୍ଞ ଓ ପୂଜାନୁଷ୍ଠାନ ସମ୍ପନ୍ନ କରିଥିଲେ। ପୁରାଣ ପ୍ରସିଦ୍ଧ ଏହି କ୍ଷେତ୍ରରେ ମା’ ବିରଜା ବାସ କରୁଛନ୍ତି। ଦେବୀ ବିରଜା ହେଉଛନ୍ତି ବ୍ରହ୍ମଗ୍ମିଜାତା। ଦେବୀ ସ୍ବୟଂ ବ୍ରହ୍ମାଙ୍କ ଦ୍ୱାରା ମଧ୍ୟ ପ୍ରତିଷ୍ଠିତା। ଭାରତବର୍ଷରେ ଥିବା ଦୁର୍ଗା ବିଗ୍ରହମାନଙ୍କ ମଧ୍ୟରେ ଦେବୀ ବିରଜାଙ୍କ ବିଗ୍ରହ ସର୍ବପ୍ରାଚୀନ। ଏହି କ୍ଷେତ୍ରରେ ଦେବୀଙ୍କୁ ବୈଦିକ ଓ ତାନ୍ତ୍ରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥାଏ। ବିରଜା ଦେବୀଙ୍କ ମୁଖ୍ୟ ପର୍ବ ଆଶ୍ୱିନ ମାସରେ ଦୁର୍ଗାପୂଜା ପାଳିତ ହୁଏ। ଏହାସହ ବିଭିନ୍ନ ପର୍ବପର୍ବାଣି ଏଠାରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ଶତାଧିକ ଭକ୍ତ ପୂଜାର୍ଚ୍ଚନା ପାଇଁ ଆସିଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?