Posted inଖେଳ

ବିଶ୍ୱ କ୍ରିକେଟର ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଢାକା,୬।୮: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଲଗାତାର ୩ ଥର ହରାଇ ଦେଇଛି ବାଂଲାଦେଶ। ବିଶ୍ୱ କ୍ରିକେଟରେ ଏହାକୁ ସବୁଠୁ ବଡ଼ ବିପର୍ଯ୍ୟୟ କହିଲେ ଭୁଲ ହେବ ନାହିଁ। ଏଥି ପୂର୍ବରୁ କୌଣସି ଫର୍ମାଟରେ ଅଷ୍ଟ୍ରେଲିଆକୁ ବାଂଲାଦେଶ କ୍ରମାଗତ ୩ଟି ମ୍ୟାଚ୍‌ରେ ହରାଇ ନ ଥିଲା। ଶୁକ୍ରବାର ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌କୁ ୧୦ ରନ୍‌ରେ ଘରୋଇ ବାଂଲାଦେଶ ଜିତି ନେଇଛି। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୦ ବ୍ୟବଧାନରେ ଆଗୁଆ ଜିତି ନେଇଛି ମେହମ୍ମୁଦୁଲାଙ୍କ ନେତୃତ୍ୱାଧୀନ ଦଳ।

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭ ରନ୍‌ କରିଥିଲା। ଅଧିନାୟକ ମେହମ୍ମୁଦୁଲା ୫୨ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଟ୍ରିକ ଉଇକେଟ ନେଇଥିଲେ ନାଥନ ଏଲିସ। ଜୋସ ହାଜେଲଉଡ ଓ ଆଡମ ଝାମ୍ପା ୨ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ୧୩ ଓଭର ସୁଦ୍ଧା ୧ ଉଇକେଟ ହରାଇ ୭୧ ରନ୍‌ କରି ସୁବିଧାଜନକ ସ୍ଥିତିରେ ଥିଲା ଅଷ୍ଟ୍ରେଲିଆ। କିନ୍ତୁ କ୍ରମାଗତ ବ୍ୟବଧାନରେ ବେନ ମ୍ୟାକଡରମଟ୍ଟ (୩୫) ଓ ମିଚେଲ ମାର୍ଶ (୫୧) ଆଉଟ୍‌ ହେବାରୁ ମ୍ୟାଚ୍‌ର ଭାଗ୍ୟ ବଦଳି ଯାଇଥିଲା। ଏପରି କି ଶେଷ ପର୍ଯ୍ୟନ୍ତ ଖେଳି ଭ୍ରମଣକାରୀ ଦଳ ୪ ଉଇକେଟ ହରାଇ ୧୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…ଚାରିଆଡେ ଚର୍ଚ୍ଚା

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର…

ଝାରସୁଗୁଡ଼ାରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌, ତେଜିଲା ଅସନ୍ତୁଷ୍ଟ

ଝାରସୁଗୁଡ଼ା, ୮ା୬(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌…

ଦିଗପହଣ୍ଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା…

ଗ୍ରାହକଙ୍କୁ ବଡ଼ ଝଟ୍‌କା! ଆହୁରି ମହଙ୍ଗା ହେବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର, କେନ୍ଦ୍ର ସରକାର ସ୍ପଷ୍ଟ କରି କହିଲେ…..

ନୂଆଦିଲ୍ଲୀ,୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଭାରତରେ ଲୋକମାନେ ମଧ୍ୟ ମୂଲ୍ୟ ବୃଦ୍ଧିର ଶିକାର ହେଉଛନ୍ତି । ଗତ କିଛି ଦିନ ମଧ୍ୟରେ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri