ବାର୍ଡ ଫ୍ଲୁ ଚିହ୍ନଟ: ଡମଣଭୂମିରେ ପୋତାହେଲା ୨୪୬୯ କୁକୁଡ଼ା

ନିରାକାରପୁର,୨୬ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବାର୍ଡ ଫ୍ଲୁ ଚିହ୍ନଟ ପରେ ଶନିବାର କୁକୁଡ଼ା ମରା ଅଭିଯାନ ତୃତୀୟ ଦିବସରେ ଖୋର୍ଦ୍ଧା ଜିଲା ଓଲସିଂହ ପଞ୍ଚାୟତ ଡମଣଭୂମିରେ ଥିବା ଏକ କୁକୁଡ଼ା ଫାର୍ମରୁ ୨୪୫୦ କୁକୁଡ଼ା ସମେତ ୧୯ ଟି ଦେଶୀ କୁକୁଡ଼ାକୁ ମରାଯାଇଛି। ତାହା ସହିତ ୪୯୨ କେଜି କୁକୁଡ଼ା ଦାନାକୁ ନଷ୍ଟ କରାଯାଇଛି। ଜେସିବି ଦ୍ୱାରା ଗାତ ଖୋଳାଯାଇ ସବୁ ପୋତା ଯାଇଛି। ତା’ ସହିତ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି। ଆଜି ସୁଦ୍ଧା ଜଙ୍କିଆ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଜଙ୍କିଆ ସମେତ ଏହାର ଆଖ ପାଖ ଅଞ୍ଚଳରୁ ସମୁଦାୟ ୭୬୭୯ କୁକୁଡ଼ା ମରା ଯାଇଥିବାବେଳେ ସମୁଦାୟ ୨୫୯୨ କେଜି କୁକୁଡ଼ା ଦାନା ନଷ୍ଟ କରାଯିବା ପୋତା ଯାଇଥିବା ଜିଲା ପ୍ରାଣୀ ବିଭାଗ ତରଫରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଘଟଣା ଘଟିଥିବା ମୁଣ୍ଡାଆମ୍ବ ଅଞ୍ଚଳଠାରୁ ୧ କିଲୋମିଟର ମଧ୍ୟରେ କୌଣସି ଚିକେନ ଦୋକାନ ନ ଖୋଲିବା ସହିତ ବାହାର କୁକୁଡ଼ା ଏହି ଅଞ୍ଚଳକୁ କିମ୍ବା ଏଠାରୁ କୁକୁଡ଼ା ବାହାର ଅଞ୍ଚଳକୁ ନେଇ ବିକ୍ରି କରିବା ନିଷେଧ କରାଯାଇଛି। କିଛି ଦିନ ପାଇଁ କୁକୁଡ଼ା ମାଂସ ଜାତୀୟ ଖାଦ୍ୟ ନ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କ ଏକ ଟିମ୍‌ କୁକୁଡ଼ା ଚାଷ ହେଉଥିବା ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ଯେଉଁଠାରେ କୁକୁଡ଼ା ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କଥା ବୁଝିଛନ୍ତ। ଯଦି କୌଣସି କୁକୁଡ଼ା ଠାରେ ବାର୍ଡ ଫ୍ଲୁ ଗୁଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ଉକ୍ତ କୁକୁଡ଼ାଙ୍କୁ ମାରିବା ପାଇଁ ସେମାନଙ୍କୁ ଖବର ଦେବାକୁ ପରାମର୍ଶ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ଡ. ମାନସ କୁମାର ଚାନ୍ଦ, ଡ.ରଶ୍ମୀକାନ୍ତ ପାଲଟାସିଂହ, ବୋଲଗଡ଼ର ଡ.ରାଜେଶ ସେଠୀ, ବେଗୁନିଆର ଡ. ବନ୍ଦିତା ବେହେରା ଓ ନାଚୁଣୀର ଡ. ଅମିତ୍‌ ବେହେରାଙ୍କ ସମେତ ବହୁ ପ୍ରାଣୀ କର୍ମଚାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?