ଖୋର୍ଦ୍ଧାରୁ ମିଳିଲା ଭଗ୍ନ ବୀରଶିଳା ସମୂହ

ଭୁବନେଶ୍ୱର,୧୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ)ଅଲୋଡ଼ା ଅବହେଳିତ ଅବସ୍ଥାରେ ପଡ଼ିରହିଛି ଓଡ଼ିଆ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଭଗ୍ନ ବୀରଶିଳା ସମୂହ। ୧୮୧୭ ମସିହା ପାଇକ ବିଦ୍ରୋହ ସମୟରେ ମହାନ ପାଇକ ନେତା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜଙ୍କ ସହ ଯୁଦ୍ଧ କରି ପ୍ରାଣବଳି ଦେଇଥିବା ପାଇକ ବୀରଙ୍କ ଏହି ସ୍ମୃତିସ୍ତମ୍ଭଗୁଡିକ ଚିହ୍ନଟ କରିଛନ୍ତି ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ୍‌ କଲଚରାଲ ହେରିଟେଜ (ଇନ୍‌ଟାକ୍‌) ଟିମ୍‌। ଇନ୍‌ଟାକ୍‌ ଭୁବନେଶ୍ୱର ଶାଖାର ଆବାହକ ଅନିଲ ଧୀର, ଐତିହ୍ୟ ଗବେଷକ ଦୀପକ କୁମାର ନାୟକ, ଐତିହ୍ୟପ୍ରେମୀ ବିକ୍ରମ କୁମାର ନାୟକ ଓ ସୁମନ ପ୍ରକାଶ ସ୍ବାଇଁ ପ୍ରମୁଖ ଖୋର୍ଦ୍ଧା ସଦର ବ୍ଲକ ଅଞ୍ଚଳର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିର ଅନୁସନ୍ଧାନ ସମୟରେ ଏହି ବୀରଶିଳାଗୁଡିକ ଚିହ୍ନଟ କରିଥିଲେ। ଏହି ବ୍ଲକ ଅନ୍ତର୍ଗତ ମହତପଲ୍ଲା ଗ୍ରାମର ଏକ ମାଟି ଢିପରେ ଏହି ଐତିହାସିକ ବିଭବ ଦୃଷ୍ଟିକୁ ଆସିଛି।
ଏ ସମ୍ପର୍କରେ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ଓଡିଶାରେ ହିରୋଷ୍ଟୋନ ବା ବୀରଶିଳା ସବୁର ବ୍ୟବହାର ଅତି ପୁରାତନ ସମୟରୁ ଦେଖିବାକୁ ମିଳେ। ଯୁଦ୍ଧକରି ପ୍ରାଣଦାନ କରିଥିବା ବୀରଯୋଦ୍ଧାଙ୍କ ସ୍ମୃତିରେ ଏପ୍ରକାର ହିରୋଷ୍ଟୋନ ସବୁ ସ୍ଥାପନ କରାଯାଉଥିଲା। ଭୌମକରମାନଙ୍କ ରାଜୁତି ସମୟଠାରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ (ଅଷ୍ଟମରୁ ଊନ୍ନବିଂଶ ଶତାବ୍ଦୀ) ବିଭିନ୍ନ ଶୈଳୀର ବୀରଶିଳା ଓଡ଼ିଶାର ଅନେକ ସ୍ଥାନରେ ଦେଖିବାକୁ ମିଳେ। ମହତପଲ୍ଲାର ବୀରାଶିଳାଗୁଡିକରେ ଏହି ବୀରମାନେ ଧନୁରେ ଲକ୍ଷ୍ୟ ସାଧନା ଭଙ୍ଗୀରେ ଚିତ୍ରିତ ହୋଇଛନ୍ତି। ଅନ୍ୟକିଛି ମୂର୍ତ୍ତିରେ ଢାଲ ଓ ଖଡଗ୍‌ଧାରୀ ଯୋଦ୍ଧାଙ୍କ ଚିତ୍ରଣ ମଧ୍ୟ ରହିଛି। ଇନ୍‌ଟାକ୍‌ ଆବାହକ ଧୀର୍‌ କହିଛନ୍ତି, ସ୍ଥାନୀୟ ଲୋକକଥା ଅନୁସାରେ ଏ ସ୍ଥାନଟିର ନାମ ‘ଅଠର ଭାୟା’। ଏଠାରେ ଥିବା ଅଠରଟି ସ୍ମୃତିସ୍ତମ୍ଭ ଅଠର ଜଣ ପାଇକ ଭାଇଙ୍କ ପ୍ରାଣ ଦାନର ପ୍ରତୀକ। ପାଇକ ବିଦ୍ରୋହ ସମୟରେ ବ୍ରିଟିଶ ସୈନ୍ୟମାନେ ବକ୍ସି ଜଗବନ୍ଧୁଙ୍କୁ ଗିରଫ କରିବାକୁ ଯିବା ସମୟରେ ଏହି କାଞ୍ଜିଆଗଡ ନିକଟରେ ପାଇକ ବିଦ୍ରୋହୀଙ୍କ ଦ୍ୱାରା ଯୁଦ୍ଧର ସମ୍ମୁଖୀନ ହୋଇଥିଲେ। ସେହି ଯୁଦ୍ଧରେ ଏହି ୧୮ଜଣ ଯୋଦ୍ଧା ଜୀବନଦାନ ଦେଇଥିଲେ ବୋଲି ଜନଶ୍ରୁତି ରହିଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହା ଆଜି ନଷ୍ଟପ୍ରାୟ ହୋଇଗଲାଣି। ଅନେକ ମାଟି ତଳେ ପୋତି ହୋଇଯାଇଛି। ଏ ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଶୀଘ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଆବଶ୍ୟକ ପଡିଲେ ଏହି ବୀରଶିଳାଗୁଡିକୁ ଓଡିଶା ଷ୍ଟେଟ୍‌ ମ୍ୟୁଜିୟମକୁ ସ୍ଥାନାନ୍ତରିତ କରିବା ତଥା ମାଟି ତଳେ ଥିବା ଅନ୍ୟ ବୀରାଶିଳାଗୁଡିକୁ ଖନନ କରି ବାହାର କରିବାକୁ ଧୀର ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?