Posted inଜାତୀୟ

ବିହାର ଭୋଟ: ମହିଳା ନେବେ ନିର୍ଣ୍ଣାୟକ ଭୂମିକା

ପାଟନା/ନୂଆଦିଲ୍ଲୀ,୧୦ା୧୧(ପି.ଟି./ଏଜେନ୍ସି):ବିହାର ବିଧାନସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ହାତରେ ମାତ୍ର ୨ ଦିନ ଥିବାରୁ ସବୁ ଦଳ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଶେଷକରି ମହିଳା ଭୋଟରଙ୍କୁ ନିଜ ସପକ୍ଷକୁ ଟାଣି ସଫଳତା ଦୋହରାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ନଗଦ ଅର୍ଥରାଶି ପ୍ରଦାନ, ଶିକ୍ଷା ଓ ଅନ୍ୟ ସୁବିଧା ସମେତ ମଦ ବନ୍ଦ ଉପରେ ନୀତିଶ ଗୁରୁତ୍ୱ ଦେଉଥିବାବେଳେ ବିରୋଧୀ ପକ୍ଷ ଶେଷ ମୁହୂର୍ତ୍ତରେ ମଧ୍ୟ ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି।
ମହିଳା ଭୋଟରଙ୍କ ମତଦାନ ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ରହିବା ଅନୁମାନ କରାଯାଉଛି। ବିହାରରେ ରାଜନୈତିକ ପରିବର୍ତ୍ତନର ପବନ ପ୍ରବାହିତ ହୋଇଛି ନା ନାହଁି, ମଙ୍ଗଳବାର ୧୨୨ ଆସନରେ ହେବାକୁ ଥିବା ମତଦାନରୁ ତାହା ଏକପ୍ରକାର ଠଉରାଇ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ମହିଳା ଭୋଟରଙ୍କ ଉପରେ ନିର୍ଭର କରେ ବୋଲି କୁହାଯାଉଛି। ବିହାରରେ ମୋଟ ୭.୪୩ କୋଟି ପଞ୍ଜୀକୃତ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୩.୫ କୋଟି ଅର୍ଥାତ୍‌ ୪୭% ହେଉଛନ୍ତି ମହିଳା। ଗତ କିଛି ନିର୍ବାଚନରେ ଏମାନେ ବଡ଼ ଭୂମିକା ନେଇଆସିଛନ୍ତି। ୨୦୧୦ ପରଠାରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ରହିଆସିଛି। ନଭେମ୍ବର ୬ରେ ରେକର୍ଡ ୬୫.୮% ମଦଦାନ ପଛରେ ମଧ୍ୟ ମହିଳାଙ୍କ ଯୋଗଦାନ ରହିଥିବା ରାଜନୈତିକ ବିଶ୍ଳେଷକ ଡ. ରବି କେ. ସିହ୍ନା କହିଛନ୍ତି।
ମାସେ ଧରି ଚାଲିଥିବା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହିଳାଙ୍କ ପାଇଁ କରାଯାଇଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଫୋକସ୍‌ କରିଥିଲେ। ତାଙ୍କ ସରକାର ନିକଟରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ ୨ କୋଟିରୁ ଅଧିକ ମହିଳାଙ୍କୁ ୧୦,୦୦୦ ଟଙ୍କା ଲେଖାଏ ପ୍ରତ୍ୟକ୍ଷ ନଗଦ ସହାୟତା ଘୋଷଣା କରିଛନ୍ତି। ଏହାଦ୍ୱାରା ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ପରିବାରରେ ସ୍ଥିରତା ଆଣିପାରିବେ ବୋଲି ନୀତିଶ ସରକାର ଆଶା କରିଛନ୍ତି। ଶାସକ ମେଣ୍ଟ ଆର୍‌ଜେଡିର ପୂର୍ବ ଶାସନ ଅମଳରେ ଚାଲିଥିବା ‘ଜଙ୍ଗଲରାଜ’ ପ୍ରସଙ୍ଗ ଉଠାଇ ବିରୋଧୀ ମହାମେଣ୍ଟକୁ ଟାର୍ଗେଟ କରୁଛି। ତେବେ ଏହାର ମୁକାବିଲା ପାଇଁ ବିରୋଧୀ ଦଳ ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ ଜୀବିକା ଦିଦିଙ୍କ ଦରମା ବୃଦ୍ଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟଙ୍କ ଉନ୍ନତି ଏବଂ ମହିଳାଙ୍କ ପାଇଁ ଅନ୍ୟ କେତେକ ଯୋଜନାର ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ମଙ୍ଗଳବାର ଭୋଟ ଦେବାକୁ ଥିବା ୩.୭ କୋଟି ମତଦାତାଙ୍କ ମଧ୍ୟରୁ ୧.୭୪ କୋଟି ମହିଳା। ଏହି ଭୋଟରମାନେ ୧୨୨ ନିର୍ବାଚନମଣ୍ଡଳୀରେ ୧୩୬ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଭାଜପା ୫୩ ଆସନରେ ଲଢ଼ୁଥିବାବେଳେ ଜେଡିୟୁ ୪୪, ଏଲ୍‌ଜେପି (ଆର୍‌ଭି) ୧୫, ଆର୍‌ଏଲ୍‌ଏମ୍‌ ୪, ଏଚ୍‌ଏମ୍‌ ୬ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ମହାମେଣ୍ଟର ଆର୍‌ଜେଡି ୭୨, କଂଗ୍ରେସ ୩୭, ଭିଆଇପି ୧୦ ଓ ଅନ୍ୟ ୫ ଆସନରେ ଲଢ଼ୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?