Posted inଖେଳ

ଭୁବନେଶ୍ୱର ସ୍କୁଲ୍ସ ଚେସ୍‌: ଲଳିତ ଚାମ୍ପିୟନ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୬ତମ ସ୍କୁଲ୍ସ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ କଟକ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ଲଳିତ ରଞ୍ଜନ ସାହୁ ୫.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ଲୟୋଲା ସ୍କୁଲର ମନୀଷ ମିଶ୍ର ଓ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ରିତ୍ୱିକରାଜ ମିଶ୍ର (ଉଭୟେ ୫ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ବିକ୍ରମ ମିଶ୍ର, ଇଶାନ୍ତ ଦାସ, ଅର୍ନବ ମହାନ୍ତି, ସାଇ ଅଂଶୁମାନ ସିଂ, ଅଞ୍ଜଳି ମିଶ୍ର, ଅଂଶୁମାନ ପତି ଓ ଆରିହନ ମିଶ୍ର ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏମାନଙ୍କ ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ୨ ଜଣ ଲେଖାଏ ଶ୍ରେଷ୍ଠ ପ୍ରତିଯୋଗୀ ଏବଂ ୬ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ୫ ବର୍ଷ ୫ ମାସର ସୁଶ୍ରୀ ସଙ୍ଗୀତା ତ୍ରିପାଠୀ ପ୍ରତିଯୋଗିତାର ସର୍ବକନିଷ୍ଠ ପ୍ରତିଯୋଗୀ ଥିଲେ। ଅଜୟ ବିନୟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏବିଆଇଟି)ର ଏମ୍‌ସିଏ ବିଭାଗୀୟ ମୁଖ୍ୟ ଅମରେଶ ସାହୁ ଏବଂ ବାରିପଦା ଏସ୍‌ବିଆଇର ଚିଫ୍‌ ମ୍ୟାନେଜର ପ୍ରଭାତ କୁମାର ଦାସ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଭୁବନେଶ୍ୱର ଚେସ୍‌ ଆସୋସିଏଶନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ ଓ ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?