Posted inଖେଳ

‘ଚେସ୍‌ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ’

ସେଣ୍ଟ ଲୁଇସ୍‌, ମିସୋରି (ଆମେରିକା) ୨୭ା୯: ଚଳିତ ମାସ ପ୍ରଥମ ଭାଗରେ ଅନୁଷ୍ଠିତ ‘ସିନ୍‌କ୍ୱିଫିଲ୍ଡ କପ୍‌’ରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନ ଓ ଆମେରିକାର ୧୯ବର୍ଷୀୟ ହାନ୍ସ ନିମାନ୍‌ଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଘଟଣାବଳୀକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ନିମାନଙ୍କଠାରୁ କାର୍ଲସେନଙ୍କ ପରାଜୟକୁ ନେଇ ଚେସ୍‌ ଜଗତରେ ବିବାଦ ସୃଷ୍ଟି ହୋଇଛି। କେତେକେ ଏହାକୁ ଚେସ୍‌ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି। ନିମାନଙ୍କ ମ୍ୟାଚ ପୂର୍ବରୁ କାର୍ଲସେନ କ୍ରମାଗତ ୫୩ଟି ଗେମ୍‌ରେ ଅପରାଜିତ ରହିଥିଲେ। ଧଳା ଗୋଟି ନେଇ ଖେଳୁଥିବାରୁ ଫାଇଦାରେ ମଧ୍ୟ ରହିଥିଲେ। ଟୁର୍ନାମେଣ୍ଟରେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଭାବେ ପ୍ରବେଶ କରିଥିବା ଜଣେ ଖେଳାଳିଙ୍କୁ ସେ ସାମ୍ନା କରିଥିଲେ। ମ୍ୟାଚର ଅଗ୍ରଗତି ଉପରେ ନଜର ରଖିଥିବା ଅଳ୍ପ କେତେଜଣ ଏକ ବିପର୍ଯ୍ୟୟ ଆଶା କରୁଥିଲେ, ତାହାହିଁ ଘଟିଥିଲା। ହେଲେ କାର୍ଲସେନ ଏହି ଗେମ୍‌ ହାରିବା ଅସ୍ବାଭାବିକ ଥିଲା। ପରଦିନ ଏକ ଅଭୂତପୂର୍ବ କଥା ଦେଖିବାକୁ ମିଳିଲା। ବିଶ୍ୱର ନମ୍ବର ଓ୍ବାନ ଚେସ୍‌ ଷ୍ଟାର ବିନା କୌଣସି କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ଓହରିଯାଇଥିଲେ। ଟୁଇଟର ସେ ତାଙ୍କର ଏକ ଛୋଟ ବକ୍ତବ୍ୟ ପୋଷ୍ଟ କରିଥିଲେ। ସେ ଟୁର୍ନାମେଣ୍ଟରୁ ଓହରିଯାଇଥିବା ଏଥିରେ ଉଲ୍ଲେଖ କରିଥିଲେ। ଏସ୍‌ଟିଏଲ୍‌ ଚେସ୍‌ କ୍ଲବରେ ଖେଳିଲା ବେଳେ ସେ ସବୁବେଳେ ଉପଭୋଗ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସେ ଏଠାକୁ ଖେଳିବା ପାଇଁ ଆସିବେ। ଏଥିସହିତ ସେ ପର୍ତ୍ତୁଗୀଜ୍‌ ଫୁଟ୍‌ବଲ ମ୍ୟାନେଜର ଜୋସ୍‌ ମୋରିନୋଙ୍କ ଏକ ଭିଡିଓ କ୍ଲିପ୍‌ ସଂଲଗ୍ନ କରିଥିଲେ। ଓହରିଯିବା କାରଣ ସମ୍ପର୍କରେ ସେ କିଛି କହୁ ନାହାନ୍ତି। ମୁହଁ ଖୋଲିଲେ ନିଜେ ବଡ଼ ସମସ୍ୟାରେ ପଡ଼ିଯିବେ ବୋଲି ଅନୁଭବ କରୁଛନ୍ତି।
କାର୍ଲସେନ୍‌ ଯଦିଓ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି ତେବେ ତାଙ୍କର ପ୍ରତିଯୋଗିତାରୁ ଓହରିଯିବା ଏବଂ ସେ ପୋଷ୍ଟ କରିଥିବା ଭିଡିଓ କ୍ଲିପିଂରୁ ସ୍ପଟ ବାରି ହୋଇଯାଉଛି ଯେ ଏହି ମ୍ୟାଚରେ କିଛି ଗୋଟିଏ କାରସାଦି ହୋଇଛି। ନିମ୍ୟାନ କିନ୍ତୁ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ଦୃଢ ଖଣ୍ଡନ କରିଛନ୍ତି। ହେଲେ ଚେସ୍‌ ଇତିହାସରେ ଏଭଳି ଘଟଣାର ନଜିର ନ ଥିବାରୁ ଖେଳାଳି, କୋଚ୍‌, ୟୁଟ୍ୟୁବର, ଷ୍ଟ୍ରିମର ଓ ଖେଳପ୍ରେମୀମାନେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି। ୟୁଟ୍ୟୁବ୍‌ ଚ୍ୟାନେଲରେ ଚେସ୍‌ ଭିତ୍ତିକ କାର୍ଯ୍ୟକ୍ରମ ଉପସ୍ଥାପନ କରି ଲୋକପ୍ରିୟତା ଅର୍ଜନ କରିଥିବା ଓ ଜଣେ ଅନ୍ତର୍ଜାତୀୟ ମାଷ୍ଟର ଲେଭି ରୋଜମ୍ୟାନ କହିଛନ୍ତି, କାର୍ଲସେନଙ୍କ ଭଳି ଜଣେ ଖେଳାଳି ଟୁର୍ନାମେଣ୍ଟ ଛାଡ଼ି ଚାଲିଯିବା ଅର୍ଥ ତାଙ୍କ ପ୍ରତି କିଛି ଅବିଚାର କରାଯାଇଛି। ଏହାକୁ ସେ ଇତିହାସର ସବୁଠାରୁ ବଡ଼ ଚେସ୍‌ ସ୍କାଣ୍ଡାଲ ବୋଲି ଅଭିହିତ କରିଛନ୍ତି। ଜଣେ ଗ୍ରାଣ୍ଡମାଷ୍ଟର ଏରିକ୍‌ ହାନ୍‌ସେନ ଏକ ଲାଇଭଷ୍ଟ୍ରିମ୍‌ରେ କହିଛନ୍ତି ନିମ୍ୟାନ ହୁଏତ ଏକ କ୍ଷୁଦ୍ର ଲେଜର ବ୍ୟବହାର କରିଥାଇପାରନ୍ତି ଯାହାକି ବୋର୍ଡରେ ଅଲ୍‌ଟ୍ରା ଭାଓଲେଟ୍‌ ଲାନ୍‌ ଆଙ୍କି ପାରିବ। ତାହା କେବଳ ସୋଏସିଆଲ (ଏସ୍‌ଆଇସି) କଣ୍ଟାକ୍ଟସ ଜରିଆରେ ଦୃଶ୍ୟମାନ ହୋଇପାରିବ। ମ୍ୟାଚ ପରେ ନିମାନ ଏକ ସାକ୍ଷାତ୍‌କାରରେ କହିଛନ୍ତି, ମୋ ଭଳି ଛୋଟ ଖେଳାଳିଙ୍କ ଠାରୁ ପରାଜିତ ହୋଇଥିବାରୁ କାର୍ଲସେନ ବିବ୍ରତ ହୋଇ ପଡ଼ିଥିଲେ। ମୋତେ ହତୋତ୍ସାହିତ କରିବା ଲାଗି ସେ ଏପରି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri