କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି। ହେଲେ ଏହି ରୋଗଠାରୁ ମଧ୍ୟ ଆଉ ଏକ ମାରାତ୍ମକ ରୋଗ ରହିଛି। ଯେଉଁଥିରେ ପୀଡିତ ହେବା ଦ୍ୱାରା ରୋଗୀକୁ ସର୍ବଦା ସାମାନ୍ୟ ଜ୍ୱର ରହିଥାଏ। ଏହାସାଙ୍ଗକୁ କାଶ ହେବା ସମୟରେ ଅସହ୍ୟ ଯନ୍ତ୍ରଣା ହୁଏ । ରୋଗୀ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗ ଅନ୍ୟକୁ ମଧ୍ୟ ବ୍ୟାପିଥାଏ। ତେଣୁ ଏହି ରୋଗୀକୁ ଆଇସୋଲେଶନରେ ରଖିବାକୁ ପଡ଼ିଥାଏ। ଏହାଦ୍ୱାରା ପ୍ରତିବର୍ଷ କରୋନାଠାରୁ ମଧ୍ୟ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ସାରା ଦେଶରେ ଏହି ରୋଗରେ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାଏ। ତେବେ ଏହି ରୋଗ ହେଉଛି ଯକ୍ଷ୍ମା (ଟ୍ୟୁବରକ୍ୟୁଲୋସିସ୍‌)। ଏହି ରୋଗ ଦେଶର କୌଣସି କୋଣକୁ ମଧ୍ୟ ଛାଡି ନାହିଁ।
ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷକୁ ବାଦ୍‌ ଦେଲେ ପ୍ରତିବର୍ଷ ଯକ୍ଷ୍ମା ଦ୍ୱାରା ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଦ୍ୱିତୀୟରେ ଏଚ୍‌ଆଇଭି ଏବଂ ତୃତୀୟରେ ମ୍ୟାଲେରିଆ। ଚଳିତ ବର୍ଷ କରୋନା ଯୋଗୁ ଅନ୍ୟ ରୋଗପ୍ରତି କାହାର ଧ୍ୟାନ ନାହିଁ। ମାତ୍ର ଅନ୍ୟ ରୋଗରେ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଯଦି ଆଗାମୀ ୬ ମାସ ପର୍ଯ୍ୟନ୍ତ ଏଚ୍‌ଆଇଭି ରୋଗୀଙ୍କୁ ଆଣ୍ଟିଭାଇରସ୍‌ ଥେରାପି ଦିଆ ନ ଯାଏ ତେବେ ଏହାଦ୍ୱାରା ୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିବାର ସମ୍ଭାବନା ରହିଛି। ସେହିପରି ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ, ସମଗ୍ର ବିଶ୍ୱରେ ମ୍ୟାଲେରିଆ ଦ୍ୱାରା ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ଦୁଇ ଗୁଣ ହୋଇ ୭.୭୦ ଲକ୍ଷ ହେବ। ସମଗ୍ର ବିଶ୍ୱର ୯୦ ପ୍ରତିଶତ ଲୋକ ପଶ୍ଚିମ ଆଫ୍ରିକାରେ ମୃତ୍ୟୁ ବରଣ କରିଥାନ୍ତି। ଲକ୍‌ଡାଉନ୍‌ ଏବଂ ମେଡିକାଲ ସୁବିଧା ଅଭାବରୁ ଆଗାମୀ ୧୦ ମାସ ମଧ୍ୟରେ ଯକ୍ଷ୍ମା ଦ୍ୱାରା ପ୍ରାୟ ୬୩ ଲକ୍ଷ ରୋଗୀ ଚିହ୍ନଟ ହେବ। ଏଥିମଧ୍ୟରୁ ୧୪ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା ରହିବ। ଦେଶରେ ଅନ୍ୟ ରୋଗରେ ଆକ୍ରାନ୍ତ ତଥା ମୃତ୍ୟୁ ସଂଖ୍ୟା ବଢ଼ିବାର କାରଣ ହେଉଛି କରୋନା। କାରଣ ଚିକିତ୍ସା ସୁବିଧା, ଡାକ୍ତର, ନର୍ସ, ପାରା-ମେଡିକାଲ କର୍ମଚାରୀ ସମସ୍ତେ କରୋନା ଡ୍ୟୁଟିରେ ଅଛନ୍ତି। ଏଭଳି ପରିସ୍ଥିତିରେ ଅନ୍ୟ ରୋଗୀଙ୍କୁ ଭଲ କରିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଯଦି କରୋନା ଯୋଗୁ ଅନ୍ୟ ରୋଗର ଯତ୍ନ ନିଆ ନ ଯାଏ, ତେବେ ସମଗ୍ର ବିଶ୍ୱରେ ପ୍ରାୟ ୨୧୪ ଲକ୍ଷ କୋଟି ଟଙ୍କାର କ୍ଷତି ହେବ। ଯାହାକି ବହୁତ ବଡ଼ ରାଶି।
ଏ ନେଇ ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ ମ୍ୟାଲେରିଆ ପ୍ରୋଗ୍ରାମର ନିର୍ଦ୍ଦେଶକ ଡ. ପେଡ୍ରା ଏଲ୍‌ ଆଲୋନ୍‌ସ କୁହନ୍ତି, କରୋନା ଆମକୁ ଚିକିତ୍ସା ଜଗତରେ ୨୦ ବର୍ଷ ପଛକୁ ଠେଲି ଦେଇଛି। କେବଳ କରୋନା ଜୀବାଣୁ ନୁହେଁ, ଯକ୍ଷ୍ମା, ମ୍ୟାଲେରିଆ ଏବଂ ଏଚ୍‌ଆଇଭି ରୋଗ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌ ବୋଲି ସେ କହିଛନ୍ତି। ବର୍ତ୍ତମାନ ଭାରତରେ ୨୭ ପ୍ରତିଶତ ଯକ୍ଷ୍ମାରୋଗୀ ରହିଛନ୍ତି। କରୋନା ଯୋଗୁ ସେମାନଙ୍କର ନିରାକରଣ ୭୫ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri