ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ୩ ପକ୍ଷୀଙ୍କୁ ଭୋକ ହେବାରୁ ଝରକାରେ ବସି ବୋବାଉଥିବା ଦେଖିବାକୁ ମିଳୁଛି। ପରେ ସେମାନଙ୍କୁ ବୋତଲରେ ପାଣି ପିଇବାକୁ ଦିଆଯାଉଛି। ପରେ ଜଣଙ୍କ ପରେ ଜଣଙ୍କୁ ଚାମଚରେ ଖାଇବାକୁ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Empathy is a connection 💕 pic.twitter.com/rKtn3I1i4Y
— Susanta Nanda IFS (@susantananda3) August 14, 2021