ପୃଥିବୀପୃଷ୍ଠରୁ ୧୯ କିଲୋମିଟର ପର୍ଯ୍ୟନ୍ତ ଚକ୍‌ ଗୁଣ୍ଡ ବିଛାଇବାକୁ ଚାହୁଁଛନ୍ତି ବିଲ୍‌ ଗେଟ୍‌ସ, କାରଣ ଜାଣିଲେ…

ଓ୍ବାଶିଂଟନ,୨୪।୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ ଚାହୁଁଛନ୍ତି ପୃଥିବୀ ପୃଷ୍ଠରୁ ୧୯ କିଲୋମିଟର ଦୂରରେ ଚକ୍‌ ଗୁଣ୍ଡର ଏକ ସ୍ତର କରିବେ। ଫଳରେ ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ କମ୍‌ ଆସିବ। ପୃଥିବୀରେ ଗ୍ଲୋବାଲ ଓ୍ବାର୍ମିଂ କମିବ। ଏହାକୁ ନେଇ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପ୍ରସ୍ତୁତି ହାର୍ଭାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ କରୁଛନ୍ତି। ଏଥିପାଇଁ ବିଲ୍‌ ଗେଟ୍‌ସ ୟୁନିଭରସିଟିକୁ ୩ ମିଲିୟନ ଡଲାର ଅର୍ଥାତ୍‌ ୨୧.୭୭ କୋଟି ଟଙ୍କା ଦେଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହା ଉପରେ ପରୀକ୍ଷଣ କରାଯାଉଛି। ହାର୍ଭାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଏକ ବଡ଼ ବେଲୁନରେ ୨ କିଲୋଗ୍ରାମ ଚକ୍‌ ଗୁଣ୍ଡ ସ୍ବିଡେନର କିରୁନା ସହର ଉପରୁ ପୃଥିବୀ ଉପରକୁ ଛାଡ଼ିବେ। ଏହି ଗୁଣ୍ଡ ପୃଥିବୀ ପୃଷ୍ଠରୁ ୧୯.୩୬କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଟୋସ୍ପେୟରରେ ଛଡ଼ାଯିବ। ଏଥରୁ ଜଣାପଡ଼ିବ କି ଏତିକି ଚକ୍‌ ଗୁଣ୍ଡରେ ସୂର୍ଯ୍ୟଙ୍କ କେତେ କିରଣ ପ୍ରତିଫଳିତ ହେଉଛି। କେତେ କିରଣ ପୃଥିବୀ ପୃଷ୍ଠରେ ପଡୁଛି। ଏହା ଦ୍ୱାରା ପୃଥିବୀ କେତେ ପରିମାଣର ଥଣ୍ଡା ହେଉଛି ତାହା ଜଣାପଡ଼ିବ।

ବିଲ୍‌ ଗେଟ୍‌ସଙ୍କ ଏହି ଧାରଣାକୁ ଅନେକ ବୈଜ୍ଞାନିକ ଖରାପ ବୋଲି କହୁଛନ୍ତି। ବୈଜ୍ଞାନିକଙ୍କ ମତରେ ଏପରି କରାଯିବା ଦ୍ୱାରା ପୃଥିବୀର ଜଳବାୟୁରେ ଅନେକ ବିପର୍ଯ୍ୟୟ ଦେଖାଦେବ। ଜିଓ-ଇଞ୍ଜିନିୟରିଂ ପୃଥିବୀ ପାଇଁ କୌଣସି ଦିଗରୁ ଭଲ ନୁହେଁ। କିନ୍ତୁ ସ୍ବିଡେନର କିରୁନା ସହରରେ ଏହି ପ୍ରକଳ୍ପର ପରୀକ୍ଷଣ ଚାଲିଛି। ଏହି ପରୀକ୍ଷା ଗ୍ରୀଷ୍ମ ଋତୁର ଶେଷ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?