Posted inଫୁରସତ

ବାଟ ଦେଖାଇଛି ବାୟୋ ଫ୍ଲକ

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ତୁଳସୀପୁର ଗ୍ରାମର ୩୩ ବର୍ଷ ବୟସ୍କ ମହେଶ୍ୱର ସାମଲ ଓରଫ ଟୁନା (ବାପା-ସ୍ବର୍ଗତ କୈଳାଶ ଚନ୍ଦ୍ର ସାମଲ, ମା-ଶାନ୍ତିଲତା ସାମଲ, ମୋ : ୮୮୪୭୮୬୬୮୨୯)। କରୋନା ମହାମାରୀ ସମୟରେ ତାଙ୍କୁ ଏକ ନୂଆ ବାଟ ଦେଖାଇଥିଲା ବାୟୋ ଫ୍ଲକ୍‌ (କୁଣ୍ଡ ପ୍ରଣାଳୀ ମାଛ ଚାଷ)। ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ। ଏପଟେ ଯେଉଁ କାମରୁ ସେ କିଛି ରୋଜଗାର କରୁଥିଲେ କରୋନା ପାଇଁ ତାହା ବନ୍ଦ ହୋଇଗଲା। କିପରି ପରିବାର ଚଳାଇବେ ସେହି ଚିନ୍ତା ତାଙ୍କୁ ଘାରିଲା। ଏହି ସମୟରେ କୁଣ୍ଡ ପ୍ରଣାଳୀ ମାଛ ଚାଷ କରିବାକୁ ମନସ୍ଥ କରିଥିଲେ। ଏ ସମ୍ପର୍କରେ ମହେଶ୍ୱର କହନ୍ତି, ‘ଯୁକ୍ତ ଦୁଇ ପରେ ୨୦୦୭ରେ ହାଇଦ୍ରାବାଦ ପଳାଇଥିଲି। ସେଠାରେ ଏକ କମ୍ପାନୀରେ ରହି ରାସ୍ତା ଢଳେଇ କାମରେ ବ୍ୟବହୃତ ମିକ୍ସର ଗାଡି ଚଲାଇ ଯାହା ରୋଜଗାର କରୁଥିଲି ସେଥିରେ ଯେନତେନ ପରିବାର ଚଳୁଥିଲା। ୨୦୧୭ରେ ଭୁବନେଶ୍ୱର ଆସି ସେହି କାମ ଚାଲୁ ରଖିଲି। ହେଲେ କରୋନା ଯୋଗୁ ସବୁ କାମ ବନ୍ଦ ହୋଇଯିବା ପରେ ବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିଆସିଥିଲି। ଭୁବନେଶ୍ୱରରେ ଥିବା ବେଳେ ୟୁଟ୍ୟୁବ୍‌ରେ ବାୟୋ ଫ୍ଲକ ସମ୍ପର୍କରେ ଦେଖି କିଛି ଜ୍ଞାନ ହାସଲ କରିଥିଲି। ତା’ସହ ଭୁବନେଶ୍ୱରସ୍ଥିତ ଯାଆଁଳାରେ ଥିବା ଚନ୍ଦ୍ରଶେଖର ଆଚାର୍ଯ୍ୟଙ୍କ ଫାର୍ମ ହାଉସ ବୁଲି ବାୟୋ ଫ୍ଲକ ସମ୍ପର୍କରେ ତାଙ୍କ ପାଖରୁ ତାଲିମ ନେଇଥିଲି। ଏହି ଚାଷ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲିଣି।’ ନିଜକୁ ଏଥିନେଇ ପ୍ରସ୍ତୁତ ହେବା ପରେ ସେ କୋଲକାତା ଯାଇ ବାୟୋ ଫ୍ଲକ୍‌ ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ କିଣିଥିଲେ। ପ୍ରଥମେ ଦୁଇଟି କୁଣ୍ଡ କରି ଆରମ୍ଭ କଲେ ଏହି ପ୍ରଣାଳୀରେ ମାଛ ଚାଷ। ଏଥିରେ ସଫଳତା ହାସଲ ପରେ ବର୍ତ୍ତମାନ ଚାରିଟା କୁଣ୍ଡରେ ଏହି ଚାଷ ଚାଲିଛି। ଦଶ ହଜାର ଲିଟରବିଶିଷ୍ଟ କୁଣ୍ଡ ତିଆରି ହୋଇଛି। ଏହି କୁଣ୍ଡରେ ଭିଏତନାମା କଉ, ରୂପଚାନ୍ଦି, ତେଲଟିଆ, ରୋହୀ, ଭାକୁର, ମୀରଆଦି ମାଛ ଚାଷ କରୁଛନ୍ତି। ବଜାରରେ କଉ ମାଛ ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଧୁନିକ ପ୍ରଣାଳୀରେ ମହେଶ୍ୱର ମାଛ ଚାଷ କରି ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅନ୍ୟ ମାଛ ୧୨୦ଟଙ୍କା, ୯୦ ଟଙ୍କା ଓ ୮୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମହେଶ୍ୱର। ଏହି ଚାଷ ପାଇଁ ତାଙ୍କୁ ସହଯୋଗ କରୁଛନ୍ତି ଦାଦା କୈଳାସ ସାମଲ ଓ ଭାଇ ଜୀବନଜ୍ୟୋତି ଏବଂ ଦୀପକ। ମହେଶ୍ୱର କୁଣ୍ଡ ଚାଷ ନିକଟରେ ଥିବା ଚାଷ ଜମିକୁ ପୋତି କୁଣ୍ଡ ଚାଷ ବଢାଇବାକୁ ଇଚ୍ଛା କରୁଥିଲେ ମଧ୍ୟ ଅଧିକ ଅର୍ଥର ଆବଶ୍ୟକତା ଥିବା ପ୍ରକାଶ କରିଛନ୍ତି। ଆବଶ୍ୟକ ସରକାରୀ ସହଯୋଗ ମହେଶ୍ୱରଙ୍କୁ ମିଳିଲେ କୁଣ୍ଡ ପ୍ରଣାଳୀରେ ମାଛ ଚାଷ କରି ଅଞ୍ଚଳରେ ରହିଥିବା ମାଛ ଚାହିଦାକୁ ଅନେକାଂଶରେ ପୂରଣ କରିପାରିବେ ବୋଲି ଆଶା ରଖିଛନ୍ତି ଏହି ସଫଳ ଚାଷୀ।
-ଦେବେନ୍ଦ୍ର ଆନ୍ଦିଆ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri