Posted inଜାତୀୟ

ବଦଳିବନି ମେଡିକାଲ ପାଠ୍ୟକ୍ରମରେ ଇଡବ୍ଲ୍ୟୁଏସ୍‌ ମାନଦଣ୍ଡ

ନୂଆଦିଲ୍ଲୀ, ୩।୧: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆର୍ଥତ୍କ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌) ଚୟନ ନିମନ୍ତେ ବର୍ତ୍ତମାନର ମାନଦଣ୍ଡ ଚଳିତ ଶିକ୍ଷାବର୍ଷ ଲାଗି କାଏମ ରହିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଛନ୍ତି। ଇଡବ୍ଲ୍ୟୁଏସ୍‌ ଚୟନ ପାଇଁ ବାର୍ଷିକ ଆୟସୀମା ୮ ଲକ୍ଷ ଟଙ୍କା ମାନଦଣ୍ଡ କାଏମ ରଖିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ କମିଟି ସୁପାରିସ୍‌ କରିଥିଲେ। ଏବେ ନାମଲେଖା ଓ ଏନ୍‌ଇଇଟି (ଜାତୀୟ ଯୋଗ୍ୟତ ଓ ପ୍ରବେଶିକା ପରୀକ୍ଷା) ଛାତ୍ରୀଛାତ୍ରଙ୍କ ପାଇଁ କଲେଜ ନିର୍ଦ୍ଧାରଣ ପ୍ରକ୍ରିୟା ଚାଲିଥିବାରୁ ଏଭଳି ସମୟରେ କୋଟା ନିୟମରେ ପରିବର୍ତ୍ତନ କରିବା ସମସ୍ୟା ସୃଷ୍ଟି କରିବ ବୋଲି ସରକାର କହିଛନ୍ତି। ତେବେ ଇଡବ୍ଲ୍ୟୁଏସ୍‌ ନିୟମାବଳୀରେ ସଂଶୋଧନ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସଂଶୋଧିତ ଇଡବ୍ଲ୍ୟୁଏସ୍‌ ମାନଦଣ୍ଡ ସର୍ବାଧିକ ବାର୍ଷିକ ଆୟସୀମା ୮ ଲକ୍ଷ ରଖିଥିବାବେଳେ ଏହା ବାଦ୍‌ ୫ ଏକରରୁ ଅଧିକ କୃଷି ଜମି ଓ ଅନ୍ୟାନ୍ୟ ମାନଦଣ୍ଡକୁ ବାଦ୍‌ ଦିଆଯାଇଛି। ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ସ୍ବଚ୍ଛଳ ବର୍ଗ ନିର୍ଦ୍ଧାରଣ କରିବା ଲାଗି ୮ ଲକ୍ଷ ବାର୍ଷିକ ଆୟସୀମା ଧାର୍ଯ୍ୟ ହୋଇଥିବାବେଳେ ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ସମାନ ସୀମା ଧାର୍ଯ୍ୟ ହେଲା କ’ଣ ପାଇଁ ବୋଲି ପୂର୍ବରୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ। ଗତ ନଭେମ୍ବରରେ ହୋଇଥିବା ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ତରଫରୁ କୋର୍ଟରେ ଉପସ୍ଥିତ ରହି ପ୍ରଚଳିତ ଆୟ ମାନଦଣ୍ଡର ପୁନର୍ବିଚାର କରାଯାଇ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ସେହି ଅନୁଯାୟୀ ନଭେମ୍ବର ୩୦ରେ ସରକାର ପୂର୍ବତନ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ, ଆଇସିଏସ୍‌ଏସ୍‌ଆର୍‌ ସଦସ୍ୟ ସଚିବ ଭି.କେ. ମାଲହୋତ୍ରା ଏବଂ ସରକରାଙ୍କ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲଙ୍କୁ ନେଇ ୩ ଜଣିଆ କମିଟି ଗଢ଼ିଥିଲେ। ଗତ ଡିସେମ୍ବର ୩୧ରେ କମିଟି ଏହାର ରିପୋର୍ଟ ଦାଖଲ କରିଥିଲା।
ଏନ୍‌ଇଇଟି-ପିଜି ପାଇଁ ନାମଲେଖା ପ୍ରସଙ୍ଗରେ ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି, ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କା କିମ୍ବା ଏହାଠାରୁ କମ୍‌ ହୋଇଥିବ ସେମାନେ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣର ସୁବିଧା ହାସଲ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ସଚିବ ଆର୍‌. ସୁବ୍ରମଣ୍ୟମ୍‌ ସତ୍ୟପାଠ ଦାଖଲ କରି ସରକାର କମିଟିର ସୁପାରିସ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ କମିଟି ନିଷ୍ପତ୍ତି ନେବାରେ ବିଳମ୍ବ ଯୋଗୁ ଏନ୍‌ଇଇଟି-ପିଜି ୨୦୨୧ କାଉନସେଲିଂ ବିଳମ୍ବିତ ହୋଇଛି। ଏହା ବିରୋଧରେ ବହୁସଂଖ୍ୟାରେ ଡାକ୍ତର ଦିଲ୍ଲୀ ଏବଂ ଦେଶର ଅନ୍ୟ ଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri