Posted inଜାତୀୟ

ବୀରେନ୍‌ ସିଂଙ୍କ ଇସ୍ତଫା ଦ୍ୱନ୍ଦ୍ୱ

ଇମ୍ଫାଲ, ୧।୭, (ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ): ମଣିପୁରରେ ପ୍ରାୟ ଦୁଇ ମାସ ହେଲା ଜାତିଗତ ହିଂସା ଲାଗି ରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଆସୁଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ନେଇ ଦିନ ସାରା ଚର୍ଚ୍ଚା ଲାଗିରହିଥିଲା। ସେ ଇସ୍ତଫା ଦେବା ପାଇଁ ଅପରାହ୍ନରେ ରାଜଭବନ ଯିବାକୁ ବାହାରିଥିଲେ। ଇମ୍ଫାଲସ୍ଥିତ ବାସଭବନ ବାହାରେ ତାଙ୍କ ପ୍ରତି ବିଶାଳ ସମର୍ଥନ ଦେଖି ସେ ନିଷ୍ପତ୍ତି ବଦଳାଇଥିଲେ। ବର୍ତ୍ତମାନ ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।
ବୀରେନ୍‌ ଇସ୍ତଫା ଦେବାକୁ ରାଜଭବନ ଅଭିମୁଖେ ବାହାରିବା ସମୟରେ ହଜାର ହଜାର ମହିଳା ତାଙ୍କ ବାସଭବନକୁ ଘେରି ମାନବ ଶୃଙ୍ଖଳ ସୃଷ୍ଟି କରିଥିଲେ। ସେ ଇସ୍ତଫା ଦେବାକୁ ଆମେ ଚାହୁଁନାହୁଁ ବୋଲି ବିକ୍ଷୋଭକାରୀମାନେ କହିଥିଲେ। ତାଙ୍କ ବାସଭବନରୁ ୨ ଜଣ ମନ୍ତ୍ରୀ ଇସ୍ତଫାପତ୍ରର ଏକ ନକଲ ଆଣି ବାହାରକୁ ଆସିବା ବେଳେ ଏହାକୁ ଚିରିଦିଆଯାଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ବୀରେନ୍‌ ପରେ ଟୁଇଟ୍‌ କରି ଜଣାଇଛନ୍ତି। ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଇସ୍ତଫାପତ୍ର ଟାଇପ୍‌ କରିଥିଲେ। ତେବେ ସମର୍ଥକମାନେ ଏହାକୁ ଚିରିଦେବା ଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ। ସୋସିଆଲ ମିଡିଆରେ ଉକ୍ତ ଚିରା ଇସ୍ତଫାପତ୍ର ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମଣିପୁର ରାଜ୍ୟପାଳ ଅନସୂୟା ଉଇକେଙ୍କୁ ଭେଟି ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରାଇଆଣିବା ନେଇ ଆଲୋଚନା କରିଛନ୍ତି। ମଣିପୁର ହିଂସାର ସମାଧାନ ସୂତ୍ର ଏପର୍ଯ୍ୟନ୍ତ ବାହାରିପାରୁ ନ ଥିବାରୁ ରାହୁଲ ସମାଜର ସବୁ ବର୍ଗଙ୍କୁ ଶାନ୍ତି ଫେରାଇ ଆଣିବା ଲାଗି ଅପିଲ କରିଛନ୍ତି। ମଣିପୁରରେ ଘଟିଯାଇଥିବା ଦୁଃଖଦ ଘଟଣା ରାଜ୍ୟ ଓ ଦେଶ ପାଇଁ ଯନ୍ତ୍ରଣାଦାୟକ। ରାଜ୍ୟରେ ଯେକୌଣସି ପ୍ରକାରେ ଶାନ୍ତି ଫେରାଇ ଆଣିବା ପାଇଁ ସହାୟତା କରିବା ନିମନ୍ତେ ସେ ମଣିପୁର ଆସିଥିବା ରାହୁଲ ରାଜଭବନ ବାହାରେ ଖବରଦାତାମାନଙ୍କୁ କହିଥିଲେ। ସେ ଇମ୍ଫାଲ, ଚୁରାଚାନ୍ଦପୁର ଏବଂ ମୋଇରାଙ୍ଗରେ ବିଭିନ୍ନ ରିଲିଫ କ୍ୟାମ୍ପ ପରିଦର୍ଶନ କରିବା ସହ ସବୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଆଶ୍ରୟସ୍ଥଳଗୁଡ଼ିକରେ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ମାନରେ ଉନ୍ନତି ଆବଶ୍ୟକ। ହିଂସାକାଣ୍ଡ ଯୋଗୁ ଘରଦ୍ୱାର ଛାଡ଼ି ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଔଷଧ ଯୋଗାଇଦେବାକୁ ରାହୁଲ କହିଥିଲେ। ଶାନ୍ତି ଫେରାଇ ଆଣିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?