Posted inଖେଳ

ବେନ୍‌ ଷ୍ଟୋକ୍ସଙ୍କ ଜର୍ସିରେ ବିକାଶ କୁମାର

ଲଣ୍ଡନ,୧୧ା୭: କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୧୧୭ ଦିନ ପରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ସହ ଅନ୍ତର୍ଜାତୀୟ କ୍ରିକେଟ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରାକ୍ଟିସ ସେସନରେ ଇଂଲଣ୍ଡ ଖେଳାଳି ବେନ୍‌ ଷ୍ଟୋକ୍ସ ପରିଧାନ କରିଥିବା ଜର୍ସିରେ ନିଜ ନାମ ଦେଖି ଭାରତୀୟ ବଂଶୋଦ୍ଭବ ଡାକ୍ତର ବିକାଶ କୁମାରଙ୍କ ଖୁସିର ସୀମା ରହି ନ ଥିଲା। ଦିଲ୍ଲୀର ୩୫ ବର୍ଷୀୟ ବିକାଶ କୁମାର ୨୦୧୯ରେ ସ୍ତ୍ରୀ ଏବଂ ଦୁଇ ବର୍ଷରୁ ପୁତ୍ର ସନ୍ତାନ ସହ ଇଂଲଣ୍ଡ ଯାଇ ସେଠାରେ ଅବସ୍ଥାନ କରୁଛନ୍ତି। ସ୍କୁଲ ଛାତ୍ର ଥିବାବେଳେ ଟପ୍‌ ଲେଭଲ କ୍ରିକେଟ ଖେଳିବା ତାଙ୍କର ଏକ ଅଭିଳାଷ ଥିଲା। ତାହା ସାକାର ହୋଇ ପାରି ନ ଥିଲେ ମଧ୍ୟ ୩ ବର୍ଷ ପୂର୍ବେ ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ ପାଇଁ ସେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏବେ ସେ ଡରାହମ୍‌ର ଡାର୍ଲିଂଟନ୍‌ସ୍ଥିତ ନ୍ୟାଶନାଲ ହେଲ୍‌ଥ ସର୍ଭିସ (ଏନ୍‌ଏଚ୍‌ଏସ୍‌) ଟ୍ରଷ୍ଟ ହସ୍ପିଟାଲର କ୍ରିଟିକାଲ କେୟାର ୟୁନିଟ୍‌ରେ କାର୍ଯ୍ୟ କରୁଛନ୍ତି। କୋଭିଡ୍‌-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଯାଇ ଇଂଲଣ୍ଡ ଟେଷ୍ଟ ଖେଳାଳିମାନେ ଦେଶର କେତେଜଣ ଆଗଧାଡ଼ି ସ୍ବାସ୍ଥ୍ୟକର୍ମୀଙ୍କ ନାମ ଲେଖାଥିବା ଜର୍ସି ପରିଧାନ କରିଥିଲେ। ଇଂଲଣ୍ଡ କ୍ରିକେଟ କ୍ଲବଗୁଡ଼ିକ ତରଫରୁ ଚାଲିଥିବା ‘ରେଜ୍‌ ଦ ବ୍ୟାଟ୍‌’ ଅଭିଯାନର ଅଂଶ ସ୍ବରୂପ ଖେଳାଳିମାନଙ୍କ ଜର୍ସିରେ କେଉଁମାନଙ୍କ ନାମ ସ୍ଥାନ ପାଇବ ସେମାନଙ୍କ ତରଫରୁ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ତାଲିକାର ଶୀର୍ଷରେ ବିକାଶ କୁମାରଙ୍କ ନାମ ରହିଥିଲା। ଫଳରେ ତାଙ୍କ ନାମ ଇଂଲଣ୍ଡ ଅଧିନାୟକ ତଥା ବିଶ୍ୱକପ୍‌ ଷ୍ଟାର ବେନ୍‌ ଷ୍ଟୋକ୍ସଙ୍କ ଜର୍ସିରେ ସ୍ଥାନ ପାଇଥିଲା। ଭାରତୀୟ ବଂଶୋଦ୍ଭବ ଡାକ୍ତର କହିଛନ୍ତି, ଷ୍ଟୋକ୍ସଙ୍କ ଭଳି ଖେଳାଳିଙ୍କ ଜର୍ସିରେ ନିଜ ନାମ ଦେଖି ମୁଁ ଖୁସିରେ ଆତ୍ମହରା ହୋଇପଡ଼ିବା ସହ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲି। କରୋନା ମହାମାରୀ ଯୋଗୁ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛେ। ଏନ୍‌ଏଚ୍‌ଏସ୍‌ ଷ୍ଟାଫ୍‌ମାନଙ୍କ ତ୍ୟାଗ ଅତୁଳନୀୟ। କୋଭିଡ୍‌ ଯୋଦ୍ଧାଙ୍କୁ ସ୍ବୀକୃତି ଓ ସମ୍ମାନ ମିଳୁଛି ନିଶ୍ଚିତ ଏକ ଅନ୍ୟମାନଙ୍କ ପ୍ରତି ଏକ ଭଲ ବାର୍ତ୍ତା। ମୌଲାନା ଆଜାଦ ମେଡିକାଲ କଲେଜରେ ଆନାସ୍ଥେସିଆରେ ପୋଷ୍ଟ-ଗ୍ରାଜୁଏଟ୍‌ ଡିପ୍ଲୋମା କରିଥିବା ବିକାଶ କୁମାର କହିଛନ୍ତି ମୁଁ ପିଲଦିନରୁ ଜଣେ କ୍ରିକେଟପ୍ରେମୀ। ମୁଁ ମୋ ଡେମିକାଲ କଲେଜ ତରଫରୁ ଖେଳିଛି। କିନ୍ତୁ ମୋ ପରିବାରର ସମସ୍ତେ ପାଠକୁ ଅଗ୍ରାଧିକାର ଦେଉଥିବାରୁ ମୋତେ ମୋ ଭାଇମାନଙ୍କ ଭଳି ଜଣେ ଡାକ୍ତର ହେବାକୁ ପଡ଼ିଥିଲା। ଏସୀୟ ବଂଶୋଦ୍ଭବ ଖେଳାଳିମାନଙ୍କୁ ନେଇ ଇଂଲଣ୍ଡରେ ଗିଲି ବଏଜ୍‌ ଆମେଚର କ୍ଲବ ଗଠନ କରାଯାଇଛି। ଏହି କ୍ଲବ ବ୍ୟତୀତ ନ୍ୟୁକ୍ୟାସେଲ ନିକଟବର୍ତ୍ତୀ କାଓଗେଟ୍‌ କ୍ରିକେଟ କ୍ଲବରେ ମଧ୍ୟ ମଧ୍ୟ ଖେଳିଥାଏ। ବିକାଶ ଇଂଲଣ୍ଡ କ୍ରିକେଟ ଟିମ୍‌ର ଡାକ୍ତର ଭାବେ ମଧ୍ୟ କାର୍ଯ୍ୟକରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri