Posted inଜାତୀୟ

୧୧ ଦୋଷୀଙ୍କ ଖଲାସ ବିରୋଧରେ ପୁନର୍ବିଚାର ଆବେଦନ ଦାଖଲ କଲେ ବିଲକିସ…

ନୂଆଦିଲ୍ଲୀ,୩୦।୧୧ : ଗଣ ବଳାତ୍କାର ମାମଲାର ଶିକାର ହୋଇଥିବା ବିଲକିସ ବାନୋ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଛନ୍ତି। ସେ ମେ ୧୩ ଆଦେଶର ପୁନର୍ବିଚାର କରିବାକୁ ଚାହୁଁଛନ୍ତି। ଏହି ଆଦେଶରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣ ବଳାତ୍କାର ଦୋଷୀଙ୍କୁ ଖଲାସ କରିବା ମାମଲାରେ ୧୯୯୨ ରେ ଲାଗୁ ହୋଇଥିବା ନିୟମ ପ୍ରଯୁଜ୍ୟ ହେବ। ଏହି ଆଧାରରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି। ବୁଧବାର ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ରଖାଯାଇଛି। ସମୀକ୍ଷା ଆବେଦନକୁ ସମାନ ବେଞ୍ଚରେ ରଖାଯିବା ନେଇ ସେ ବିଚାର କରିବେ ବୋଲି କହିଛନ୍ତି।

ଏହାପୂର୍ବରୁ ମେ ୧୩ ରେ ସୁପ୍ରିମକୋର୍ଟ ଜଣେ ଦୋଷୀଙ୍କର ଆବେଦନ ଶୁଣାଣି କରି କହିଥିଲେ ଯେ ଏହି ଦଣ୍ଡ ୨୦୦୮ ରେ ପ୍ରଦାନ କରାଯାଇଛି ତେଣୁ ଗୁଜରାଟରେ ମୁକ୍ତ ହେବା ପାଇଁ ୨୦୧୪ରେ ଲାଗୁ ହୋଇଥିବା କଡା ନିୟମ ଲାଗୁ ହେବ ନାହିଁ। ବରଂ ୧୯୯୨ ନିୟମ ଲାଗୁ ହେବ। ଏହି ଆଧାରରେ ଗୁଜରାଟ ସରକାର ୧୪ ବର୍ଷ ପାଇଁ ଦଣ୍ଡିତ ହୋଇଥିବା ଲୋକଙ୍କୁ ମୁକ୍ତ କରିଥିଲେ। ବର୍ତ୍ତମାନ ବିଲକିସ ବାନୋ ମେ ୧୩ ଆଦେଶର ପୁନର୍ବିଚାର କରିବାକୁ ଦାବି କରୁଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମହାରାଷ୍ଟ୍ରରେ ଏହି ମାମଲା ଆରମ୍ଭ ହୋଇଥିଲା ସେତେବେଳେ ଗୁଜରାଟର ନୁହେଁ ସେଠାକାର ନିୟମ ଲାଗୁ ହେବ।

ଏହାପୂର୍ବରୁ ବିଲକିସ ବାନୋ କହିଥିଲେ ଯେ ତାଙ୍କ ସହ ଏବଂ ତାଙ୍କ ପରିବାରର ୭ ଜଣଙ୍କ ସହ ଜଡ଼ିତ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ଦ୍ୱାରା ନ୍ୟାୟ ପ୍ରତି ଥିବା ତାଙ୍କର ବିଶ୍ୱାସ ଭାଙ୍ଗି ଯାଇଛି। ଗଣବଳାତ୍କାର ଏବଂ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ଖଲାସ ହୋଇଥିବା ଦୋଷୀଙ୍କ ବିରୋଧରେ ବିଲକିସ ବାନୋ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଟି ଗ୍ୟାସ କନେକ୍ସନ ନେଇଥିଲେ ଜାଣି ନିଅନ୍ତୁ, ଜୁନ ୩୦ସୁଦ୍ଧା ହୋଇଯିବ ବନ୍ଦ! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ନୂଆ ନିୟମ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକ ଏବେ LPG ସଂଯୋଗ କିମ୍ୱା PNG ସଂଯୋଗ ରଖିପାରିବେ କିନ୍ତୁ ଉଭୟ ନୁହେଁ। ଯଦି ଆପଣଙ୍କର ବର୍ତ୍ତମାନ ଉଭୟ…

ଛୁଟିଦିନରେ ଏତିକି ହେଲା ତେଲ ଦର; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର..

ନୂଆଦିଲ୍ଲୀ,୧୭।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଶୁକ୍ରବାର ଠାରୁ ପେଟ୍ରୋଲ ଡିଜେଲ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।…

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri