ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ

ଭୁବନେଶ୍ବର, ୧ା୪(ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିଛି। ଶୁକ୍ରବାର ଅପରାହ୍ନରେ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ୪ଟା ୧ ମିନିଟ୍‌ରୁ ବିଭିନ୍ନ ପର୍ଯ୍ୟାୟରେ ୫ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ଭାଜପା ସଦସ୍ୟ ପୁଣି ହଟ୍ଟଗୋଳ କରିଥିଲେ।
ବିଲ୍‌କୁ ସମର୍ଥନ କରି ବିଜେଡି ସଦସ୍ୟ ଅରୁଣ କୁମାର ସାହୁ କହିଥିଲେ, ଜନସାଧାରଣଙ୍କ ଉନ୍ନତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ତେବେ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର କେତେ ସାହାଯ୍ୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି। ଚାଷୀକୁଳ ଉପରେ ଚାଉଳ ବୋଝ ସହ ସ୍ବାମୀନାଥନ୍‌ କମିଟିର ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଉନାହାନ୍ତି। ସେହିପରି ରାଜ୍ୟର ଚାଷୀଙ୍କୁ କେନ୍ଦ୍ର ଆବଶ୍ୟକ ସାର ଯୋଗାଇ ଦେଉ ନ ଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରେଲଓ୍ବେ କ୍ଷେତ୍ରରେ ଓଡ଼ିଶାର ହକ୍‌କୁ ଉପେକ୍ଷା କରାଯାଉଛି ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ଶଶିଭୂଷଣ ବେହେରା କହିଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି। କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ଅନୁଦାନ ନ ଦେଲେ ରାଜ୍ୟର ବିକାଶ ଜାରି ରହିବା ପାଇଁ ସରକାର ଷ୍ଟାବିଲାଇଜ୍‌ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଧାନକିଣାରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି। ଏଥିପାଇଁ ଚଳିତ ବଜେଟରେ ରିଭଲଭିଂ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଏହି ବଜେଟ ପାରିତ ହେଲେ ଓଡ଼ିଶାବାସୀଙ୍କ ସ୍ବାର୍ଥ ସାଧନ ହେବ ବୋଲି ସେ କହିଛନ୍ତି। ବ୍ୟୟ ମଞ୍ଜୁରୀ ବିଲ୍‌କୁ ବିରୋଧ କରି ଭାଜପା ଓ କଂଗ୍ରେସ ସଦସ୍ୟମାନେ କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଆଲୋଚନାର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ବଜେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଓ ମୋ ସରକାରର ସଫଳ ରୂପାୟନ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ହୋଇଛି। ମହାଲେଖାକାରଙ୍କଠାରୁ ମିଳିଥିବା ହିସାବ ଅନୁଯାୟୀ ୨୦୨୩ ଫେବୃୟାରୀ ସୁଦ୍ଧା ରାଜ୍ୟର ଋଣଭାର ରାଜ୍ୟ ଜିଡିପିର ୧୧.୨୫% ରହିଛି। ୨୦୦୫-୦୬ ପରଠାରୁ ଆମେ କ୍ରମାଗତ ଭାବେ ରାଜସ୍ବ ବଳକା ସ୍ଥିତି ବଜାୟ ରଖିଛୁ ଏବଂ ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି ବୋଲି ମନ୍ତ୍ରୀ କହିଥିଲେ। ଏହାପରେ ବିଲ୍‌କୁ ଗୃହର ଅନୁମୋଦନ ମିଳିଥିଲା।
ଏହାପରେ ବାଚସ୍ପତି ୧୦ଟି କମିଟି ସଦସ୍ୟ ଏବଂ ଅଧ୍ୟକ୍ଷଙ୍କ ନଁା ଘୋଷଣା କରିଥିଲେ।a ସେହିପରି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଭିନ୍ନ କମିଟି ସମ୍ପର୍କରେ ଘୋଷଣା କରାଯାଇଥିଲା। ପୋଲାଭରମ୍‌ ପ୍ରକଳ୍ପ ଲାଗି ଓଡ଼ିଶାର ବହୁ କ୍ଷତି ହୋଇଥିବାବେଳେ ଏନେଇ ଏକ କମିଟି ଗଠନ ହୋଇଛି। ଉକ୍ତ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିବାକୁ ପ୍ରସ୍ତାବ ପାରିତ ହୋଇଛି। ସେହିପରି ସୀମା ସମସ୍ୟା ନେଇ ମଧ୍ୟ ଏକ କମିଟି ଗଠନ ହୋଇଛି। ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ଗଠିତ କମିଟିର ସଦସ୍ୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଆଲୋଚନା କରିବେ। ଏହାପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସବୁ ଦଳର ସଦସ୍ୟ ଦେଢ଼ମାସ ହେବ ନିଜ ନିର୍ବାଚନମଣ୍ଡଳୀକୁ ଯାଇପାରୁ ନ ଥିବାବେଳେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ସରିଥିବାରୁ ଏବଂ ବଜେଟ୍‌କୁ ମଞ୍ଜୁରୀ ମିଳିସାରିଥିବାରୁ ଗୃହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିବାକୁ ପ୍ରସ୍ତାବ ଦେଇଥିଲେ। ପଦ୍ମନାଭ ବେହେରା, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂହ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ନିରଞ୍ଜନ ପୂଜାରୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ବିରୋଧୀ ସଦସ୍ୟଙ୍କୁ ବୁଝାଇ ଗୃହକୁ ଆଣିବା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟମାନେ ଗୃହକୁ ଫେରିଥିବାବେଳେ ଭାଜପା ସଦସ୍ୟମାନେ ରାଜି ହୋଇ ନ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ ଅଧିବେଶନ ସୁରୁଖୁରୁରେ ଚାଲିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଯୋଗୁ ଧନ୍ୟବାଦ ଦେଇଥିଲେ। ଏହାପରେ ଗୃହରେ ସବୁ ସଦସ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସମୟ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ନ କରି ଏବଂ ୩ଟି ବିଲ୍‌ ପ୍ରତ୍ୟାହାର କରିନିଆଯିବାକୁ ବିରୋଧ କରି ବିଧାନସଭା ଗାନ୍ଧୀମୂର୍ତ୍ତି ତଳେ ୧୫ ମିନିଟ୍‌ ଲାଗି ଭାଜପା ବିଧାୟକମାନେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?