ବାର୍ଡ ଫ୍ଲୁ ଆଶଙ୍କା: ପଠାଗଲା ୪୦୦ ନମୁନା

ଭୁବନେଶ୍ୱର,୬ା୧(ବ୍ୟୁରୋ): କରୋନା ମହାମାରୀ ସମ୍ପୂର୍ଣ୍ଣ ଥମି ନ ଥିବା ବେଳେ ବାର୍ଡ ଫ୍ଲୁ ଭଳି ଆଉ ଏକ ବିପଦର ଆଶଙ୍କା ଦେଖାଦେଇଛି। ବିଭିନ୍ନ ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ସମେତ କାଉ ଓ ବତକ ଭଳି ପକ୍ଷୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ପକ୍ଷୀଙ୍କ ମଳ ଓ ଲାଳ ନମୁନା ସଂଗ୍ରହ କରାଯାଉଛି। ମଙ୍ଗଳବାର ଚିଲିକା ଓ ଅନ୍ୟାନ୍ୟ ସ୍ଥାନରୁ ୪୦୦ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ(ଏଡିଆର୍‌ଆଇ)କୁ ପଠାଯାଇଛି। ଏଥିସହିତ ପକ୍ଷୀଙ୍କ ଠାରେ ଦେଖାଯାଉଥିବା ଆଭିଆନ ଇନ୍‌ଫ୍ଲୁଏଞ୍ଜା ଉପରେ ନଜର ରଖିବା ସହ ପ୍ରସ୍ତୁତ ରହିବାକୁ ପ୍ରାଣୀ ପାଳନ ଓ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ମୁଖ୍ୟ ପ୍ରାଣୀ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।
କିଛିବର୍ଷ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ଯୋଗୁ ରାଜ୍ୟରେ ବାର୍ଡ ଫ୍ଲୁ ଦେଖା ଦେଇଥିଲା। ଚଳିତ ବର୍ଷ ବିଭିନ୍ନ ଜଳାଶୟ ଏବଂ ଅଭୟାରଣ୍ୟକୁ ବିଦେଶରୁ ବହୁ ପକ୍ଷୀ ଆସିଛନ୍ତି। ଏପରି କି କେତେକ ରାଜ୍ୟରେ ବାର୍ଡ ଫ୍ଲୁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପକ୍ଷୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୋଗ ସଂକ୍ରମଣକୁ ପ୍ରତିରୋଧ କରିବାକୁ ବିଭାଗ ପକ୍ଷରୁ ପ୍ରସ୍ତୁତ ଆକ୍ସନ ପ୍ଲାନ ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରାଣୀପାଳନ ଓ ଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରତ୍ନାକର ରାଉତ କହିଛନ୍ତି ଯେ, ବିଦେଶରୁ ପ୍ରତ୍ୟେକ ବର୍ଷ ଅକ୍ଟୋବରରୁ ଫେବୃୟାରୀ ମଧ୍ୟରେ ପକ୍ଷୀମାନେ ଆସିଥାନ୍ତି। ଅଧିକାଂଶ ସମୟରେ ସେମାନଙ୍କ ଦ୍ୱାରା ବାର୍ଡ ଫ୍ଲୁ ଭଳି ରୋଗ ବ୍ୟାପୀ ଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଏହି ସମୟରେ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥାଏ। ଚଳିତ ବର୍ଷ ୧୦ ହଜାର ୯୫୩ ନମୁନା ସଂଗ୍ରହ କରାଯାଇ ଏଡିଆର୍‌ଆଇକୁ ପଠାଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପକ୍ଷୀ ଠାରେ ଫ୍ଲୁ ର ସଙ୍କେତ ମିଳି ନାହିଁ। ଯଦି କୌଣସି ଗୋଟିଏ ସ୍ଥାନରେ ୫୦ରୁ ଅଧିକ ପକ୍ଷୀଙ୍କର ନିୟମିତ ଭାବେ ମୃତ୍ୟୁ ହୁଏ, ତେବେ ସେଠାରେ ଆଭିଆନ ଇନ୍‌ଫ୍ଲୁଏଞ୍ଜାର ଆଶଙ୍କା ଥାଏ। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସେପରି ପରିସ୍ଥିତି ସୃଷ୍ଟ ିହୋଇ ନାହିଁ। ତେବେ ସତର୍କତା ଦୃଷ୍ଟିରୁ ଚିଲିକା ଆଖପାଖ ଅଞ୍ଚଳ ଏବଂ ଖୋର୍ଦ୍ଧା ଜିଲାର ଅନ୍ୟ ସ୍ଥାନରୁ ୪୦୦ ନମୁନା ସଂଗ୍ରହ କରାଯାଇ ପଠାଯାଇଛି। ଏହା ଏକ ନିୟମିତ ପ୍ରକ୍ରିୟା। ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।
ରାଜ୍ୟରେ ଚଳିତ ବର୍ଷ ଚିଲିକାକୁ ପ୍ରାୟ ୧୨ ଲକ୍ଷ ପକ୍ଷୀ ବିଦେଶରୁ ଆସିଛନ୍ତି। ସେହପରି ଭିତରକନିକା, ଅଂଶୁପା, ହୀରାକୁଦ ଓ ଅନ୍ୟାନ୍ୟ ଜଳାଶୟକୁ ବହୁ ପକ୍ଷୀ ଆସିଛନ୍ତି। ଏହାଛଡ଼ା ରାଜ୍ୟରେ ବିଭିନ୍ନ ବ୍ରଏଲର ଫାର୍ମରେ ୩ କୋଟିରୁ ଊର୍ଦ୍ଧ୍ୱ ପକ୍ଷୀ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ସୂଚନା ଯୋଗ୍ୟ, ଡିସେମ୍ବରରେ ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଅନେକ ପକ୍ଷୀ ମରିଥିବା ଜଣାପଡିଛି। ରାଜସ୍ଥାନରେ ୨୫୦ କାଉ ମରିଥିବା ବେଳେ ହିମାଚଳ ପ୍ରଦେଶରେ ୧୭୦୦ ବିଦେଶାଗତ ପକ୍ଷୀଙ୍କର ମୃତ୍ୟୁ ହୋଇଛି। ସେହିପରି କେରଳରେ ଗତ ୧୦ ଦିନ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ବତକଙ୍କ ମୃତ୍ୟୁ ପରେ ୩୬ହଜାର ପକ୍ଷୀଙ୍କୁ ମାରିବାକୁ ସେଠାକାର ସରକାର ଅନୁମତି ଦେଇଛନ୍ତି।
ଖାଦ୍ୟ ଅନ୍ବେଷଣ, ଅଣ୍ଡା ଓ ଛୁଆ ଦେବା ଲାଗି ସେପ୍ଟେମ୍ବରରୁ ବିଦେଶାଗତ ପକ୍ଷୀ ବିଭିନ୍ନ ରାଜ୍ୟରେ ଥିବା ହ୍ରଦ, ଅଭୟାରଣ୍ୟ ଓ ଅନ୍ୟାନ୍ୟ ସ୍ଥାନକୁ ଆସିଥାନ୍ତି। ତେବେ ଏହି ସମୟରେ ସେମାନଙ୍କ ଠାରେ ଫ୍ଲୁ ଦେଖା ଦେଇଥାଏ। ବିଦେଶୀ ପକ୍ଷୀଙ୍କ ଉପରେ ନଜର ରଖିବା ସହ ରୋଗ ଯେପରି ନ ବ୍ୟାପିବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। ଯଦି କୌଣସି ଠାରେ ପକ୍ଷୀ ମରୁଥିବାର ସୂଚନା ମିଳିବ ତୁରନ୍ତ ମନ୍ତ୍ରଣାଳୟକୁ ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ସପ୍ତାହରେ ଏ ନେଇ ରିପୋର୍ଟ ଦେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ: ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏପରି...

ସଙ୍କଟରେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’

ଭୁବନେଶ୍ୱର,୨ା୯: ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ସକାଶେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’ ଯୋଜନା। ବହୁ ଆଡ଼ମ୍ବରରେ...

ନଭେମ୍ବର ୮ରୁ କଟକ ବାଲିଯାତ୍ରା

ଭୁବନେଶ୍ୱର, ୧୦ା୯(ବ୍ୟୁରୋ): ଦୁଇବର୍ଷ ପରେ ଆସନ୍ତା ନଭେମ୍ବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା। ଏହାକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ...

ଆଜି ରାଜଧାନୀରୁ ୨୩୯ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୦୨

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ବୁଧବାର ରାଜଧାନୀରୁ ଆଉ ୨୩୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୭୬ ସ୍ଥାନୀୟ...

ଦୂରଦର୍ଶନରେ ରଥଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଦୂରଦର୍ଶନରେ ଆସନ୍ତା ୪ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ହେବ। ଡିଡି ଓଡ଼ିଆରେ ସକାଳ ୮ଟା ୩୦ରୁ ରଥଟଣା...

ଏମ୍‌ଏଲ୍‌ଏଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମିଳିବ ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ): ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କ ସହ ସେମାନଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମଧ୍ୟ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ...

ବିକାଶମୂଳକ କାର୍ଯ୍ୟକୁ ରୋକିଲା କରୋନା

ଭୁବନେଶ୍ୱର,୯ା୯(ବ୍ୟୁରୋ): କରୋନା କେବଳ ଯେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନାହିଁ, ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଆସନ୍ତା...

ଇଡ୍‌କୋ ଅପାରଗତା ଶିଳ୍ପାୟନରେ ବାଧକ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଜମି ଅଧିଗ୍ରହଣ ଏ ଦିଗରେ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ଜମି...

Advertisement
Archives

Model This Week