ବାଇକ୍‌ ମେକାନିକ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୧।୫ (ବ୍ୟୁରୋ): ରାଜଧାନୀରେ କିଛି ମାସ ହେଲା ବାଇକ ଚୋରି ଘଟଣାରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି। କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମେକାନିକଙ୍କ ସହ ୩ଜଣ କବାଡିଆଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ହେଲେ ସୁକାନ୍ତ କୁମାର ରେଡ୍ଡୀ। ତାଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବା ବେଳେ ସେ ଲିଙ୍ଗରାଜ ଥାନା ଅଞ୍ଚଳରେ ରୁହନ୍ତି। ସେହିପରି ଅନ୍ୟ ୩ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ପୂର୍ବମେଦିନପୁର ଜିଲାର ସୌମିତ୍ର ଦାସ, ଗୁଣଧର ମିରାଦ ଓ ସୋମନାଥ ଦାସ। ଅଭିଯୁକ୍ତଙ୍କଠାରୁ ୧୬ଟି ଚୋରା ବାଇକ, ୫୦ରୁ ଅଧିକ ବାଇକ୍‌ର ବିଭିନ୍ନ ଯନ୍ତ୍ରାଂଶ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଅଭିଯୁକ୍ତ ସୁକାନ୍ତ ମୋଟ ୪୦ଟି ବାଇକ୍‌ ଚୋରି କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।
ଅନୁଯାୟୀ, ସୁକାନ୍ତ ସହରର ଫରେଷ୍ଟ ପାର୍କ, ଆଇଜି ପାର୍କ, ୟୁନିଟ-୧ ହାଟ, ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲେ। ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଢ଼େଙ୍କାନାଳ ଜିଲାର ଶ୍ରୀକାନ୍ତ ପରିଡା ଗତ ଏପ୍ରିଲ ୨୨ ସକାଳେ ଫରେଷ୍ଟ ପାର୍କକୁ ପ୍ରାତଃଭ୍ରମଣ କରିବାକୁ ଯାଇ ତାଙ୍କ ବାଇକ୍‌କୁ ବାହାରେ ପାର୍କିଂ କରିଥିଲେ। ହେଲେ ସେ ଫେରିବା ବେଳକୁ ତାଙ୍କ ବାଇକ ଚୋରି ହୋଇଥିବା ଜାଣିବାକୁ ପାଇ ଥାନାରେ ଏତଲା ଦେଇଥିଲେ। ପୋଲିସ ୨୬ ତାରିଖରେ ଏକ ମାମଲା (ନଂ.୨୬୪/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଟିମ୍‌ ସୁକାନ୍ତଙ୍କୁ ରାଜଧାନୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଗିରଫ କରିଥିଲା। ପଚରାଉଚରା ପରେ ତାଙ୍କ କରିତ୍‌କର୍ମାପଣ ବିଷୟରେ ପୋଲିସ ଜାଣିବା ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଚୋରି ବାଇକ୍‌ ପାର୍କିଂସ୍ଥଳରେ ଲୁଚାଉଥିଲେ
ମାଷ୍ଟରମାଇଣ୍ଡ ସୁକାନ୍ତ ଜଣେ ବାଇକ ମେକାନିକ୍‌ ହୋଇଥିବା ବେଳେ ତାଙ୍କର ଶ୍ରୀରାମ ନଗର ଅଞ୍ଚଳରେ ଗ୍ୟାରେଜ ରହିଛି। ସେ ନିଜ କାମରୁ ସମୟ ବାହାର କରି ରାଜଧାନୀର ବିଭିନ୍ନ ପାର୍କିଂସ୍ଥଳକୁ ଯାଇ କିଭଳି ବାଇକ୍‌ ଚୋରି କରିହେବ ସେନେଇ ଯୋଜନା ପ୍ରସ୍ତୁତ କରଥାନ୍ତି। ପରବର୍ତ୍ତୀ ସମୟରେ ସୁକାନ୍ତ ମାଷ୍ଟର ଚାବି ଦ୍ୱାରା ବାଇକଗୁଡିକୁ ସହଜରେ ଚୋରି କରିନେବାରେ ସଫଳ ହେଉଥିଲେ। ଏପରିକି ପୋଲିସ ନଜରରୁ ବର୍ତ୍ତିବା ପାଇଁ ସେ ନିଜର ଚତୁର ବୃଦ୍ଧି ପ୍ରୟୋଗ କରୁଥିଲେ। ଚୋରି ବାଇକଗୁଡିକୁ ନେଇ ରେଳ ପାର୍କିଂରେ କିମ୍ବା ଅନ୍ୟାନ୍ୟ ଦେୟ ପାର୍କିଂ ସ୍ଥାନରେ ସେ ରଖି ଦେଉଥିଲେ। ୨ ରୁ ୩ ଦିନ ଭିତରେ ପୂନର୍ବାର ଉକ୍ତ ଚୋରି ବାଇକଗୁଡିକୁ ସୁକାନ୍ତ ତାଙ୍କ ଗ୍ୟାରେଜକୁ ଆଣୁଥିଲେ। ଯନ୍ତ୍ରାଂଶ ସାହାଯ୍ୟରେ ବାଇକର ବିଭିନ୍ନ ପାର୍ଟସ ଖୋଲି ଗିରଫ କବାଡ଼ିଆମାନଙ୍କୁ କିଛି ବିକ୍ରି କରୁଥିଲେ। ଆଉ କିଛି ଅନ୍ୟ ବାଇକରେ ଲଗାଇ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?