Posted inଜାତୀୟ

୨୯ ଫୁଟ୍‌ ମୋବାଇଲ ଟାଓ୍ବାର ଚୋରି

ପାଟନା,୨୧।୧: ବିହାରର ପାଟନାରେ ଏକ ଡକାୟତ ଗ୍ୟାଙ୍ଗ୍‌ ନିଜକୁ ଟେଲିକମ୍‌ କମ୍ପାନୀର କର୍ମଚାରୀ ପରିଚୟ ଦେଇ ୨୯ ଫୁଟ୍‌ ଉଚ୍ଚତାର ଏକ ମୋବାଇଲ ଟାଓ୍ବାରକୁ ଚୋରିକରି ନେଇଯାଇଛି। ଚୋରି ସମ୍ପର୍କରେ କେହି କୌଣସି ଆଭାସ ପାଇ ନ ଥିଲେ। ୫ଜି ସେବା ଆରମ୍ଭ କରିବା ଲାଗି ଟେଲିକମ୍‌ କମ୍ପାନୀର ଟେକ୍‌ନିସିଆନମାନେ ସର୍ଭେ କରୁଥିବାବେଳେ ଏକ ମୋବାଇଲ ଟାଓ୍ବାର ଏବଂ ଏଥିରେ ଲାଗିଥିବା ଉପକରଣ ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଟାଓ୍ବାରରେ ଲାଗିଥିବା ଟ୍ରାନ୍ସମିଶନ ସିଗ୍‌ନାଲ ଉପକରଣଗୁଡ଼ିକର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ଶାହିନ କାୟୁମ୍‌ ନାମକ ବ୍ୟକ୍ତିଙ୍କ ଚାରିମହଲା ବିଲ୍ଡଂ ଉପରେ ଏହି ଟାଓ୍ବାର ସ୍ଥାପନ କରାଯାଇଥିଲା। ଟାଓ୍ବାର କେବେ ଚୋରିହେଲା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଗୁରୁବାର ଏହି ଖବର ଭାଇରାଲ ହୋଇଛି। ସେବା ପ୍ରଦାନକାରୀ କମ୍ପାନୀ ଗତବର୍ଷ ଅଗଷ୍ଟରେ ସର୍ଭେ କରିଥିବାବେଳେ ସବୁ ଠିକ୍‌ଠାକ୍‌ ଥିଲା। ଗତ ୧୬ ତାରଖରେ ଜିଟିଏଲ୍‌ କମ୍ପାନୀର ଏରିଆ ମ୍ୟାନେଜର ମହମ୍ମଦ ଶାହନଓ୍ବାଜ ଅନଓ୍ବର ଟାଓ୍ବାର ଚୋରି ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। ଏହି ଘଟଣାରେ କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଆଇପିସିର ଧାରା ୩୭୯ରେ ମାମଲା ରୁଜୁ ହୋଇଛି।
ଏୟାରସେଲ୍‌ ୨୦୦୬ରେ ଉକ୍ତ ମୋବାଇଲ ଟାଓ୍ବାର ବସାଇଥିଲା। ୨୦୧୭ରେ ଏୟାରସେଲ୍‌ ଏହାକୁ ଜିଟିଏଲ୍‌ କମ୍ପାନୀକୁ ବିକ୍ରି କରିଦେଇଥିଲା। ଟାଓ୍ବାରଟି ଅକାମୀ ହୋଇଯାଇଥିବାରୁ କମ୍ପାନୀ ଘର ମାଲିକଙ୍କୁ କିଛି ମାସ ହେଲା ଭଡ଼ା ଦେଉ ନ ଥିଲା। ସେଥିପାଇଁ ଘର ମାଲିକ ଟାଓ୍ବାରକୁ ଛାତ ଉପରୁ ହଟାଇନେବାକୁ କମ୍ପାନୀକୁ କହିଥିଲେ। ଘର ମାଲିକ କାୟୁମ୍‌ଙ୍କୁ ପୋଲିସ ପଚାରିବାରୁ ସେ କହିଥିଲେ, କିଛିଦିନ ପୂର୍ବରୁ ଟାଓ୍ବାର ଖୋଲିବା ପାଇଁ କେତେଜଣ ଆସିଥିଲେ। ସେମାନେ ନିଜକୁ ଏୟାରସେଲ୍‌ କମ୍ପାନୀ କର୍ମଚାରୀ ପରିଚୟ ଦେଇଥିଲେ। ଟାଓ୍ବାରରେ ବୈଷୟିକ ତ୍ରୁଟି ଥିବାରୁ ଏହାକୁ ଖୋଲି ଆଉ ଏକ ଟାଓ୍ବାର ଲଗାଇବେ ବୋଲି ସେମାନେ କହିଥିଲେ। ତେବେ କମ୍ପାନୀ କର୍ମଚାରୀ ଏହାକୁ ଖୋଲି ନ ଥିବା ଜିଟିଏଲ୍‌ କହୁଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଗତବର୍ଷ ବିହାରର ରୋହତକରେ ଚୋରମାନେ ଏକ ଲୁହାବ୍ରିଜ୍‌ ସମ୍ପୂର୍ଣ୍ଣ କାଟି ଚୋରିକରି ନେଇଯାଇଥିଲେ। ଏହାର କିଛିଦିନ ପରେ ବେଗୁସରାଇରେ ଏକ ରେଳ ଇଞ୍ଜିନକୁ ଅନୁରୂପ ଭାବେ ଚୋରି କରିଥିଲେ। ଏଭଳି ଅଦ୍ଭୁତ ଚୋରି ଧରିବାରେ ପୋଲିସର ବିଫଳତାକୁ ସାଧାରଣରେ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri