Posted inଜାତୀୟ

ବିହାର ଦ୍ୱାଦଶ ପରୀକ୍ଷା ଫଳ: ବିଜ୍ଞାନ-ବାଣିଜ୍ୟ-କଳାରେ ଛାତ୍ରୀ ଟପ୍ପର…

ପାଟନା,୨୧।୩ : ବିହାର ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ୨୦୨୩ ଘୋଷଣା କରାଯାଇଛି। ପାଟନାରେ ଥିବା ବିଏସବି କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ଏହି ଫଳାଫଳ ଘୋଷଣା କରିଛନ୍ତି। ଫଳାଫଳ ବିହାର ସ୍କୁଲ ପରୀକ୍ଷା ବୋର୍ଡ (ବିଏସଇବି) ର ଅଫିସିଆଲ ୱେବସାଇଟରେ ଅପରାହ୍ନ ୨ ଟାରେ ଏହା ଅପଲୋଡ ହୋଇଛି ।

ବିହାର ଦ୍ୱାଦଶ ବୋର୍ଡ ପରୀକ୍ଷା ୧ ଫେବୃଆରୀ ୨୦୨୩ ରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଦୁଇଟି ଶିଫ୍ଟରେ କରାଯାଇଥିଲା।

ବିହାର ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ବିହାର ବୋର୍ଡର ଅଫିସିଆଲ ୱେବସାଇଟରେ biharboardonline.bihar.gov.in କିମ୍ବା onlinebseb.in କିମ୍ବା results.biharboardonline.com ରେ ଯାଞ୍ଚ କରାଯାଇପାରିବ ।

ବିହାର ବୋର୍ଡ ଦ୍ୱାଦଶ ବିଜ୍ଞାନ, କଳା ଏବଂ ବାଣିଜ୍ୟରେ ଛାତ୍ରୀ ମାନେ ବାଜିମାତ୍‌ କରିଛନ୍ତି। ୪୭୨ ମାର୍କ ରଖି ବିଜ୍ଞାନରେ ଆୟୁଷୀ ନନ୍ଦନ ବିହାର ବୋର୍ଡ ସାଇନ୍ସ ଟପ୍ପର ହୋଇଛନ୍ତି। ସେହିପରି ୪୭୫ ମାର୍କ ରଖି ମହମ୍ମଦସା କଳାରେ ଟପ୍ପର ହୋଇଛନ୍ତି। ଅପରପକ୍ଷରେ ବାଣିଜ୍ୟରେ ୪୭୫ ମାର୍କ ରଖି ସୋମ୍ୟା ଶର୍ମା ଟପ୍ପର ହୋଇଛନ୍ତି।

ପରୀକ୍ଷାରେ ୮୩.୪ ପ୍ରତିଶତ ଛାତ୍ରିଛାତ୍ର ପାସ କରିଛନ୍ତି। ଚଳିତ ବର୍ଷ ବିହାର ବୋର୍ଡର ଦ୍ୱାଦଶ ପରୀକ୍ଷାରେ ସମୁଦାୟ ୧୩,୦୪,୫୮୬ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଏଥିମଧ୍ୟରୁ ୬,୩୧,୫୬୩ ଜଣ ଛାତ୍ରୀ ଏବଂ ୬,୭୩,୦୨୩ ଜଣ ଛାତ୍ର ଥିଲେ। ବିହାର ବୋର୍ଡ ଦ୍ୱାରା ପାଟନାରେ ୮୦ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା, ଯେଉଁଠାରେ ବୋର୍ଡ ପରୀକ୍ଷା ପାଇଁ ୭୯,୬୪୧ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri