Posted inଜାତୀୟ

ବିହାର ଦ୍ୱାଦଶ ପରୀକ୍ଷା ଫଳ: ବିଜ୍ଞାନ-ବାଣିଜ୍ୟ-କଳାରେ ଛାତ୍ରୀ ଟପ୍ପର…

ପାଟନା,୨୧।୩ : ବିହାର ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ୨୦୨୩ ଘୋଷଣା କରାଯାଇଛି। ପାଟନାରେ ଥିବା ବିଏସବି କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ଏହି ଫଳାଫଳ ଘୋଷଣା କରିଛନ୍ତି। ଫଳାଫଳ ବିହାର ସ୍କୁଲ ପରୀକ୍ଷା ବୋର୍ଡ (ବିଏସଇବି) ର ଅଫିସିଆଲ ୱେବସାଇଟରେ ଅପରାହ୍ନ ୨ ଟାରେ ଏହା ଅପଲୋଡ ହୋଇଛି ।

ବିହାର ଦ୍ୱାଦଶ ବୋର୍ଡ ପରୀକ୍ଷା ୧ ଫେବୃଆରୀ ୨୦୨୩ ରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଦୁଇଟି ଶିଫ୍ଟରେ କରାଯାଇଥିଲା।

ବିହାର ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ବିହାର ବୋର୍ଡର ଅଫିସିଆଲ ୱେବସାଇଟରେ biharboardonline.bihar.gov.in କିମ୍ବା onlinebseb.in କିମ୍ବା results.biharboardonline.com ରେ ଯାଞ୍ଚ କରାଯାଇପାରିବ ।

ବିହାର ବୋର୍ଡ ଦ୍ୱାଦଶ ବିଜ୍ଞାନ, କଳା ଏବଂ ବାଣିଜ୍ୟରେ ଛାତ୍ରୀ ମାନେ ବାଜିମାତ୍‌ କରିଛନ୍ତି। ୪୭୨ ମାର୍କ ରଖି ବିଜ୍ଞାନରେ ଆୟୁଷୀ ନନ୍ଦନ ବିହାର ବୋର୍ଡ ସାଇନ୍ସ ଟପ୍ପର ହୋଇଛନ୍ତି। ସେହିପରି ୪୭୫ ମାର୍କ ରଖି ମହମ୍ମଦସା କଳାରେ ଟପ୍ପର ହୋଇଛନ୍ତି। ଅପରପକ୍ଷରେ ବାଣିଜ୍ୟରେ ୪୭୫ ମାର୍କ ରଖି ସୋମ୍ୟା ଶର୍ମା ଟପ୍ପର ହୋଇଛନ୍ତି।

ପରୀକ୍ଷାରେ ୮୩.୪ ପ୍ରତିଶତ ଛାତ୍ରିଛାତ୍ର ପାସ କରିଛନ୍ତି। ଚଳିତ ବର୍ଷ ବିହାର ବୋର୍ଡର ଦ୍ୱାଦଶ ପରୀକ୍ଷାରେ ସମୁଦାୟ ୧୩,୦୪,୫୮୬ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଏଥିମଧ୍ୟରୁ ୬,୩୧,୫୬୩ ଜଣ ଛାତ୍ରୀ ଏବଂ ୬,୭୩,୦୨୩ ଜଣ ଛାତ୍ର ଥିଲେ। ବିହାର ବୋର୍ଡ ଦ୍ୱାରା ପାଟନାରେ ୮୦ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା, ଯେଉଁଠାରେ ବୋର୍ଡ ପରୀକ୍ଷା ପାଇଁ ୭୯,୬୪୧ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ବଡ଼ ଖୁଲାସା! ପ୍ରଥମେ CJPକୁ ସରକାର ଦେଇଥିଲେ ଏହି ଅଫର, ହେଲେ…

ନୂଆଦିଲ୍ଲୀ, ୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ସରକାରଙ୍କ ପ୍ରତିନିଧି…

କାଙ୍କଡ଼ ୮୦, ଗାଜର କିଲୋ ୧୨୦ ଟଙ୍କା : ବର୍ଷା ଋତୁରେ ବଢୁଛି ପନିପରିବା ଦର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ କମ ପରିମାଣରେ ବଜାରକୁ ଆସୁଅଛି। କିନ୍ତୁ ବ୍ୟବସାୟୀମାନେ ରାୟପୁର ଯାଇ ସେଠାରୁ…

ବରଗଡ଼ରେ ଆଲୋଡ଼ନ: ବିଚ୍‌ ରାସ୍ତାରେ ଯୁବତୀଙ୍କୁ ରୋଡ ରୋମିଓଙ୍କ ଅସଦାଚରଣ, ଦେଖନ୍ତୁ VIDEO

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ଆଜିକାଲି ସୋସିଆଲ ମିଡିଆରେ ବରଗଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଚ୍‌ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ଅନ୍ୟଜଣେ ଯୁବକ ଅସଦାଚରଣ…

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ବୁଡ଼ିଲା ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା…

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri