ସଲମାନ୍‌ଙ୍କ ଶୋ’ରେ Undertakerଙ୍କ ଏଣ୍ଟ୍ରି! ଚକିତ ହେବେ ଦର୍ଶକ… 

ମୂମ୍ବାଇ: ଖୁବ୍‌ଶୀଘ୍ର ପରଦାକୁ ଆସିବ ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ ବସ ୨୦୨୫’। ଏହି ସିଜନରେ କେଉଁ କେଉଁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ସେନେଇ ଅନେକ ଚର୍ଚ୍ଚା ହୋଇଆସୁଥିଲା। କିନ୍ତୁ ଏବେ ସେଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସଲମାନ ଖାନଙ୍କ ଏହି ଶୋ’ରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛି। ବିଗ ବସ ହାଉସରେ ମୋଟ ୧୮ ଜଣ ପ୍ରତିଯୋଗୀ ପ୍ରବେଶ କରିବେ। ସେହିଭଳି ଓାଇଲ୍ଡ କାର୍ଡ ଏଣ୍ଟ୍ରି ନେଇ ଅନେକ ନାମ ଚର୍ଚ୍ଚାରେ ରହିଛି। ପୂର୍ବରୁ ବିଶ୍ୱପ୍ରସିଦ୍ଧ ବକ୍ସର ମାଇକ ଟାଇସନ ଶୋ’ରେ ଭାଗନେବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଖବର ମିଳୁଛି ଯେ ଡବ୍ଲ୍ୟୁଡବ୍ଲ୍ୟୁଇର ମହାନ ରେସଲର ଦି ଅଣ୍ଡରଟେକର ମଧ୍ୟ ସଲମାନ ଖା ନଙ୍କ ଏହି ଶୋ’ରେ ଓାଇଲ୍ଡ କାର୍ଡ ଏଣ୍ଟ୍ରି ନେଇପାରନ୍ତି।
ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା ଯେ ପ୍ରସିଦ୍ଧ ବକ୍ସର ମାଇକ ଟାଇସନ ସଲମାନ ଖାନଙ୍କ ବିଗ ବସ ଶୋ’ରେ ଅଂଶଗ୍ରହଣ କରିବେ, ଯାହା ନେଇ ପ୍ରାୟ ୬୦ ପ୍ରତିଶତ ନିଶ୍ଚିତ ହୋଇଛି। କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସୁଛି, ତାହା ସମସ୍ତଙ୍କୁ ଚକିତ କରିଛି। ଡବ୍ଲୁଡବ୍ଲୁଇ ଜଗତର ବାଦ୍‌ଶାହ ତଥା ରିଙ୍ଗର ମାଷ୍ଟର ଦି ଅଣ୍ଡରଟେକର ଏହି ଶୋ’ରେ ଏଣ୍ଟ୍ରି ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ଅଣ୍ଡରଟେକର ଏହି ଶୋ’ରେ ଏକ ସପ୍ତାହ ପାଇଁ ଦେଖାଦେଇପାରନ୍ତି। ସେ ଓାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଶୋ’ର ଅଂଶ ହୋଇପାରନ୍ତି। ଏହି ଖବର ଶୁଣି ଦର୍ଶକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ବିଗ ବସ୍‌ ଓ ଡବ୍ଲୁଡବ୍ଲୁଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଏକ ହଲଚଲ ସୃଷ୍ଟି ହୋଇଛି। ସଲମାନ ଖାନ ଓ ଅଣ୍ଡରଟେକରଙ୍କୁ ଏକାଠି ସ୍କ୍ରିନରେ ଦେଖିବା ପାଇଁ ଫ୍ୟାନ୍‌ମାନେ ବ୍ୟାକୁଳ ହୋଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଅଣ୍ଡରଟେକର ଏହି ଶୋ’ ପାଇଁ ମୋଟା ଅଙ୍କର ପାରିଶ୍ରମିକ ନେଇପାରନ୍ତି। ମେକର୍ସମାନେ ତାଙ୍କୁ ଅପ୍ରୋଚ କରିବାରେ ଲାଗିଛନ୍ତି ଏବଂ ଶୀଘ୍ର ଏ ନେଇ ଆନୁଷ୍ଠାନିକ ନିଶ୍ଚିତି ମିଳିପାରେ।
ଏହା ମନେ କରାଯାଉଛି ଯେ ଯଦି ଅଣ୍ଡରଟେକର ଏହି ଶୋ’ରେ ଯୋଗ ଦିଅନ୍ତି, ତେବେ ସେ ବିଗ ବସ୍ର ଦୁଇ ଦଶନ୍ଧିର ଇତିହାସରେ ସର୍ବାଧିକ ପାରିଶ୍ରମିକ ନେଉଥିବା ପ୍ରତିଯୋଗୀ ହୋଇପାରନ୍ତି। ଏହା ପୂର୍ବରୁ ଦି ଗ୍ରେଟ ଖଲି ବିଗ ବସ ସିଜନ ୪ରେ ଅଂଶଗ୍ରହଣ କରିଥିଲେ, ଯେତେବେଳେ ତାଙ୍କୁ ପ୍ରତି ସପ୍ତାହ ପାଇଁ ୫୦ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିଥିଲା। ଏହାକୁ ଏବେ ବହୁତ ସମୟ ବିତି ଯାଇଛି। ତେଣୁ ଯଦି ଅଣ୍ଡରଟେକର ଶୋ’ର ଅଂଶ ହୁଅନ୍ତି, ତେବେ ସେ ବିଗ ବସ୍‌ ଇତିହାସରେ ସର୍ବାଧିକ ପାରିଶ୍ରମିକ ନେଉଥିବା ପ୍ରତିଯୋଗୀ ହେବେ ବୋଲି ଆଶା କରାଯାଉଛି।
ବିଗ ବସ ୧୯ ଆଗଷ୍ଟ ୨୪, ୨୦୨୫ରେ ଜିଓ ହଟଷ୍ଟାରରେ ରାତି ୯ଟାରେ ଷ୍ଟ୍ରିମିଂ ଆରମ୍ଭ ହେବ ଏବଂ ପରେ ରାତି ୧୦:୩୦ରେ କଲର୍ସ ଟିଭିରେ ପ୍ରସାରିତ ହେବ। ରିପୋର୍ଟ ଅନୁସାରେ, ଶୋ’ ୧୫ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହେବ, ଏବଂ ପରେ ୩ ଜଣ ଓାଇଲ୍ଡ କାର୍ଡ ପ୍ରତିଯୋଗୀ ଯୋଗ ଦେବେ। ମାଇକ ଟାଇସନଙ୍କ ଏନ୍ଟ୍ରି ଅକ୍ଟୋବର ମାସରେ ଏବଂ ଅଣ୍ଡରଟେକରଙ୍କ ଏନ୍ଟ୍ରି ନଭେମ୍ବର ମାସରେ ହେବାର ସମ୍ଭାବନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?