ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି

୨୦୨୪ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ଲେଖା ପ୍ରକାଶ କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା- ” ଇତିହାସ, ଭାଷା, ସଂସ୍କୃତି ଏବଂ ଅନ୍ୟାନ୍ୟ ସାଧାରଣ ବିଷୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ସାର୍ବଭୌମତ୍ୱ, ସମାନତା, ବିଶ୍ୱାସ ଏବଂ ବୁଝାମଣା ଉପରେ ଆଧାରିତ ଏକ ବ୍ୟାପକ ଭାଗୀଦାରିରେ ଦ୍ୱିପାକ୍ଷିକ ସମ୍ପର୍କର ଉଲ୍ଲେଖନୀୟ ବିଶେଷତା ପ୍ରତିଫଳିତ ହୋଇଛି। ଏହି ସହଭାଗିତା ସମଗ୍ର ଏସିଆ ଓ ଏହା ବାହାରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ମଡେଲ ଭାବରେ ଉଭାହୋଇଛି।“ବର୍ତ୍ତମାନ ୨ ଦେଶ ମଧ୍ୟରେ ୩ଟି ଟ୍ରେନ୍‌ ଚଳାଚଳ କରୁଛି -(୧) ମୈତ୍ରୀ ଏକ୍ସପ୍ରେସ୍‌ (୨୦୦୮ ପରଠାରୁ କୋଲକାତା ଏବଂ ଢାକାକୁ ସଂଯୋଗ କରୁଛି), (୨) ବନ୍ଧନ ଏକ୍ସପ୍ରେସ୍‌ (୨୦୧୭ ପରଠାରୁ କୋଲକାତା ଏବଂ ଖୁଲ୍‌ନାକୁ ସଂଯୋଗକରେ) ଏବଂ (୩) ମିତାଲି ଏକ୍ସପ୍ରେସ୍‌ (ଜୁନ୍‌ ୨୦୨୨ ଠାରୁ ନୂତନ ଜାଲପାଇଗୁଡ଼ି ଏବଂ ଢାକା ମଧ୍ୟରେ ଚାଲୁଛି)। ଏହା ବ୍ୟତୀତ ଭାରତ ଏବଂ ବାଂଲାଦେଶ ମଧ୍ୟରେ କୋଲକାତା, ଅଗରତାଲା ଓ ଗୁଆହାଟୀ ଦେଇ ଢାକା ଏବଂ ଖୁଲ୍‌ନା ପର୍ଯ୍ୟନ୍ତ ୫ଟି ବସ୍‌ ଚାଲୁଛି। କୋଭିଡ୍‌ ମହାମାରୀ ଆରମ୍ଭହେବାର କିଛି ସପ୍ତାହ ପୂର୍ବରୁ ମୁଁ ଟ୍ରେନ୍‌ରେ ଖୁଲ୍‌ନା ଯାଇଥିଲି। ଏହି ଟ୍ରେନ୍‌ ସେବା ୧୯୬୫ ଯୁଦ୍ଧ ସମୟରେ ବନ୍ଦ ହୋଇଯାଇଥିଲା ଏବଂ ୨୦୧୭ରେ ପୁନର୍ବାର ଆରମ୍ଭ ହୋଇଥିଲା।
ଦକ୍ଷିଣ ଏସିଆରେ ବାଂଲାଦେଶ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜି୍ୟକ ଭାଗୀଦାରି ଏବଂ ଏସିଆରେ ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବାଣିଜି୍ୟକ ଭାଗୀଦାରି ହେଉଛି ଭାରତ। ୨୦୨୩-୨୪ ଆର୍ଥିକ ବର୍ଷରେ ବାଂଲାଦେଶ ଭାରତକୁ ୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିଥିଲା। ଆର୍ଥିକ ବର୍ଷ ୨୦୨୩-୨୪ରେ ମୋଟ ଦ୍ୱିପାକ୍ଷିକ ବାଣିଜ୍ୟର ମୂଲ୍ୟ ୧୪ ବିଲିୟନ ଡଲାର ବୋଲି ରିପୋର୍ଟରେ ପ୍ରକାଶ ପାଇଛି, ଯାହା ଭାରତ ସପକ୍ଷରେ ଅଧିକ ରହିଛି। ଅର୍ଥାତ୍‌ ଏହା ଭାରତ ସପକ୍ଷରେ ଅଧିକ ମାତ୍ରାରେ ରହିଛିି। ବୈଦେଶିକ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି, ଭାରତରେ ଚିକିତ୍ସା ହେବା ଲାଗି ଜଣେ ରୋଗୀଙ୍କ ସହଯୋଗୀ ବା ମେଡିକାଲ ଆଟେଣ୍ଡାଣ୍ଟ ଭାବେ ୩ଜଣ ବାଂଲାଦେଶୀଙ୍କୁ ଭିଜା ପ୍ରଦାନ କରିଛି। ସ୍ବତନ୍ତ୍ରଭାବେ ବାଂଲାଦେଶ ସହ ଏଭଳି କୋହଳ ଭିଜା ପ୍ରକ୍ରିୟା ସମ୍ଭବ ହେଉଛି। ଭିଜା ଆବେଦନ କେନ୍ଦ୍ର, ଦୈନିକ ଗ୍ରହଣ କରାଯାଇଥିବା ଆବେଦନ ସଂଖ୍ୟା ତଥା ବ୍ୟବସ୍ଥା ଏବଂ ପ୍ରଦାନ କରାଯାଉଥିବା ଭିଜା ସଂଖ୍ୟାକୁ ଦେଖିଲେ ବାଂଲାଦେଶରେ ଭାରତର ଭିଜା ପ୍ରକ୍ରିୟା ବିଶ୍ୱରେ ସବୁଠୁ ବଡ଼। ଶେଖ ହାସିନାଙ୍କ ସରକାର ପତନ ଏବଂ ବାଂଲାଦେଶରେ ଭାରତ ତାହାର କୂଟନେତିକ ଉପସ୍ଥିତି ହ୍ରାସ କରିବା ପରେ ଭିଜା ପ୍ରକ୍ରିୟା ଗଭୀର ଭାବେ ପ୍ରଭାବିତ ହୋଇଛି। କୋହଳ ଭିଜା ପ୍ରକ୍ରିୟା ଭାରତୀୟ ବ୍ୟବସାୟ, ବିଶେଷକରି ମେଡିକାଲ ପର୍ଯ୍ୟଟନ ପାଇଁ ଅତ୍ୟନ୍ତ ଅନୁକୂଳ ରହି ଆସିଥିଲେ ମଧ୍ୟ କୂଟନୈତିକ ହ୍ରାସ ଯୋଗୁ ଭାରତର ଅଧିକ କ୍ଷତି ଘଟିଛି। ବାସ୍ତବରେ, ବାର୍ଷିକ ଭାରତକୁ ଆସୁଥିବା ମୋଟ ୬,୩୫,୦୦୦ ମେଡିକାଲ ପର୍ଯ୍ୟଟକଙ୍କ ମଧ୍ୟରୁ ପାଖାପାଖି ଅଧା, ଅର୍ଥାତ୍‌ ୩,୨୫,୦୦୦ ହେଉଛନ୍ତି ବାଂଲାଦେଶୀ।
ଅନ୍ୟପକ୍ଷରେ, ଭାରତ ଗସ୍ତ ପାଇଁ ପାକିସ୍ତାନୀମାନେ ଯାହାସବୁ କରିବାକୁ ପଡ଼େ ତାହା ଅକ୍ଟୋବର ୨୦୨୪ରେ ମୋ ବନ୍ଧୁମାନଙ୍କ ବେଙ୍ଗାଲୁରୁ ଗସ୍ତରୁ ବୁଝାଯାଇପାରେ। ସେଦିନ ଥିଲା ଗୁରୁବାର ଓ ସେମାନଙ୍କ ମଧ୍ୟରୁ ଜଣେ ସେହିଦିନ ରାତିରେ ଅଟ୍ଟାରି-ୱାଘା ସୀମା ଦେଇ ଅମୃତସରରୁ ବେଙ୍ଗାଲୁରୁ ଯାଇଥିଲେ। ପରଦିନ ବେଙ୍ଗାଲୁରୁରେ ପ୍ରବେଶ କରିଛନ୍ତି ବୋଲି ପଞ୍ଜୀକରଣ କରିବାକୁ ଥାନାରେ ପହଞ୍ଚିଥିଲେ। ପାକିସ୍ତାନୀମାନଙ୍କୁ ସହରକୈନ୍ଦ୍ରିକ ଭିଜା ଦିଆଯାଏ, ଯେଉଁଥିରେ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ପ୍ରତ୍ୟେକ ସହରର ଯେ କୌଣସି ଥାନାରେ ପଞ୍ଜୀକରଣ କରିବାକୁ ପଡ଼େ। ତା’ପରଦିନ ଅର୍ଥାତ୍‌ ଶନିବାରରେ ତାଙ୍କ ପ୍ରସ୍ଥାନ ସମ୍ପର୍କରେ ପୁଣି ଥରେ ଥାନାରେ ଜଣାଇ ରବିବାର ଦିଲ୍ଲୀ ଯାତ୍ରା କରିଥିଲେ ଏବଂ ସୋମବାର ସେଠାରେ ଥାନାରେ ରିପୋର୍ଟ କରିବାକୁ ପଡ଼ିଥିଲା। ମୋ ବନ୍ଧୁ ଏ ସମ୍ପର୍କରେ ଯାହା ଅନୁଭବ କରୁଥିବେ ମୁଁ ସେ ବିଷୟରେ ମଧ୍ୟ ଅବଗତ। କାରଣ ପାକିସ୍ତାନ ଗସ୍ତରେ ମୋତେ ସମାନ ପ୍ରକାରେ ଥାନାରେ ଜଣାଇବା ଭଳି ବ୍ୟବସ୍ଥା ଥିବା ଭିଜା ଦିଆଯାଇଛି। ଲୋକମାନଙ୍କୁ ଆସିବାକୁ ନିରୁତ୍ସାହିତ କରିବା ପାଇଁ ଏସବୁ ଉଦ୍ଦିଷ୍ଟ। ଏହି କଠୋରତା ଉଭୟ ପକ୍ଷ ଅବଲମ୍ବନ କରୁଛନ୍ତି। ଭାରତକୁ ବର୍ଷକୁ ପ୍ରାୟ ୪୦,୦୦୦ ପାକିସ୍ତାନୀ ପର୍ଯ୍ୟଟକ ଆସୁଥିବାବେଳେ ବାଂଲାଦେଶୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୨୫ ଲକ୍ଷ। ପର୍ଯ୍ୟଟନ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମାର୍ଦ୍ଧରେ ଆମେରିକା, ବ୍ରିଟେନ୍‌ ଏବଂ କାନାଡା ତୁଳନାରେ ଭାରତକୁ ଅଧିକ ବାଂଲାଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୧୦ ପର୍ଯ୍ୟନ୍ତ ବାର୍ଷିକ ବାଂଲାଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ପ୍ରାୟ ୫ ଲକ୍ଷ। ତା’ପରେ ୨୦୧୪ ରେ ଏହା ଦ୍ୱିଗୁଣିତ ହୋଇ ପ୍ରାୟ ୧୦ ଲକ୍ଷରେ ପହଞ୍ଚଥିଲା ଏବଂ ପରେ ମୋଦି ସରକାରଙ୍କ ଦଶନ୍ଧିରେ ଏହା ମଧ୍ୟ ୨ଗୁଣ ହୋଇଛି। ଭାରତକୁ ଆସୁଥିବା ବାଂଲାଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବାସ୍ତବରେ ଉଲ୍ଲେଖନୀୟ। କିନ୍ତୁ ଏହି ସମୟରେ ଭାରତରେ କ୍ଷମତାରେ ଥିବା ରାଜନୈତିକ ଦଳର ଘୃଣା ଭାବ ବାଂଲାଦେଶବାସୀଙ୍କୁ ଅସନ୍ତୁଷ୍ଟ କରିଛି। ଏପରିକି ଶେଷ ହୋଇଥିବା ନିର୍ବାଚନ ପ୍ରଚାରରେ ଭାଜପାର ନେତାମାନେ ‘ବାହାର ଲୋକ’(ବାଂଲାଦେଶୀଙ୍କୁ ଇଙ୍ଗିତକରି) ଦେଶ ପାଇଁ ବିପଦ ବୋଲି ଭୋଟରମାନଙ୍କୁ ବାର୍ତ୍ତା ଦେଇଥିଲେ। ଲଗାତର ଭାବେ ଏଭଳି ପ୍ରଚାର କରି ଭୟ ସୃଷ୍ଟି କରାଯାଉଥିବାରୁ ଅଧିକାଂଶ ଭାରତୀୟ ଭାବୁଥାଇପାରନ୍ତି ଯେ ବାଂଲାଦେଶ ସହ ଥିବା ଭିଜା ବ୍ୟବସ୍ଥା ପାକିସ୍ତାନ ସହିତ ସମାନ। ବାସ୍ତବରେ ଏହା ନୁହେଁ। ପ୍ରକୃତ ସଂଖ୍ୟାକୁ ଦେଖିଲେ ଜଣାପଡ଼େ, ବାଂଲାଦେଶ ସହ ସମ୍ପର୍କ ଗଢ଼ିବାରେ ପୂର୍ବ ସରକାରଙ୍କ ବୁଦ୍ଧିମାନ କାର୍ଯ୍ୟକୁ ଭାଜପା ଜାରି ରଖିଛି। ଅବଶ୍ୟ ଭାରତ-ବାଂଲାଦେଶ ମଧ୍ୟରେ ଗତିବିଧି ନେପାଳ ଭଳି ମୁକ୍ତ ନୁହେଁ। ବୈଦେଶିକ ମନ୍ତ୍ରଣାଳୟ ଲେଖାରେ ଦର୍ଶାଯାଇଛି ଯେ, ଭାରତ ଏବଂ ନେପାଳର ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପୁରୁଣା ଐତିହାସିକ ଏବଂ ସାଂସ୍କୃତିକ ଯୋଗାଯୋଗ, ମୁକ୍ତ ସୀମା ଏବଂ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କ ଯୋଗୁ ସମ୍ଭବ ହୋଇଛି। ବାଂଲାଦେଶ ସହ ଆମର ସମ୍ପର୍କ କ୍ଷେତ୍ରରେ ଏହା ମଧ୍ୟ ସମାନ। କିନ୍ତୁ ଗୋଟିଏ ପାର୍ଥକ୍ୟ ହେଉଛି, ନେପାଳ ସହ ଆମର ସୀମା ସମ୍ପୂର୍ଣ୍ଣ ମୁକ୍ତ। ଉଭୟ ଦେଶର ନାଗରିକମାନେ ଅନ୍ୟ ଦେଶକୁ ଯିବା କିମ୍ବା ଚାକିରି ଖୋଜିବାରେ କୌଣସି ଭିଜା ଏପରିକି ପାସ୍‌ପୋର୍ଟର ଆବଶ୍ୟକତା ପଡ଼ୁନାହିଁ।

ଆକାର ପଟେଲ
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri