ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ

ବ୍ରହ୍ମପୁର ଅଫିସ,୨୭ା୩:ରାଜ୍ୟ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବାୟୋମେଟ୍ରିକ୍‌ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଡାକ୍ତର କେଉଁ ସମୟରେ ଆସୁଛନ୍ତି ଏବଂ କେତେବେଳେ ଯାଉଛନ୍ତି ତା’ର ଠିକ୍‌ ରେକର୍ଡ ରଖାଯାଇପାରିବ ବୋଲି ଆଶା କରାଯାଉଛି। ବ୍ରହ୍ମପୁର ବଡ ମେଡିକାଲରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ ଦୀର୍ଘବର୍ଷ ହେଲା ବାଧ୍ୟତାମୂଳକ କରାଯାଇ ସାରିଛି। କର୍ମଚାରୀମାନେ ବାୟୋମେଟ୍ରିକ୍ସ ମେଶିନରେ ଟିପଚିହ୍ନ ଦେଉଛନ୍ତି। କିନ୍ତୁ ଡାକ୍ତରଙ୍କ ପାଇଁ ଏଇବିଏଏସ୍‌ (ଆଧାର ଏନାବଲ୍ଡ ବାୟୋମେଟ୍ରିକ୍ସ ଆଟେଡାନ୍ସ ସିଷ୍ଟମ୍‌) ବ୍ୟବସ୍ଥା କରାଯାଇଛି। ଯାହାକି ସିଧାସଳଖ ଏନ୍‌ଏମ୍‌ସି(ନ୍ୟାଶନାଲ ମେଡିକାଲ କମିଶନ) ସହିତ ସଂଯୋଗ ରହିଛି। ଡାକ୍ତରଙ୍କ ଉପସ୍ଥାନ ରିପୋର୍ଟ ଏନ୍‌ଏମ୍‌ସି ନିକଟକୁ ପଠାଯାଉଛି ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ। ବଡ଼ ଡାକ୍ତରଖାନାକୁ ଡାକ୍ତରମାନେ ଠିକ୍‌ ସମୟରେ ଆସୁ ନ ଥିବା ଅଭିଯୋଗ ହୋଇଥିଲା। ଏପରିକି କେତେକ ନିର୍ଦ୍ଦିଷ୍ଟ ଡାକ୍ତର ମେଡିକାଲକୁ ଆସି ଉପସ୍ଥାନ ଦେବା ପରେ ସେମାନେ ଘରୋଇ କ୍ଲିନିକକୁ ଚାଲି ଯାଉଥିବା ନେଇ ଅଭିଯୋଗ ଆସିଥିଲା।
ଏଭଳି ଡାକ୍ତରଙ୍କୁ ଧରିବା ପାଇଁ ୨୦୧୧-୧୨ରେ ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ତାହା କିଛିବର୍ଷ କାମ କରିବା ପରେ ମେଶିନ ଖରାପ ହୋଇଯିବାରୁ ବାୟୋମେଟ୍ରିକ୍ସ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ଫଳରେ ପୁଣିଥରେ ଡାକ୍ତରମାନେ କାର୍ଯ୍ୟରେ ଅବହେଳା କରିବା ଆରମ୍ଭ କରି ଦେଇଥିଲେ। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏମ୍‌କେସିଜିରେ ଗତ କିଛିବର୍ଷ ହେଲା ପୁଣିଥରେ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଛି। କରୋନା ପାଇଁ ପ୍ରାୟ ୨ ବର୍ଷ ହେଲା ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ହେଲେ କରୋନା ହଟିବା ପରେ ବାୟୋମେଟ୍ରିକ୍ସ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଥିବା ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଏନ୍‌ଏମ୍‌ସିର ଗାଇଡ୍‌ ଲାଇନ୍‌ ଅନୁସାରେ କଲେଜ ଅଧ୍ୟାପକ, ଏସ୍‌ଆର୍‌ ଓ ଟ୍ୟୁଟରଙ୍କ ପାଇଁ ଏଇବିଏଏସ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଅନ୍ୟ କର୍ମଚାରୀମାନଙ୍କ ପାଇଁ କେବଳ ସାଧାରଣ ବାୟୋମେଟ୍ରିକ୍ସ ବ୍ୟବସ୍ଥା ରହିଥିବା ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି। ମେଡିକାଲ କଲେଜରେ ପ୍ରାୟ ୧୫ଟି ଏଇବିଏଏସ୍‌ ମେଶିନ୍‌ ଲାଗିଛି। ଏମ୍‌କେସିଜି ମେଡିକାଲ କଲେଜ, ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହିତ ଇନ୍‌ଡୋର୍‌, ଆଉଟଡୋର ସହିତ ବିଭିନ୍ନ ବିଭାଗରେ ବାୟୋମେଟ୍ରିକ୍ସ ମେଶିନ୍‌ ଲାଗିଛି। ସେହିପରି କଲେଜର ପ୍ରଶାସନିକ କୋଠାର ବିଭିନ୍ନ ସ୍ଥାନରେ ମଧ୍ୟ ଏଭଳି ମେଶିନ୍‌ ଲାଗିଛି। କରୋନା ପରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri