‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ

୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି କାର୍ଡ ଖେଳୁଥିବାର ନଜିର ଆସିଛନ୍ତି। କାର୍ଡ ଖେଳରେ ଗେଟ୍ସ ଜିତିଯାଆନ୍ତି। ଏହି ସମୟରେ ଡ୍ୟାଭିସ ତାଙ୍କୁ କୁoହନନ୍ତି, ‘ତୁମେ ବଡ ଭାଗ୍ୟବାନ’। ଜୀବନରେ ଏବଂ ଖେଳରେ ମଧ୍ୟ। ଏକଥା ଶୁଣି ବିଲ ଗେଟ୍ସ ହସିହସି ଉତ୍ତର ଦିଅନ୍ତି, ‘ପ୍ରେମରେ ମଧ୍ୟ’।
କେବଳ ୧୩ବର୍ଷ ବୟସରେ ବିଲ୍‌ ସଫ୍ଟଓ୍ବେୟାର ପ୍ରୋଗ୍ରାମ ଡିଜାଇନ କରିଥିଲେ। ୨୦ବର୍ଷ ବୟସରେ ନିଜର କମ୍ପାନୀ ଆରମ୍ଭ କରିଥିବା ବିଲ୍‌ ୨୬ବୟସରେ କୋଟିପତି ହୋଇଯାଇଥିଲେ। ତେବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ସ ଗେଟ୍ସଙ୍କ ସଂଘର୍ଷମୟ ଜୀବନ ବିଷୟରେ ତ ନିହାତି ଜାଣିଥିବେ। ହେଲେ ତାଙ୍କ ଜୀବନର ଭ୍ୟାଲେଣ୍ଟାଇନ Milinda Gates ଙ୍କ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଖୁବ୍‌ କମ୍‌ ବୟସରେ ସେତେବେଳେ ସମୟରେ କୋଟିପତି ହୋଇଥିବା ବିଲ୍‌ ସଫ୍ଟଓ୍ବେୟାରରେ ସିନା ଜିନିୟସ ଥିଲେ ହେଲେ ଜିନିୟସ ପଣିଆ ହାରିଯାଉଥିଲା ପ୍ରେମରେ। ପ୍ରଥମ ଥର ପାଇଁ ମନ ଦେଇ ବସିଥିବା ବିଲ୍‌, ମିଲିଣ୍ଡାଙ୍କୁ ଡେଟ୍‌ରେ ଯିବାକୁ ପଚାରିବାକୁ ୩ ମାସ ଯାଏଁ ଅପେକ୍ଷା କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ଲଭ୍‌ ଷ୍ଟୋରୀ ବିଷୟରେ…

୧୯୭୫ ଏପ୍ରିଲ ୪ରେ, ଯେତେବେଳେ ଅଧିକାଂଶ ଆମେରିକୀୟ ଲୋକ ଟାଇପରାଇଟର ବ୍ୟବହାର କରୁଥିଲେ, ବିଲ୍‌ ଗେଟ୍ସ ସେତେବେଳେ ଏକ ଗ୍ୟାରେଜରେ ତାଙ୍କ ବନ୍ଧୁ ପଲ ଏଲନଙ୍କ ସହ ମିଶି ଏକ କମ୍ପ୍ୟୁଟର ସଫଓ୍ବେୟାର କମ୍ପାନୀ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୨୦ବର୍ଷ ବୟସ ହୋଇଥିଲା। ଗ୍ୟାରେଜରେ କାମ ଚାଲିଥିବା ଏହି ଛୋଟ କମ୍ପାନୀ ୧୨ବର୍ଷ ପରେ ୧୯୮୭ ବେଳକୁ ଏକ ବିରାଟ ବଡ କମ୍ପାନୀରେ ପରିଣତ ହୋଇଥିଲା। ସେତେବେଳେ ବିଲ୍ସଙ୍କ ଏହି କମ୍ପାନୀ କଲେଜରୁ କମ୍ପ୍ୟୁଟର ସଫ୍ଟଓ୍ବେୟାର ପଢା ଶେଷ କରିଥିବା ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉଥିଲା।

ଏହାରି ଭିତରେ ଜଣେ ୨୩ବର୍ଷିୀୟ ଯୁବତୀ କମ୍ପ୍ୟୁଟର ସଫ୍ଟଓ୍ବେୟାରରେ ପଢା ଶେଷ କରି କମ୍ପାନୀରେ ଜଏନ କରିଥିଲେ। ଯୁବତୀଙ୍କ ନାଁ ହେଉଛି ମିଲିଣ୍ଡା ଫ୍ରେଞ୍ଚ। ମିଲିଣ୍ଡା ଦେଖିବାଖଉ ଖୁବ୍‌ ସୁନ୍ଦର ଥିଲେ। କିନ୍ତୁ ମିଲିଣ୍ଡାଙ୍କ ଠାରୁ ୯ବର୍ଷ ବଡବିଲ ଗେଟ୍ସଙ୍କ ଜୀବନରେ କମ୍ପ୍ୟୁଟର ଓ ସଫ୍ଟଓ୍ବେୟାର ବ୍ୟତୀତ ଅନ୍ୟ କିଛି ନ ଥିଲା।

ବିଲ ଓ ମିଲିଣ୍ଡାର ଗୋଟିଏ କମ୍ପାନୀରେ ଏକାଠି କାମ କରୁଥିଲେ। କାମ କରିବା ବାଦ୍‌ ବି ସେମାନଙ୍କର କେବେ ଏକାଠି ଦେଖା ସାକ୍ଷାତ ହୋଇ ନ ଥିଲା। ଥରେ ଏକ ବାଣିଜ୍ୟ ମେଳାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ଦୁହେଁ ସେଠାରେ ଏକାଠି ରାତ୍ରୀ ଭୋଜନ କରିଥିଲେ। ମିଲିଣ୍ଡା କେବେ ଭାବି ବି ନ ଥିଲେ ସେ ଯେଉଁ କମ୍ପମାନୀରେ କାମ କରୁଛନ୍ତି ସେହି କମ୍ପାନୀର ମାଲିକଙ୍କ ସହ ଡେଟ୍‌ କରିବେ। ହେଲେ ସେଦିନ ଠାରୁ ବିଲ୍‌, ମିଲିଣ୍ଡାଙ୍କ ପ୍ରେମରେ ପଡିବା ଆରମ୍ଭ କଲେ। କମ୍ପ୍ୟୁଟର ମେସିନ ପଛରେ ଧାଉଁଥିବା ମଣିଷ ଦିନେ କେବେ ପ୍ରେମ କରିବ ସେକଥା ସେ କେବେ ବି ଭାବି ନ ଥିଲେ। ସେଦିନ ଠାରୁ ସେହି ସଫ୍ଟେଓୟାର ମଣିଷର ସିଷ୍ଟମ ହୋଇଥିଲା ହ୍ୟାଙ୍ଗ। ମନରେ ପ୍ରେମର ଭାଇରସ ମାରିଥିଲା ଏଣ୍ଟ୍ରି। ଆଉ ସେବେ ଠାରୁ ହିଁ ପ୍ରେମର ସଫ୍ଟଓ୍ବେୟାର ଲୋଡ୍‌ ହୋଇଥିଲା।

ବିଲ ଓ ମିଲିଣ୍ଡାଙ୍କ ପ୍ରେମ ପ୍ରାୟତଃ ବର୍ଷ ହୋଇଯାଇଥିଲା। ସେମାନେ ପରସ୍ପରର ଘରକୁ ଯିବା ସହ ଘଣ୍ଟାଘଣ୍ଟା ଧରି ଫୋନରେ କଥା ହେଉଥିଲେ। କିନ୍ତୁ ଉଭୟ କମ୍ପ୍ୟୁଟର ଓ ସଫ୍ଟଓ୍ବେୟାର ବିଷୟରେ ବେଶୀ କଥା ହେଉଥିଲେ।
ତେବେ ବହୁ ରିପୋର୍ଟରୁ ଜଣାପଡିଛି ବିଲ୍‌ ନିଜେ ହିଁ କହିଛନ୍ତି, ମିଲିଣ୍ଡାଙ୍କ ପାଖରେ ଅନ୍ୟ ବୟଫ୍ରେଣ୍ଡ ବି ଥିଲେ ହେଲେ ମୋ ପାଖରେ କେବଳ ମାଇକ୍ରୋସଫ୍ଟ ଥିଲା। ଦୁହେଁ ଡେଟ୍‌ ତ କରୁଥିଲେ ହେଲେ ବାସ୍ତବ ଦୁନିଆ ଦୁହିଁଙ୍କର ଭିନ୍ନ ଥିଲା।
ଏସବୁ ପରେ ବି ବିଲ୍‌ ବିବାହ ପାଇଁ ମିଲିଣ୍ଡାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ମିଲିଣ୍ଡା ରାଜି ତ ଥିଲେ। ହେଲେ ବିବାହ ଭଳି ସମ୍ପର୍କକୁ ନିଭାଇ ପାରିବେ କି ନାହିଁ ଏନେଇ ଦ୍ୱନ୍ଦ୍ୱରେ ରହୁଥିଲେ।

ଦିନେ ସଂଧ୍ୟାରେ ମିଲିଣ୍ଡା ବିଳ୍‌ ଗେଟ୍ସଙ୍କ ଘରକୁ ଯାଇଥିଲେ। ପହଞ୍ଚିବା କ୍ଷଣି ଦେଖିବାକୁ ପାଇଥିଲେ, ବିଲ୍ସ ଏକ ଧଳା ବୋର୍ଡରେ ମାର୍କର ଧରି ଏକ ଲିଷ୍ଟ କରୁଛନ୍ତି। ଯେଉଁଥିରେ ସେ ମିଲିଣ୍ଡାଙ୍କୁ ବିବାହ କରିବାର ଲାଭ ଓ କ୍ଷତି ବିଷୟରେ ଲେଖୁଛନ୍ତି। ଏଥିରେ ଲାଭ ଠାରୁ କ୍ଷତିର ଗଣିତ ତାଲିକାରେ ଅଧିକ ଥିଲା।

୧୯୯୪ ଜାନୁଆରୀ ୧, ବିଲ ଓ ମିଲିଣ୍ଡା ହାୱାଇର ଏକ ଛୋଟ ଦ୍ୱୀପରେ ବିବାହ କରିଥିଲେ। ବିବାହ ପରେ ଦୁହିଁଙ୍କ ୩ଟି ସନ୍ତାନ ହୋଇଥିଲେ। ମିଲିଣ୍ଡା ବିବାହର ବହୁବର୍ଶ ଯାଏଁ ନିଜ ଜୀବନକୁ ପରିବାରକୁ ଉତ୍ସର୍ଗ କରିଥିଲେ କିନ୍ତୁ ପିଲା ବଡ ହୋଇଯିବା ପରେ ଦୁହେଁ କାମକୁ ଫେରିଥିଲେ। ଦୁହେଁ ଏକାଠି ମିଶି ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ଆରମ୍ଭ କରିଥିଲେ।

କିନ୍ତୁ ସୁନ୍ଦର ଦାମ୍ପତ୍ୟ ଜୀବନରେ ୨୭ବର୍ଷ ପରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ୨୦୨୧ରେ ଦୁହେଁ ଅଲଗା ହୋଇ ଯାଇଥିଲେ। ଦୁହିଁଙ୍କ ବିବାହ ଯେତିକି ଚର୍ଚ୍ଚାରେ ନ ଥିଲା ବିବାହ ବିଚ୍ଛେଦ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଦୁନିଆର ସବୁଠାରୁ ବଡ ଧନୀଙ୍କ ବିବାହ ବିଚ୍ଛେଦ ଭିତରେ ବିଲ୍‌ ଗେଟ୍ସଙ୍କ କାହାଣୀ ଅନ୍ୟତମ ଥିଲା।
ଏବେ ସେ ସ୍ବାମୀ-ସ୍ତ୍ରୀ ନାହାନ୍ତି ହେଲେ ଦୁହେଁ ଆଜି ବି ଏକାଠି ଭଲ ବନ୍ଧୁ ଓ ସହଯୋଗୀଙ୍କ ପରି ରହିଛନ୍ତି। ତେଣୁ ଦୁହିଁଙ୍କ ପ୍ରେମ କାହାଣୀକୁ ସମୟ କେବେ ବି ଲୁଚାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri