ଖୋର୍ଦ୍ଧାରୁ ମିଳିଲା ଭଗ୍ନ ବୀରଶିଳା ସମୂହ

ଭୁବନେଶ୍ୱର,୧୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ)ଅଲୋଡ଼ା ଅବହେଳିତ ଅବସ୍ଥାରେ ପଡ଼ିରହିଛି ଓଡ଼ିଆ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଭଗ୍ନ ବୀରଶିଳା ସମୂହ। ୧୮୧୭ ମସିହା ପାଇକ ବିଦ୍ରୋହ ସମୟରେ ମହାନ ପାଇକ ନେତା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜଙ୍କ ସହ ଯୁଦ୍ଧ କରି ପ୍ରାଣବଳି ଦେଇଥିବା ପାଇକ ବୀରଙ୍କ ଏହି ସ୍ମୃତିସ୍ତମ୍ଭଗୁଡିକ ଚିହ୍ନଟ କରିଛନ୍ତି ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ୍‌ କଲଚରାଲ ହେରିଟେଜ (ଇନ୍‌ଟାକ୍‌) ଟିମ୍‌। ଇନ୍‌ଟାକ୍‌ ଭୁବନେଶ୍ୱର ଶାଖାର ଆବାହକ ଅନିଲ ଧୀର, ଐତିହ୍ୟ ଗବେଷକ ଦୀପକ କୁମାର ନାୟକ, ଐତିହ୍ୟପ୍ରେମୀ ବିକ୍ରମ କୁମାର ନାୟକ ଓ ସୁମନ ପ୍ରକାଶ ସ୍ବାଇଁ ପ୍ରମୁଖ ଖୋର୍ଦ୍ଧା ସଦର ବ୍ଲକ ଅଞ୍ଚଳର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିର ଅନୁସନ୍ଧାନ ସମୟରେ ଏହି ବୀରଶିଳାଗୁଡିକ ଚିହ୍ନଟ କରିଥିଲେ। ଏହି ବ୍ଲକ ଅନ୍ତର୍ଗତ ମହତପଲ୍ଲା ଗ୍ରାମର ଏକ ମାଟି ଢିପରେ ଏହି ଐତିହାସିକ ବିଭବ ଦୃଷ୍ଟିକୁ ଆସିଛି।
ଏ ସମ୍ପର୍କରେ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ଓଡିଶାରେ ହିରୋଷ୍ଟୋନ ବା ବୀରଶିଳା ସବୁର ବ୍ୟବହାର ଅତି ପୁରାତନ ସମୟରୁ ଦେଖିବାକୁ ମିଳେ। ଯୁଦ୍ଧକରି ପ୍ରାଣଦାନ କରିଥିବା ବୀରଯୋଦ୍ଧାଙ୍କ ସ୍ମୃତିରେ ଏପ୍ରକାର ହିରୋଷ୍ଟୋନ ସବୁ ସ୍ଥାପନ କରାଯାଉଥିଲା। ଭୌମକରମାନଙ୍କ ରାଜୁତି ସମୟଠାରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ (ଅଷ୍ଟମରୁ ଊନ୍ନବିଂଶ ଶତାବ୍ଦୀ) ବିଭିନ୍ନ ଶୈଳୀର ବୀରଶିଳା ଓଡ଼ିଶାର ଅନେକ ସ୍ଥାନରେ ଦେଖିବାକୁ ମିଳେ। ମହତପଲ୍ଲାର ବୀରାଶିଳାଗୁଡିକରେ ଏହି ବୀରମାନେ ଧନୁରେ ଲକ୍ଷ୍ୟ ସାଧନା ଭଙ୍ଗୀରେ ଚିତ୍ରିତ ହୋଇଛନ୍ତି। ଅନ୍ୟକିଛି ମୂର୍ତ୍ତିରେ ଢାଲ ଓ ଖଡଗ୍‌ଧାରୀ ଯୋଦ୍ଧାଙ୍କ ଚିତ୍ରଣ ମଧ୍ୟ ରହିଛି। ଇନ୍‌ଟାକ୍‌ ଆବାହକ ଧୀର୍‌ କହିଛନ୍ତି, ସ୍ଥାନୀୟ ଲୋକକଥା ଅନୁସାରେ ଏ ସ୍ଥାନଟିର ନାମ ‘ଅଠର ଭାୟା’। ଏଠାରେ ଥିବା ଅଠରଟି ସ୍ମୃତିସ୍ତମ୍ଭ ଅଠର ଜଣ ପାଇକ ଭାଇଙ୍କ ପ୍ରାଣ ଦାନର ପ୍ରତୀକ। ପାଇକ ବିଦ୍ରୋହ ସମୟରେ ବ୍ରିଟିଶ ସୈନ୍ୟମାନେ ବକ୍ସି ଜଗବନ୍ଧୁଙ୍କୁ ଗିରଫ କରିବାକୁ ଯିବା ସମୟରେ ଏହି କାଞ୍ଜିଆଗଡ ନିକଟରେ ପାଇକ ବିଦ୍ରୋହୀଙ୍କ ଦ୍ୱାରା ଯୁଦ୍ଧର ସମ୍ମୁଖୀନ ହୋଇଥିଲେ। ସେହି ଯୁଦ୍ଧରେ ଏହି ୧୮ଜଣ ଯୋଦ୍ଧା ଜୀବନଦାନ ଦେଇଥିଲେ ବୋଲି ଜନଶ୍ରୁତି ରହିଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହା ଆଜି ନଷ୍ଟପ୍ରାୟ ହୋଇଗଲାଣି। ଅନେକ ମାଟି ତଳେ ପୋତି ହୋଇଯାଇଛି। ଏ ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଶୀଘ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଆବଶ୍ୟକ ପଡିଲେ ଏହି ବୀରଶିଳାଗୁଡିକୁ ଓଡିଶା ଷ୍ଟେଟ୍‌ ମ୍ୟୁଜିୟମକୁ ସ୍ଥାନାନ୍ତରିତ କରିବା ତଥା ମାଟି ତଳେ ଥିବା ଅନ୍ୟ ବୀରାଶିଳାଗୁଡିକୁ ଖନନ କରି ବାହାର କରିବାକୁ ଧୀର ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri