Posted inଫୁରସତ

ବିପିନ ବିହାରୀ ମହାନ୍ତି: ପାଠାଗାର ଓ ଭାଷା ସୁରକ୍ଷା ଯାହାଙ୍କ ନିଶା…

ସେ ଜଣେ ଶିକ୍ଷାବିତ୍‌, ସ୍ତମ୍ଭକାର, କବି, ଗାଳ୍ପିକ, ନାଟ୍ୟକାର ଓ ସମାଜସେବୀ । ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବିଭିନ୍ନ ପୁସ୍ତକ ସଂଗ୍ରହ । ଅନେକ ବିରଳ ପୁସ୍ତକ ଓ ପତ୍ରପତ୍ରିକାକୁ ସାଇତି ଗଢ଼ିତୋଳିଛନ୍ତି ଏକ ପାଠାଗାର । ଯେଉଁଠି ସ୍କୁଲ କଲେଜ ପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ବହି ପଢ଼ିବାର ସୁଯୋଗ ପାଇପାରୁଛନ୍ତି। ପୁସ୍ତକ ପଠନ ପ୍ରତି ସମସ୍ତେ କିପରି ଆଗ୍ରହୀ ହେବେ ସେଥିପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାର ବିଭିନ୍ନ ଅଧିବାସୀଙ୍କ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି କରାଇଥାନ୍ତି। ଅନ୍ୟପକ୍ଷେ ସେ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିଛନ୍ତି। ତାଙ୍କର ବହୁମୁଖୀ ପ୍ରତିଭା ଯୋଗୁ ବିଭିନ୍ନ ସଂସ୍ଥାରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବିପିନ ବିହାରୀ ମହାନ୍ତି। ଜନ୍ମ ୨୬ା୧୦ା୧୯୪୫ରେ। ପିତା ବିଶ୍ୱନାଥ ମହାନ୍ତି । ଘର ଖୋର୍ଦ୍ଧା ଜିଲା ସିକୋ ଅଞ୍ଚଳର ନାରଗଦାରେ। କିନ୍ତୁ ସେ ରହିଆସୁଛନ୍ତି ଜଟଣୀ ବିକାଶନଗରରେ। ସେ କୁହନ୍ତି, ମୋ ମା’ ସେବତୀ ମହାନ୍ତି ମୋତେ ଜନ୍ମଦେଇ ସଂସାରଛାଡ଼ି ଚାଲିଯାଇଥିଲେ। ତା’ ପରେ ପାଳିତା ମା’ ସ୍ବର୍ଣ୍ଣଲତା ମହାନ୍ତି ମୋତେ ଲାଳନପାଳନ କରିଥିଲେ। ପିଲାଦିନେ ପ୍ରଥମେ ଗାଁ ଚାଟଶାଳୀରେ ପାଠ ପଢ଼ିଲି । ତା’ ପରେ ଆମ ଗାଁଠାରୁ ପ୍ରାୟ ୧୦କିମ ଦୂର ସିକୋ ପ୍ରାଥମିକ ସ୍କୁଲରେ ୩ୟ ଯାଏ ପଢ଼ିଲି। ଏଠାରୁ ପୁରୀ ବାଲିସାହି ହାଇସ୍କୁଲକୁ ଯାଇ କିଛିମାସ ଏକାଦଶ ଯାଏ ପଢ଼ିବାପରେ ସେଠାରୁ ଫେରି ଆମଗାଁ ନିକଟ ଓଳସିଂ ଦାଶରଥି ପଟ୍ଟନାୟକ ହାଇସ୍କୁଲରେ ଏକାଦଶ ପଢା ସାରିଲି। ଏହାପରେ ପ୍ରାଣନାଥ କଲେଜ ଖୋର୍ଦ୍ଧାରେ ପ୍ରି-ପ୍ରଫେଶନାଲ ପାଠପଢ଼ା ସାରିଲି। ସମୟକ୍ରମେ ଓଡ଼ିଆ, ଇତିହାସ ଓ ଇଂଲିଶରେ ଏମ୍‌ଏ ସାରିବା ସହିତ ବିଏଡ,ଏମ୍‌ଏଡ ସାରିଛି। ୧୯୬୬ରେ ସରକାରୀ ବାଳିକା ବିଦ୍ୟାଳୟ ବୋଲଗଡ଼ରେ ଜଣେ ଅଫିସ ସହାୟକ ଭାବେ ନିଯୁକ୍ତି ପାଇଲି। ପରେ ସରକାରୀ ବାଳିକା ବିଦ୍ୟାଳୟ ଜଟଣୀରେ ଶିକ୍ଷା ତାଲିମ ନେବାରୁ ଜଟଣୀ ଉଚ୍ଚବିଦ୍ୟାଳୟ, ମେଣ୍ଢାଶାଳ, ଗୁରୁଜଙ୍ଗ, ଖୋର୍ଦ୍ଧା ଓ ପିପିଲି ବାଳିକା ହାଇସ୍କୁଲରେ ଚାକିରି ଜୀବନ କଟିଛି। ୨୦୦୪ମସିହାରୁ ପିପିଲି ସରକାରୀ ଟ୍ରେନିଂ ସ୍କୁଲରୁ ଅବସର ନେଇସାରିଛି। କିନ୍ତୁ ଯେତେବେଳେ ପୁରୀରେ ରହି ପାଠପଢୁଥିଲି ସେହି ସମୟରେ ମୋ ପାଖରେ ବହିଖଣ୍ଡିଏ କିଣି ପଢ଼ିବାକୁ ଅର୍ଥ ନ ଥିଲା। ସେତେବେଳେ ଜଣେ ବଦାନ୍ୟବ୍ୟକ୍ତି ମୋତେ ବହିଖଣ୍ଡିଏ ଦାନ କରିଥିଲେ । ଆଉ ଅନ୍ୟ ପାଠପଢ଼ା ବହି ପାଇଁ ସେଠାର ପାଠାଗାର ଉପରେ ନିର୍ଭର କରୁଥିଲି । ଏଥିଯୋଗୁ ପାଠାଗାର ଭୂମିକା କ’ଣ ବୁଝିପାରିଥିଲି।

ଆମଗାଁର କେତେଜଣ ସାଙ୍ଗ ଏକାଠିହୋଇ ଜନପ୍ରିୟ ପାଠାଗାର, ନାରଗଦା ନାମରେ ଏକ ପାଠାଗାର ଗଢିଥିଲୁ। ଏଥିପାଇଁ କେତେକ ବ୍ୟକ୍ତିଙ୍କଠାରୁ ବିଭିନ୍ନ ବହି ମାଗି ଆଣି ପ୍ରାୟ ୫ଶହ ପୁସ୍ତକ ମହଜୁଦ କରିଥିଲୁ। ଏହି ପାଠାଗାର ଅନେକଦିନ ଭଲରେ ଚାଲିଲା । କିନ୍ତୁ ଯେତେବେଳେ ସାଙ୍ଗମାନେ ଉଚ୍ଚତର ଶିକ୍ଷା ପାଇଁ ବାହାରକୁ ଆସି ବିଭିନ୍ନ ସ୍ଥାନରେ ଚାକିରି କଲୁ, ତା’ ପରେ ପାଠାଗାରର ତତ୍ତ୍ୱବଧାନ ଅଭାବରୁ ଏହା କିଛିଦିନ ଧରି ବନ୍ଦ ହୋଇ ରହିଥିଲା। ୧୯୯୯ରେ ପ୍ରାୟ ୮ହଜାରଖଣ୍ଡ ପୁସ୍ତକକୁ ସାଇତିରଖି ପୁଣି ଏହି ପାଠାଗାର ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଥିଲି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୁଲାବୁଲାପାଇଁ ଯିବା ସମୟରେ ଅନେକ ବଦାନ୍ୟବ୍ୟକ୍ତିଙ୍କଠାରୁ ନାନାପ୍ରକାର ପୁସ୍ତକ ସଂଗ୍ରହ କରିଥିଲି। ତେବେ ଏହି ପାଠାଗାରକୁ ଆସୁଥିବା ପିଲାମାନେ ସମୟକ୍ରମେ ମୋ ନାମକୁ ଯୋଡ଼ି ୨୦୦୧ ଅଗଷ୍ଟ ୧୧ରୁ ପାଠାଗାରର ନାମ ବିପିନ ବିହାରୀ ପାଠାଗାର ରଖିଲେ। ଏହି ପାଠାଗାର ଜଟଣୀ ବ୍ଲକଠାରୁ ମାତ୍ର ଶହେମିଟର ଦୂର ନାଇଜରର ପଶ୍ଚମପଟକୁ ଲମ୍ବିଥିବା ଭୀମପୁର ରାସ୍ତାକଡ଼ରେ ଅବସ୍ଥିତ। ପାଠାଗାରଟି ଓଡ଼ିଶା ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇସାରିଛି। ଓଡ଼ିଶା ପାଠାଗାର ମହାସଂଘରେ ଯୋଡ଼ିହେବାର ପ୍ରୟାସ ଜାରି ରହିଛି।

ବିଶେଷକରି ଛାତ୍ର, ଶିକ୍ଷକ, ଅଧ୍ୟାପକ, ଗବେଷକ ଓ ସାହିତି୍ୟକମାନଙ୍କୁ ସୃଜନଶୀଳତାର ସେବା ଯୋଗାଇ ଆସୁଛି। ପ୍ରାୟ ୪୦ ହଜାର ପୁସ୍ତକ ଓ ୩୦ହଜାର ବିଭିନ୍ନ ପତ୍ରପତ୍ରିକା ସାଇତାହୋଇ ରହିଛି। ପ୍ରତ୍ୟହ ସକାଳ ୭ଟାରୁ ୧୧ଟା ପୁଣି ଦିନ ୧ଟାରୁ ୩ଟା ଯାଏ ଖୋଲାରହେ । ବିଭିନ୍ନ ପ୍ରକାର ଭାଷାର ପୁସ୍ତକ ରହିଛି। ସର୍ବୋପରି ନିମ୍ନସ୍ତରରୁ ପ୍ରଶାସନିକସ୍ତରୀୟ ଉଚ୍ଚପଦପଦବୀ ପରୀକ୍ଷାଦେବା ନିମନ୍ତେ ଅନେକପୁସ୍ତକ ପଢିବାର ସୁବିଧା ରହିଛି। ଛାତ୍ରୀଛାତ୍ରମାନଙ୍କ ବୌଦ୍ଧିକ ଓ ଶୈକ୍ଷିକ ବିକାଶରେ ଏହା ସହାୟକ ହୋଇପାରୁଛି। ପାଠାଗାର ତରଫରୁ ବିିଭିନ୍ନ ସମୟରେ କବିତା ପାଠୋତ୍ସବ, ଓଡ଼ିଶାର ବିଭିନ୍ନ ଅଧିବାସୀଙ୍କ ଭାଷା ବିକାଶ ପାଇଁ କର୍ମଶାଳାର ଆୟୋଜନ କରାଯାଇଥାଏ। ମହାପୁରୁଷଙ୍କ ଜନ୍ମଦିନ ପାଳନ କରାଯାଇଥାଏ। ପ୍ରତିବର୍ଷ ପାଠାଗାରର ବାର୍ଷିକ ମୁଖପତ୍ର ଉଡ୍ରଜା ପ୍ରକାଶିତ ହୋଇଥାଏ। ଏମିତି ଅନୁଷ୍ଠାନ ଗଠନ ଯୋଗୁ ଆନନ୍ଦ ଅନୁଭବ କରେ। ଅନ୍ୟପକ୍ଷେ ଏକାଧିକ ସାହିତି୍ୟକ ଅନୁଷ୍ଠାନ ସହିତ ଜଡ଼ିତ ରହିଛି। ଲେଖିଥିବା ପୁସ୍ତକ ମଧ୍ୟରେ ପ୍ରାୟ ୪୦ଖଣ୍ଡ ପ୍ରକାଶିତ ହୋଇସାରିଲାଣି। ୧୯୮୩ରେ ପ୍ରଥମ କବିତା ସଂକଳନ ଥିଲା ନିଃସର୍ତ୍ତ ଅନ୍ଧାର,ଗାଁ ଗୋହିରୀ, ପ୍ରୀତିଗୀତ, ଋତୁଗୀତ, ସଜନାଗଛର ଛାଇ, ମୁଁ ଗୋଟେ ନଈ, ଏବେ ବି ଚଷମା ବଞ୍ଚତ୍ଛି, କାହାଣୀ ଶୁଣ କାହାଣୀ, ଓଡ଼ିଶା ପରମ୍ପରା ଏବଂ ଧାର୍ମିକ ଦୃଷ୍ଟିରେ ଶ୍ରାଦ୍ଧ, ବାପା ତମେ ଢେର ମନେପଡ଼ୁଛ, ତୁମରି ପାଇଁ ଗାଇବି ଗୀତ, ଓଡ଼ିଶାର ଜାତୀୟ ପର୍ବ ରଜ, ମଲାଜହ୍ନରେ ଯୌବନ, ସତ୍ୟର ଝଲକ, ନାଚୁଛି ଘୁଙ୍ଗୁର କାନ୍ଦୁଛି ବୀଣା । ସେହିପରି ପୁରସ୍କାର ଭାବେ ଡ. ହରେକୃଷ୍ଣ ମହତାବ ସ୍ମାରକୀ ପ୍ରତିଭା ସମ୍ମାନ, ବାଣୀପୀଠ ସମ୍ମାନ, ସିଦ୍ଧାନ୍ତ ସମ୍ମାନ, ସମ୍ପୂର୍ଣ୍ଣ ଉତ୍କଳ ନ୍ୟାସିମଣ୍ଡଳ ଖରସୁଆଁ ଝାଡ଼ଖଣ୍ଡ, ମାଧବାନନ୍ଦ ସମ୍ମାନ ନୂଆଦିଲ୍ଲୀରୁ, ଅକ୍ଷୟ ମହାନ୍ତି ସମ୍ମାନ, ଶ୍ୱେତସଙ୍କେତ ସମ୍ମାନ, ସୁଲେଖା ସମ୍ମାନ, ଆମ ସୁନାଚାନ୍ଦ ଜାତୀୟ ଶିଶୁସାହିତ୍ୟ ସମ୍ମାନ, ସତ୍ୟଚେତନା ସମ୍ମାନ, ସାମଗ୍ରିକ କୃତି ପାଇଁ ଜୀବନରଙ୍ଗ ସମ୍ମାନ, ଗୋଦାବରୀଶ ସାହିତ୍ୟ ସଂସଦ ସମ୍ମାନ, ଶ୍ରୀତୀର୍ଥ ସମ୍ମାନ, ମ୍ୟାନ ଅଫ୍‌ ଦି ଇୟର ଇଣ୍ଡିଆ ଏଡିଆର ୟୁଏସ୍‌ଏ, ଏକାଦଶ ରାଜଧାନୀ ପୁସ୍ତକ ମେଳା ସମ୍ମାନ, କନ୍‌ସଲ୍‌ଟାଣ୍ଟ ଆମେରିକାନ ବାୟୋଗ୍ରାଫି ଇନ୍‌ଷ୍ଟିଚ୍ୟୁଟ୍‌ ୟୁଏସ୍‌ଏ ଆଦି ବିଭିନ୍ନ ସଂସ୍ଥାରୁ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିସାରିଛି। ଏବେ ପରିବାର ସହିତ ରହୁଥିବା ବେଳେ ପାଠାଗାର ବିକାଶ ଚିନ୍ତା ଓ ଲେଖାଲେଖିରେ ସମୟ ବିତୁଛି। ମୋର ନିବେଦନ ଓଡ଼ିଶାରେ ଯେତେ ଭାଷାଭାଷୀର ଅଧିବାସୀ ଅଛନ୍ତି ସେମାନଙ୍କ ଭାଷାକୁ ବଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରନ୍ତୁ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri