ଝଲସିବ ବିରଜା ମନ୍ଦିର ପରିସର

ଯାଜପୁର ଅଫିସ,୨୯ା୪: ପୁରୀ ଜଗନ୍ନାଥ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭଳି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ବାହ୍ୟ ପରିସର ଝଲସିବ। ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ ସାରିଛି। ଏହା ସହ ବେସରକାରୀ ଜମି କିଣିବାକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି କ୍ରମରେ ପ୍ରାୟ ୬ ଏକର ବେସରକାରୀ ଜମି ଅଧିଗ୍ରହଣ କରିବାକୁ ୩୮ କୋଟି ୧୪ ଲକ୍ଷ ୯୮ ହଜାର ୩୪୩ ଟଙ୍କା ମଞ୍ଜୁର ହୋଇଛି। ଏଥିପାଇଁ ପୂର୍ବରୁ ଗତ ୨୮ା୭ା୨୦୨୧ରେ ୩୫ କୋଟି ୫୫ ଲକ୍ଷ ୫୧ ହଜାର ୮୨୫ ଟଙ୍କା ପ୍ରଶାସନିକ ମଞ୍ଜୁରୀ ଲାଭ କରିଥିଲା। ତେବେ ପ୍ରଜାଙ୍କ ଦାବି ମୁତାବକ ଏହି ଟଙ୍କା ଯଥେଷ୍ଟ ନ ହେବାରୁ ୨୬ା୪ା୨୦୨୨ରେ ନିର୍ମାଣ ବିଭାଗର ସ୍ବତନ୍ତ୍ର ସଚିବ ଏଚ୍‌.କେ. ପାଢ଼ୀ ଅଧିକ ୨ କୋଟି ୫୯ ଲକ୍ଷ ୪୬ ହଜାର ୫୧୮ ଟଙ୍କା ମଞ୍ଜୁର ହୋଇଥିବା ଚିଫ୍‌ ଇଞ୍ଜିନିୟରଙ୍କୁ ପତ୍ର ଲେଖିଛନ୍ତି। ଏହା ସହ ଜମି ଅଧିଗ୍ରହଣ ସମୟରେ ଆବଶ୍ୟକ ନୀତିନିୟମକୁ ଦୃଷ୍ଟି ଦେବାକୁ ସେ ସତର୍କ କରିଛନ୍ତି।
ମନ୍ଦିର ବାହ୍ୟ ପରିସର ସଙ୍କୁଚିତ ରହିଛି। ଏହି ପରିପ୍ରେକ୍ଷୀରେ ସରକାର ମନ୍ଦିରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଣୁ ମନ୍ଦିର ବାହାରେ ରହିଥିବା ପ୍ରାୟ ୫୦ ଜଣ ଦୋକାନୀଙ୍କୁ ଉଚ୍ଛେଦ କରି ସେମାନଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିଯୋଗୁ ଯାଜପୁର ତହସିଲ ଅନ୍ତର୍ଗତ କୃଷ୍ଣପ୍ରସାଦ ନଗର ୟୁନିଟ୍‌-୫ରେ ଏ୦.୩୪୦ ଡେସିମିଲ, ବିରଜାକ୍ଷେତ୍ର ୟୁନିଟ-୧୪ରେ ଏ ୧.୪୧୨ ଡେସିମିଲ, ନାଭିଗୟା ୟୁନିଟ-୧୫ରେ ଏ ୦.୨୮୭ ଡେସିମିଲ, କୃଷ୍ଣପ୍ରସାଦ ନଗର ୟୁନିଟ-୫ରେ ଏ ୪.୧୩୯ ଡେସିମିଲ ଏବଂ ୟୁନିଟ-୯ରେ ଏ ୦.୧୬ ଡେସିମିଲ ଜମି ଅଧିଗ୍ରହଣ କରାଯାଉଛି। ତେବେ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ସମସ୍ତ ଦାବି ପୂରଣ କରାଯାଇଥିବାରୁ କୌଣସି ଅସନ୍ତୋଷ ନ ଥିବା ଜଣାପଡିଛି। ତେବେ କେତେଜଣ ସେବାୟତଙ୍କ ଦ୍ୱାରା ଦଖଲ ଜମିର କ୍ଷତିପୂରଣ ମିଳି ନ ଥିବାରୁ ସେମାନଙ୍କୁ ମନ୍ଦିର ନିକଟରେ ବେସରକାରୀ ଭାବେ ଆବଶ୍ୟକ ପରିମାଣର ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ମା’ ବିରଜାଙ୍କ ମନ୍ଦିର ପରିସର ଆହୁରି ସୁନ୍ଦର ହେବ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବିରଜା କ୍ଷେତ୍ରର ମା’ ବିରଜା ମନ୍ଦିର ସର୍ବଜନବିଦିତ। ବରାହମାଧବ ବା ବରାହ ବିଷ୍ଣୁଙ୍କ ଉପସ୍ଥିତି ଯୋଗୁ ଯାଜପୁରକୁ ବରାହକ୍ଷେତ୍ର ବୋଲି କୁହାଯାଏ। ଅତୀତରେ ଯାଜପୁର ଓ ବିରଜା ମଣ୍ଡଳ ପୂର୍ବ ଆଣବ ରାଜ୍ୟର ଅଂଶବିଶେଷ ଥିଲା। ରାଜା ଅଣୁଙ୍କର ବଂଶଧର ଅସୁରରାଜ ବଳି ବୈତରଣୀ ତୀରସ୍ଥ ତାଙ୍କ ରାଜଧାନୀରୁ ସମଗ୍ର କଳିଙ୍ଗ ଦେଶକୁ ଶାସନ କରୁଥିଲେ। ଯାଜପୁର ସହରର ନିକଟବର୍ତ୍ତୀ ବୈତରଣୀର ଉତ୍ତର ତୀରରେ ଅବସ୍ଥିତ ବଳିଘାଇ ଗ୍ରାମରେ ବଳିଠାକୁର ନାମକ ଦେବତାଙ୍କୁ ଲୋକମାନେ ପୂଜା ଉପାସନା କରୁଥିଲେ। ଏହାବାଦ୍‌ ମହାଭାରତ ପୁରାଣରେ ଯାଜପୁରର ସ୍ଥାନ ରହିଛି। ପାଣ୍ଡବମାନଙ୍କ ତୀର୍ଥଯାତ୍ରା କାଳରେ ସେମାନେ ବୈତରଣୀ ତଟସ୍ଥ ବିରଜଃ-ତୀର୍ଥକୁ ଆସିଥିଲେ। ଏହି ବିରଜଃ ତୀର୍ଥ ହେଉଛି ଆଧୁନିକ ଯାଜପୁର। ଏହି ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି ଯେ, ଭାଇମାନଙ୍କୁ ସଙ୍ଗରେ ଧରି ରାଜା ଯୁଧିଷ୍ଠିର ସମୁଦ୍ର ତୀର ଦେଇ କଳିଙ୍ଗ ଜାତି ବାସ କରୁଥିବା ଅଞ୍ଚଳ ପ୍ରତି ଅଗ୍ରସର ହୋଇଥିଲେ। ଏହି ଅଞ୍ଚଳରେ ବୈତରଣୀ ନଦୀ ପ୍ରବାହିତ ହେଉଥିଲା। ସେହି ପବିତ୍ର ବୈତରଣୀ ନଦୀତୀରରେ ଧର୍ମ ଦେବତା ଯଜ୍ଞ ଓ ପୂଜାନୁଷ୍ଠାନ ସମ୍ପନ୍ନ କରିଥିଲେ। ପୁରାଣ ପ୍ରସିଦ୍ଧ ଏହି କ୍ଷେତ୍ରରେ ମା’ ବିରଜା ବାସ କରୁଛନ୍ତି। ଦେବୀ ବିରଜା ହେଉଛନ୍ତି ବ୍ରହ୍ମଗ୍ମିଜାତା। ଦେବୀ ସ୍ବୟଂ ବ୍ରହ୍ମାଙ୍କ ଦ୍ୱାରା ମଧ୍ୟ ପ୍ରତିଷ୍ଠିତା। ଭାରତବର୍ଷରେ ଥିବା ଦୁର୍ଗା ବିଗ୍ରହମାନଙ୍କ ମଧ୍ୟରେ ଦେବୀ ବିରଜାଙ୍କ ବିଗ୍ରହ ସର୍ବପ୍ରାଚୀନ। ଏହି କ୍ଷେତ୍ରରେ ଦେବୀଙ୍କୁ ବୈଦିକ ଓ ତାନ୍ତ୍ରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥାଏ। ବିରଜା ଦେବୀଙ୍କ ମୁଖ୍ୟ ପର୍ବ ଆଶ୍ୱିନ ମାସରେ ଦୁର୍ଗାପୂଜା ପାଳିତ ହୁଏ। ଏହାସହ ବିଭିନ୍ନ ପର୍ବପର୍ବାଣି ଏଠାରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ଶତାଧିକ ଭକ୍ତ ପୂଜାର୍ଚ୍ଚନା ପାଇଁ ଆସିଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri