କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ଖୁଣ୍ଟଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଛି। ରଥସାହିଛକ, କଲେଜଛକ, କାଳୀମନ୍ଦିର ଛକ ସମେତ ବିଭିନ୍ନ ସ୍ଥାନରେ ଥିବା ଦୋକାନର ଟିଣଛପର ଉଡ଼ିଯାଇଛି। ବର୍ଷା ପାଣି ପଶି ଦୋକାନର ଜିନିଷପତ୍ର ନଷ୍ଟ ହୋଇଯାଇଛି।

ସବୁଠୁ ବଡ଼କଥା ହେଲା ପୂର୍ତ୍ତବିଭାଗ ପକ୍ଷରୁ ପ୍ରାୟ ୪କୋଟି ଟଙ୍କାରେ ନିର୍ମିତ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହେବାର ଏକ ମାସକ ମଧ୍ୟରେ ତାହା ଭାଙ୍ଗିଯାଇଛି। ଗତ ମାର୍ଚ୍ଚ ୧୩ରେ ଏହାକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ମାତ୍ର ଏହାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏପରି ଘଟିଲା ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଦୋଷ ଦୁର୍ବଳତାକୁ ଘୋଡ଼ାଇବା ଲାଗି ପ୍ରଶାସନ ତରବରିଆ ଭାବରେ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି। ଏପରିସ୍ଥିତିରେ ଘଟଣାସ୍ଥଳରେ ଉପସ୍ଥିତ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କୌଣସି ପ୍ରତିକ୍ରିୟା ନ ଦେବା ସହିତ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଉକ୍ତ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ସେପରି କାଳୀ ମନ୍ଦିର ଛକଠାରେ ୧୦୦ ଫୁଟ ଉଚ୍ଚତାରେ ନିର୍ମିତ ଜାତୀୟ ପତାକା ଖୁଣ୍ଟ ରାସ୍ତା ଉପରେ ପଡ଼ିଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବରଗଡ଼ରେ ମାତିଛନ୍ତି ଟ୍ରାନ୍ସଫର୍ମର ଚୋର: ତେଲ, କଏଲ ନେଇଯିବା ଯୋଗୁ ଶ୍ରୀଧାମ ଅନ୍ଧାର,ଲୋକେ…

ବରଗଡ଼ ୧୪।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଗତ କିଛିଦିନ ତଳେ ବରାହାଗୋଡାରେ ହୋଇଥିବା ଟ୍ରାନ୍ସଫର୍ମର ଚୋରିର ଅଭିଯୁକ୍ତଙ୍କୁ ପୋଲିସ...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

ସରକାରଙ୍କ ଯୋଜନା ବଖାଣୁଛି ବିକାଶ ରଥ

ରିଷିଡ଼ା,୧୪।୬(ସୁଶାନ୍ତ ମଲ୍ଲିକ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶନିବାର ରିଷିଡ଼ାରେ ପହଞ୍ଚି ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଥକୁ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ, ପରେ ଝୁଲି ପଡ଼ିଲେ ସ୍ବାମୀ; ୨ ନାବାଳକ ସନ୍ତାନ…

ପଦ୍ମପୁର,୧୪।୬(ପ୍ରଦୀପ୍ତ ଦାଶ): ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲି ପଡିଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଭେଉଁରିଆ ଗାଁରେ । ମୃତକ...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଟଲିପଡ଼ିଲେ ୪ ମାଓବାଦୀ

ଭୋପାଳ,୧୪।୬: ମଧ୍ୟପ୍ରଦେଶ ବାଲାଘାଟ ପଚମା ଦାଦର ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। କୋମ୍ବିଂ ଅପରେଶନ ବେଳେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ...

୧୮ ମାସରେ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହୁଛନ୍ତି…

ମୋହନା,୧୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସହରରେ ରହୁଥିବା ସାମାଜସେବୀ ତଥା ପ୍ରକୃତି ବନ୍ଧୁ, ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର...

ବରଗଡ଼ ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି: ୧୭ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ପାଇକମାଳ,୧୪।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପ୍ରାୟ ୭୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଝାଡାବାନ୍ତି ଅଣାୟତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri