ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ

ବ୍ରହ୍ମପୁର ଅଫିସ,୨୭ା୩:ରାଜ୍ୟ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବାୟୋମେଟ୍ରିକ୍‌ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଡାକ୍ତର କେଉଁ ସମୟରେ ଆସୁଛନ୍ତି ଏବଂ କେତେବେଳେ ଯାଉଛନ୍ତି ତା’ର ଠିକ୍‌ ରେକର୍ଡ ରଖାଯାଇପାରିବ ବୋଲି ଆଶା କରାଯାଉଛି। ବ୍ରହ୍ମପୁର ବଡ ମେଡିକାଲରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ ଦୀର୍ଘବର୍ଷ ହେଲା ବାଧ୍ୟତାମୂଳକ କରାଯାଇ ସାରିଛି। କର୍ମଚାରୀମାନେ ବାୟୋମେଟ୍ରିକ୍ସ ମେଶିନରେ ଟିପଚିହ୍ନ ଦେଉଛନ୍ତି। କିନ୍ତୁ ଡାକ୍ତରଙ୍କ ପାଇଁ ଏଇବିଏଏସ୍‌ (ଆଧାର ଏନାବଲ୍ଡ ବାୟୋମେଟ୍ରିକ୍ସ ଆଟେଡାନ୍ସ ସିଷ୍ଟମ୍‌) ବ୍ୟବସ୍ଥା କରାଯାଇଛି। ଯାହାକି ସିଧାସଳଖ ଏନ୍‌ଏମ୍‌ସି(ନ୍ୟାଶନାଲ ମେଡିକାଲ କମିଶନ) ସହିତ ସଂଯୋଗ ରହିଛି। ଡାକ୍ତରଙ୍କ ଉପସ୍ଥାନ ରିପୋର୍ଟ ଏନ୍‌ଏମ୍‌ସି ନିକଟକୁ ପଠାଯାଉଛି ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ। ବଡ଼ ଡାକ୍ତରଖାନାକୁ ଡାକ୍ତରମାନେ ଠିକ୍‌ ସମୟରେ ଆସୁ ନ ଥିବା ଅଭିଯୋଗ ହୋଇଥିଲା। ଏପରିକି କେତେକ ନିର୍ଦ୍ଦିଷ୍ଟ ଡାକ୍ତର ମେଡିକାଲକୁ ଆସି ଉପସ୍ଥାନ ଦେବା ପରେ ସେମାନେ ଘରୋଇ କ୍ଲିନିକକୁ ଚାଲି ଯାଉଥିବା ନେଇ ଅଭିଯୋଗ ଆସିଥିଲା।
ଏଭଳି ଡାକ୍ତରଙ୍କୁ ଧରିବା ପାଇଁ ୨୦୧୧-୧୨ରେ ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ତାହା କିଛିବର୍ଷ କାମ କରିବା ପରେ ମେଶିନ ଖରାପ ହୋଇଯିବାରୁ ବାୟୋମେଟ୍ରିକ୍ସ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ଫଳରେ ପୁଣିଥରେ ଡାକ୍ତରମାନେ କାର୍ଯ୍ୟରେ ଅବହେଳା କରିବା ଆରମ୍ଭ କରି ଦେଇଥିଲେ। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏମ୍‌କେସିଜିରେ ଗତ କିଛିବର୍ଷ ହେଲା ପୁଣିଥରେ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଛି। କରୋନା ପାଇଁ ପ୍ରାୟ ୨ ବର୍ଷ ହେଲା ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ହେଲେ କରୋନା ହଟିବା ପରେ ବାୟୋମେଟ୍ରିକ୍ସ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଥିବା ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଏନ୍‌ଏମ୍‌ସିର ଗାଇଡ୍‌ ଲାଇନ୍‌ ଅନୁସାରେ କଲେଜ ଅଧ୍ୟାପକ, ଏସ୍‌ଆର୍‌ ଓ ଟ୍ୟୁଟରଙ୍କ ପାଇଁ ଏଇବିଏଏସ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଅନ୍ୟ କର୍ମଚାରୀମାନଙ୍କ ପାଇଁ କେବଳ ସାଧାରଣ ବାୟୋମେଟ୍ରିକ୍ସ ବ୍ୟବସ୍ଥା ରହିଥିବା ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି। ମେଡିକାଲ କଲେଜରେ ପ୍ରାୟ ୧୫ଟି ଏଇବିଏଏସ୍‌ ମେଶିନ୍‌ ଲାଗିଛି। ଏମ୍‌କେସିଜି ମେଡିକାଲ କଲେଜ, ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହିତ ଇନ୍‌ଡୋର୍‌, ଆଉଟଡୋର ସହିତ ବିଭିନ୍ନ ବିଭାଗରେ ବାୟୋମେଟ୍ରିକ୍ସ ମେଶିନ୍‌ ଲାଗିଛି। ସେହିପରି କଲେଜର ପ୍ରଶାସନିକ କୋଠାର ବିଭିନ୍ନ ସ୍ଥାନରେ ମଧ୍ୟ ଏଭଳି ମେଶିନ୍‌ ଲାଗିଛି। କରୋନା ପରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?