ସୁବ୍ରତଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୮ ଲାଗି ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ପାଇଁ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ସମ୍ମାନଜନକ ‘ବିଜୁ ପଟ୍ଟନାୟକ ପୁରସ୍କାର’ ଦିଆଯାଇଛି। ଏ ବାବଦରେ ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ପଦକ, ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଛି।
ଓର୍‌ସାକ୍‌ କମ୍ପ୍ଲେକ୍ସସ୍ଥିତ ଏଡୁସାଟ୍‌ ଷ୍ଟୁଡିଓରେ ମଙ୍ଗଳବାର ଏକାଡେମୀର ସଭାପତି ପ୍ରଫେସର ପ୍ରମୋଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର, ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ଦିଆଯାଇଛି। ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଭିଡିଓ କନ୍‌ଫରେନ୍ସରେ ବୈଜ୍ଞାନିକଙ୍କୁ ପୁରସ୍କୃତ କରିଛନ୍ତି। ପ୍ରଫେସର ଶଙ୍କର ପ୍ରସାଦ ପତି ଏବଂ ପ୍ରଫେସର ସୁଦର୍ଶନ ନନ୍ଦଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ବରିଷ୍ଠ ବୈଜ୍ଞାନିକ ସମ୍ବର୍ଦ୍ଧନା ଦିଆଯାଇଛି। ସେହିଭଳି ଡା. ସଂଘମିତ୍ରା ପତି, ପ୍ରଫେସର ଡ. ପ୍ରମିଳା କୁମାରୀ ମିଶ୍ର, ପ୍ରଫେସର ଡ. ସଞ୍ଜୟ କୁମାର ଦାଶ ଏବଂ ଡ. ସ୍ବରୂପ କୁମାର ପରିଡ଼ାଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ଦିଆଯାଇଛି। ଏବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା, ପଦକ, ମାନପତ୍ର ଏବଂ ଉତ୍ତରୀୟ ଦିଆଯାଇଛି। ଡ. ସନ୍ଦୀପ କୁମାର ପଣ୍ଡା, ଡ, ସୁଧନ୍ବା ପାତ୍ର, ଡ. ଶଙ୍କର୍ଷଣ ମହାପାତ୍ର ଏବଂ ଡ. କୌଶିକ ପରିଡ଼ାଙ୍କୁ ‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ସହ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଛି। ସେହିପରି ଡ. ରାଜବଲ୍ଲଭ ମହାନ୍ତି ଏବଂ ଡ. ନରେନ୍ଦ୍ର ପ୍ରସାଦ ଦାସଙ୍କୁ ‘ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯାଇଛି। ଉତ୍ସବରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରିତ ହେବ ୧୦ ହଜାର ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୨୮।୩(ବ୍ୟୁରୋ):‘ମୋ ସ୍କୁଲ’ର ଦଶମ ପରିଚାଳନା ପରିଷଦ ବୈଠକ ମୋ ସ୍କୁଲ୍‌ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟଗୁିକର ସଫଳ ରୂପାନ୍ତରୀକରଣ...

ମା’ଙ୍କ ଅନୁମତି ପରେ ହେବ ରଥକାଠ ଚିହ୍ନଟ

ପୁରୀ ଅଫିସ, ୧୦।୧: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜିଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର...

୯ ତାରିଖରେ ୯ ଜିଲାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୭।୧୧(ବ୍ୟୁରୋ)-ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ’କୁ ଦୃଷ୍ଟିରେ ରଖି ୯ଟି ଜିଲାର ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ୯ ତାରିଖରେ ଛୁଟି ଘୋଷଣା କରାଯାଇଛି। ସେହି...

ରାଜ୍ୟ ବିଜେଡିର ସାଧରଣ ସମ୍ପାଦିକା ହେଲେ ଗୀତାଞ୍ଜଳି

ଡେରାବିଶ, ୨୧ା୦୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଓ ଜିଲାର ବରିଷ୍ଠ ବିଜେଡି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କୁ ବିଜୁ ଜନତା ଦଳ(ବିଜେଡି)ର ରାଜ୍ୟ ସାଧାରଣ ସମ୍ପାଦିକା...

ଗୁରୁବାର ସନ୍ଧ୍ୟା ୭ଟାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୦ା୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼...

କେବୁଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ-ଛେଣ୍ଡିପଦା ୬୩ ନଂ. ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ରିସର୍ଚ ନର୍ସରୀ ପାଖରେ ଥିବା ତାରିଣୀ ମନ୍ଦିର ନିକଟରେ ଏକ ଟ୍ରକ (ନଂ.ଓଡି୧୯ଏଫ୨୭୪୭)...

ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ‘ସମର୍ଥ’ ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍‌ ବୁଧବାର ଚଢ଼ାଉ କରିଛି। ଆଜି ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସର...

ପଥଚାରୀଙ୍କ ପାଇଁ କାଳ ପେଲେଟ

ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍‌ପିଏଲ୍‌ କାରଖାନା ସମ୍ମୁଖରେ ଲୁହାପଥର ଗୋଲି...

Advertisement
Archives

Model This Week