ପରଦାକୁ ଆସିବ ବିଜେନ୍ଦ୍ର-ଲୀଲାଙ୍କ ଦାମ୍ପତ୍ୟ ପ୍ରେମ

ଜୟପୁର, ୩।୧: ୨୦୧୩ କେଦାରନାଥ ବର୍ଷା ବିତ୍ପାତରେ ନିଖୋଜ ହୋଇଯାଇଥିଲେ ସ୍ତ୍ରୀ। ଖୋଜାଖୋଜି ସତ୍ତ୍ୱେ ମିଳି ନ ଥିଲା ତାଙ୍କର କୌଣସି ସନ୍ଧାନ। ଏପରି କି ସରକାର ତାଙ୍କୁ ମୃତ ବୋଲି ଘୋଷଣା ମଧ୍ୟ କରିଦେଇଥିଲେ। ହେଲେ ଏହାକୁ ମାନି ନ ଥିଲା ସ୍ବାମୀ ବିଜେନ୍ଦ୍ର ସିଂ ରାଠୋରଙ୍କ ମନ। ଜୀବନଠୁ ବେଶି ଭଲ ପାଉଥିବା ସ୍ତ୍ରୀ ଲୀଲାଙ୍କୁ ଖୋଜିବାକୁ ସେ ଏକାକୀ ଆରମ୍ଭ କଲେ ଅଭିଯାନ। ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମ ପରିକ୍ରମା କରିବା ପରେ ହୋଇଥିଲା ଦୀର୍ଘ ପ୍ରତୀକ୍ଷାର ଅନ୍ତ। ଠାବ ହୋଇଥିଲେ ଲୀଲା। ଏଥିଲାଗି ତାଙ୍କୁ ଲାଗିଥିଲା ଦୀର୍ଘ ୧୯ ମାସ। ବିଜେନ୍ଦ୍ର-ଲୀଲାଙ୍କ ଜୀବନର ଏହି ଅଙ୍ଗେନିଭା ଘଟଣାକୁ ବିତିଗଲାଣି ଦୀର୍ଘଦିନ। ସଫଳ ଦାମ୍ପତ୍ୟର ଉଦାହରଣ ପାଲଟିଥିବା ଏହି ଦମ୍ପତିଙ୍କ ଜୀବନୀକୁ ନେଇ ଖୁବ୍‌ଶୀଘ୍ର ଏକ ସିନେମା ନିର୍ମାଣ କରିବାକୁ ଯୋଜନା କରାଯାଉଛି, ଯାହାର ନିର୍ଦ୍ଦେଶନା ଦେବେ ସ୍ବନାମଧନ୍ୟ ବଲିଉଡ୍‌ ନିର୍ଦ୍ଦେଶକ ସିଦ୍ଧାର୍ଥ ରୟ କପୁର।

ଉତ୍ତରାଖଣ୍ଡର କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବିପର୍ଯ୍ୟୟ ଉଜାଡ଼ି ଦେଇଥିଲା ଅନେକଙ୍କ ପରିବାର। ବାଦଲଫଟା ବର୍ଷା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ଆଖି ଆଗରେ ଭାସିଯାଇଥିଲେ ଅନେକଙ୍କ ଆତ୍ମୀୟ। ଏଭଳି ଦୁଃଖଦ ଘଟଣାର ଭୁକ୍ତଭୋଗୀ ସାଜିଥିଲେ ରାଜସ୍ଥାନ ଆଜମେରର ବିଜେନ୍ଦ୍ର ସିଂ ରାଠୋର। ଚାରିଧାମ ଯାତ୍ରାରେ ବାହାରିଥିବା ବିଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଲୀଲାଙ୍କ ପାଇଁ କେଦାରନାଥ ପରିକ୍ରମା ଆଣିଦେଇଥିଲା ଲୋମଟାଙ୍କୁରା ଅନୁଭୂତି।
ଟ୍ରାଭେଲ ଏଜେନ୍ସିରେ କାର୍ଯ୍ୟରତ ବିଜେନ୍ଦ୍ର ପତ୍ନୀଙ୍କ ଅନୁରୋଧକ୍ରମେ ବାହାରିଥିଲେ ଚାରିଧାମ ଯାତ୍ରାରେ। କେଦାରନାଥରେ ପହଞ୍ଚତ୍ ସେଠାକାର ଏକ ଲଜ୍‌ରେ ରହିଥିଲେ ଉଭୟେ। ଲୀଲାଙ୍କୁ ଲଜ୍‌ରେ ଛାଡ଼ି ବିଜେନ୍ଦ୍ର କୌଣସି କାମରେ ବାହାରକୁ ଯାଇଥିବାବେଳେ ଆରମ୍ଭ ହୋଇଥିଲା ମୂଷଳଧାରାରେ ବର୍ଷା। ଚାହୁଁ ଚାହୁଁ ମାଡ଼ି ଆସିଥିଲା ସୁଅ। ଭାସିଯାଇଥିଲା ଘରଦ୍ୱାର, ତା’ ସହିତ ହଜାର ହଜାର ଲୋକ। ପାଣି କମିବା ପରେ ବିଜେନ୍ଦ୍ର ବଡ଼ କଷ୍ଟରେ ଲଜ୍‌ ପାଖରେ ପହଞ୍ଚତ୍ଥିଲେ। ହେଲେ ସେ ଯାହା ଦେଖିଲେ, ତାହା ଥିଲା କଳ୍ପନା ବାହାରେ। କାରଣ ସେଠାରେ ଲଜ୍‌ର କୌଣସି ଚିହ୍ନବର୍ଣ୍ଣ ନ ଥିଲା। ସବୁକିଛି ଭାସିଯାଇଥିଲା ପ୍ରଖର ସ୍ରୋତରେ। ଅନ୍ୟମାନଙ୍କ ସହ ଲୀଲା ବି ବନ୍ୟାରେ ଭାସିଯାଇଥିବା ଆଶଙ୍କା କରାଯାଇଥିଲା। ଏପରି କି ସରକାର ତାଙ୍କୁ ମୃତ ବୋଲି ଘୋଷଣା ମଧ୍ୟ କରିଦେଇଥିଲେ। ହେଲେ ବିଜେନ୍ଦ୍ରଙ୍କ ମନରେ ଥିବା ବିଶ୍ୱାସ ଦୋହଲି ନ ଥିଲା। ଲୀଲାଙ୍କୁ ଖୋଜିବା ପାଇଁ ସେ ଆରମ୍ଭ କଲେ ଅଭିଯାନ। ସ୍ତ୍ରୀଙ୍କ ଫଟୋ ଧରି କେଦାରନାଥ ଆଖପାଖ ଅଞ୍ଚଳର ପ୍ରତି ଗଁା ବୁଲିଲେ। ଦୀର୍ଘ ୧୯ ମାସ ପରେ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଉତ୍ତରାଖଣ୍ଡର ଗଙ୍ଗୋଲି ଗ୍ରାମରୁ ମିଳିଲେ ଲୀଲା। ବିଜେନ୍ଦ୍ର-ଲୀଲାଙ୍କ ଅନାବିଳ ଦାମ୍ପତ୍ୟ ଜୀବନ ସେ ସମୟରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ଏହି ସତ୍ୟ କାହାଣୀକୁ ନେଇ ଖ୍ୟାତନାମା ନିର୍ଦ୍ଦେଶକ ସିଦ୍ଧାର୍ଥ ରୟ କପୁର ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଏଭଳି ଏକ ନିଆରା ଫିଲ୍ମ ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ସିଦ୍ଧାର୍ଥ କହିଛନ୍ତି।

ଅଭୁଲା ୨୦୧୫ ଜାନୁୟାରୀ ୨୭
କେଦାରନାଥ ବିପତ୍ତି ଛାଡ଼ି ଯାଇଥିଲା ବିପର୍ଯ୍ୟୟର କରୁଣ ଚିତ୍ର। ବନ୍ୟା ଉଜାଡ଼ି ଦେଇଥିଲା ହଜାର ହଜାର ପରିବାର। ଧ୍ୱସ୍ତ ସ୍ତୂପ ତଳେ ଶବଙ୍କ ବିଭୀଷିକା ଦର୍ଶାଉଥିଲା ପ୍ରକୃତିର ତାଣ୍ଡବ। କିଏ ହରାଇଥିଲା ପୁଅ କୁ ତ ଆଉ କିଏ ବାପାଙ୍କୁ। କାହା ଆଖି ସାମ୍ନାରେ ଭାସିଯାଇଥିଲେ ସମ୍ପୂର୍ଣ୍ଣ ପରିବାର ତ ଆଉ କିଏ ସର୍ବସ୍ବ ହରାଇ ନିନ୍ଦୁଥିଲା ଭାଗ୍ୟକୁ। ଏଭଳି ସ୍ଥିତିରେ ଦୀର୍ଘ ୧୯ ମାସ ଧରି ମନରେ ଅନେକ ସଂଶୟ ନେଇ ସ୍ତ୍ରୀ ଲୀଲାଙ୍କୁ ଖୋଜିବା ବିଜେନ୍ଦ୍ରଙ୍କ ପାଇଁ ଥିଲା ସବୁଠାରୁ କଷ୍ଟକର ସମୟ। ପ୍ରାୟ ୧୦୦୦ ଗ୍ରାମ ପରିକ୍ରମା କରିବା ପରେ ବିଜେନ୍ଦ୍ରଙ୍କ ଜୀବନରେ ଆସିଥିଲା ସେହି ପ୍ରତୀକ୍ଷିତ ମୁହୂର୍ତ୍ତ। ସେଦିନ ଥିଲା ୨୭ ଜାନୁୟାରୀ ୨୦୧୫। ଉତ୍ତରାଖଣ୍ଡର ଗଙ୍ଗୋଲି ଗ୍ରାମରେ ବୁଲୁଥିବା ବେଳେ ସ୍ଥାନୀୟ ଜଣେ ବାସିନ୍ଦା ଲୀଲାଙ୍କ ଫଟୋକୁ ଚିହ୍ନି ପାରିଥିଲେ। ସେ କହିଥିଲେ, ଫଟୋରେ ଥିବା ମହିଳା ଜଣକ ମାନସିକ ଭାରସାମ୍ୟ ହରାଇଛନ୍ତି ଏବଂ ଗଁାରେ ଇତସ୍ତତଃ ହୋଇ ବୁଲୁଛନ୍ତି। ଏହା ଶୁଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ଦୌଡ଼ିଥିଲେ ବିଜେନ୍ଦ୍ର। ସେତେବେଳେ ଗ୍ରାମର ଏକ ମଣ୍ଡପ ନିକଟରେ ଅସହାୟ ଅବସ୍ଥାରେ ବସିଥିଲେ ଲୀଲା। ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ପ୍ରଥମେ ସ୍ବାମୀଙ୍କୁ ଚିହ୍ନି ପାରି ନ ଥିଲେ। ହେଲେ ସ୍ତ୍ରୀ-ସ୍ବାମୀଙ୍କ ଭେଟର ଦୃଶ୍ୟ ଏବଂ ଏହି କରୁଣ କାହାଣୀ ସେଦିନ ଚକିତ କରିଦେଇଥିଲା ଗଙ୍ଗୋଲି ଗ୍ରାମବାସୀଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri